loading...

ରାଜ୍ୟରେ ବ୍ୟାଙ୍କ ଅଫ୍ ବରୋଦା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅଧୁକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗ୍ରହୀ

ରାଜ୍ୟରେ ବ୍ୟାଙ୍କ ଅଫ୍ ବରୋଦା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅଧୁକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗ୍ରହୀ

ରାଜ୍ୟରେ ବ୍ୟାଙ୍କ ଅଫ୍ ବରୋଦା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅଧୁକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗ୍ରହୀ

ଭୁବନେଶ୍ୱର, ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଦେବଦତ୍ତ ଚାନ୍ଦ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଚିଫ୍ ସେକ୍ରେଟାରୀ, ଏନର୍ଜି ସେକ୍ରେଟାରୀ ଏବଂ ମିଶନ ଶକ୍ତି ଆଦି ସରକାରୀ କାର୍ଯ୍ୟାଳୟ ଗସ୍ତ କରିଥିବା ସହ ଓଡ଼ିଶାର ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର ଅଭିବୃଦ୍ଧିରେ ବ୍ୟାଙ୍କ ଅଫ ବରୋଦାର ସଂଗ୍ରୁଷ୍ଟତା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ଚାନ୍ଦ ଦୁଗ୍ଧ ଉତ୍ପାଦନ ବିକାଶ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ କୃଷକମାନଙ୍କୁ ଅର୍ଥ ପ୍ରଦାନ ଦିଗରେ ଆଗ୍ରହ ପ୍ରକାଶ କରିଥିଲେ ।

 ସେ ମଧ୍ୟ ଗୃହ, ଶିକ୍ଷା ଏବଂ ଅନ୍ୟାନ୍ୟ ଖୁଚୁରା ଋଣ ପ୍ରଦାନ ପାଇଁ ଆଗ୍ରହ ପ୍ରକାଶ କରିବା ସହ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଉତ୍ପାଦନ ତଥା ସେବା କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ ଆଗ୍ରହୀ ଥିବା କଥା ପ୍ରକାଶ କରିଛନ୍ତି । ସେ ଭୁବନେଶ୍ବର କ୍ଷେତ୍ର-୨ର କଟକ ମୁଖ୍ୟ ଶାଖା ଗସ୍ତ କରିଥିଲେ ଏବଂ ଗ୍ରାହକମାନଙ୍କୁ ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରିଥିଲେ । ପରିଶେଷରେ ଶ୍ରୀ ଚାନ୍ଦ ସମସ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବା ସହ ବହୁତ ଶିଘ୍ର ଭୁବନେଶ୍ବର କ୍ଷେତ୍ର-୨ କଟକ କାର୍ଯ୍ୟାଳୟର ନୂତନ ପରିସର ଉଦ୍‌ଘାଟିତ ହେବ ବୋଲି ନିଶ୍ଚିତ କରାଇଥିଲେ । ଶ୍ରୀ ଚାନ୍ଦ ତାଙ୍କ ଗସ୍ତ ଅବସରରେ ସାମାଜିକ ଦାୟିତ୍ବବୋଧତା ଅଂଶବିଶେଷ ଦୟା ଆଶ୍ରମର ଅନ୍ତେବାସୀମାନଙ୍କୁ ବିଭିନ୍ନ ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟନା ଜୋନାଲ ମୁଖ୍ୟ, ଏଡିଜିଏମ୍ ଏବଂ ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ-୧ ଓ ୨ ର କ୍ଷେତ୍ରୀୟ ମୁଖ୍ୟ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget