loading...

ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମ ଆୟୋଜିତ

ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବ୍ୟାଙ୍କ ଅଫ୍ ବରୋଦା ସମାଜରେ ଦାରିଦ୍ର୍ୟ ଦୂରୀକରଣ, ସ୍ଵାସ୍ଥ୍ୟ ଏବଂ ଚିକିତ୍ସା ସେବା, ଗ୍ରାମାଞ୍ଚଳର ବିକାଶ ସହ ଜଡିତ

ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବ୍ୟାଙ୍କ ଅଫ୍ ବରୋଦା ସମାଜରେ ଦାରିଦ୍ର୍ୟ ଦୂରୀକରଣ, ସ୍ଵାସ୍ଥ୍ୟ ଏବଂ ଚିକିତ୍ସା ସେବା, ଗ୍ରାମାଞ୍ଚଳର ବିକାଶ ସହ ଜଡିତ ବିଭିନ୍ନ କାର୍ଯ୍ୟକଳାପରେ ସମୟ ସମୟରେ ନିଜର ଉତ୍ତରଦାୟିତ୍ବ ନିର୍ବାହ କରିଅଛି । ଏହି । କାର୍ଯ୍ୟକଳାପକୁ ଧାନକୁ ନେଲେ ଜଣାଯାଏ ଯେ, ବ୍ୟାଙ୍କ ଅଫ ବରୋଦା ଦ୍ୱାରା ଦେଶର ସାମାଜିକ ଏବଂ ଆର୍ଥିକ ବିକାଶ ଦିଗରେ ବ୍ୟାଙ୍କ ଅଫ ବରୋଦା ସହଯୋଗ କରିଅଛି , ଯାହା ବ୍ୟାଙ୍କର ପରିଚାଳନା ଦ୍ଵାରା ଏକ ପ୍ରଶଂସନୀୟ ପ୍ରୟାସ ଅଟେ । 

ଏହି କ୍ରମରେ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦଙ୍କ ଦ୍ଵାରା ତାଙ୍କର ୨ ଦିନିଆ ଓଡିଶା ଗସ୍ତ ଅବସରରେ ସମ୍ବଲପୁର କ୍ଷେତ୍ରସ୍ଥିତ ବଲାଙ୍ଗୀର ଜିଲ୍ଲାରେ ଡ. ହରେକୃଷ୍ଣ ମହତାବ ମାନସିକ ବିକଳାଙ୍ଗ ସଂସ୍ଥାରେ ରାସନ୍, ଶଯ୍ୟ ଏବଂ ଗଦା ବଣ୍ଟନ କରାଯାଇଥିଲା । ଏସ୍ ସହିତ ପାର୍ବତୀ ଗିରି ବାଳନିକେତନ ବିଦ୍ୟାଳୟରେ ମଧ୍ୟ ସାନିଟାରୀ । ନ୍ୟାପକିନ ବିତରଣ ମେସିନ, ରାସନ ଏବଂ ସୋଟ କିଟ୍ ଆଦି ବଣ୍ଟନ କରାଯାଇଥିଲା। ଏହି ସମାରୋହରେ ବ୍ୟାଙ୍କ ଅଫ ବରୋଦା ସମ୍ବଲପୁର କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ଏ.ପି. ଦାସ ମଧ୍ୟ ଉପସ୍ଥିତ ଥିଲେ ଏବଂ ବ୍ୟାଙ୍କର ସାମାଜିକ ଦାୟିତ୍ବବୋଧତା ଅଂଶବିଶେଷ କାର୍ଯ୍ୟକ୍ରମକୁ ସଫଳ ରୂପେ ନିର୍ବାହ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget