ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ତରଫରୁ ୨୯ ନଭେମ୍ବର ଠାରୁ ୨ଦଫା ଦାବି ନେଇ ଅହୋରାତ୍ର ଗଣଧାରଣା ଓ ବିକ୍ଷୋଭ ଜାରି ରହିଛି । ଏଥିରେ ୨୦୧୮ ମସିହାରେ ନିଯୁକ୍ତି ପାଇଥିବା ୩୦ଗୋଟି ଜିଲ୍ଲାରୁ ୧୦୦୦୦ କନିଷ୍ଠ ଶିକ୍ଷକ ଏହାକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖୁଛନ୍ତି ।
ଦାବି ସମୁହ:
ଓଡ଼ିଶା ବର୍ଗ-ଗ (ଚୁକ୍ତିନାମା ନିୟମ ୨୦୧୩) ଅଧୁନସ୍ଥ କର୍ମଚାରୀଙ୍କ ପାଇଁ ଗତ । ତା୧୧.୧୦,୨୦୨୧ରିଖ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିର ସମସ୍ତ ସୁବିଧା ସୁଯୋଗ ଓଡ଼ିଶାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଦାନ କରିବା ସହିତ ଚୁକ୍ତିନାମା ନିୟମ ୨୦୧୩ ରେ ସାମିଲ କରାଯାଉ। କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଅତିକୁଶଳୀ (ତାଲିମପ୍ରାପ୍ତ ହୋଇଥିବାରୁ ଦରମା ସର୍ବନିମ୍ନ ୧୬୦୦୦ ଟଙ୍କା କରିବାସହ ଏହାକୁ ପିଛିଲାଭାବେ ଗତ ୨୦୧୬ ରୁ ଲାଗୁ କରାଯାଉ।
ସଙ୍ଘର ଏହି ୨ଟି ଦାବିକୁ ନେଇ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ସଙ୍ଘର ରାଜ୍ୟ । ପ୍ରତିନିଧୁମାନଙ୍କ ସହିତ ଆଲୋଚନା କଲେ । ଆଲୋଚନାରେ ମାନ୍ୟବର ମନ୍ତ୍ରୀ ମହୋଦୟ ହୃଦୟଙ୍ଗମ । କଲେ ଯେ ସଙ୍ଘର ଦାବି ଯୁକ୍ତିଯୁକ୍ତ । ପ୍ରତିନିଧୁମାନଙ୍କୁ ବାଚନିକା ସୂଚନା ଦେଲେ ଯେ ଏହାର କାର୍ଯ୍ୟ ଚାଲିଛି ଓ ଏହା ଖୁବଶୀଘ୍ର ପୂରଣ ହେବ । ମାତ୍ର ଏହିଭଳି ସୂଚନା ଓ ପ୍ରତିଶୃତି ସଂଘ ୨୦୧୫ ମସିହାରୁ ଶୁଣି ଶୁଣି । ଆସୁଛି । ଏହି ଦାବି ଆଜିର ନୁହଁ, ୨୦୧୫ ମସିହାରୁ ସଂଘ ଦରମା ବୃଦ୍ଧି ନିମନ୍ତେ ଚେଷ୍ଟା ଜାରି ରଖୁଛି ।
୨୦୧୮ ମସିହାରେ ଏହିଭଳି ପ୍ରତିଶୃତି ପାଇବା ସହିତ ଗଣମାଧ୍ୟମରେ ଶିକ୍ଷକଙ୍କର ଦରମା ବୃଦ୍ଧିର ପ୍ରଚାର ହୋଇଥିଲା, ମାତ୍ର ପ୍ରତିଶୃତି କେବଳ ଆଉ କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା, ବାସ୍ତବିକତାରେ ପରିଣତ ହୋଇପାରିଲା ନାହିଁ । ୨୦୧୮ ମସିହାରେ କୁଶ୍ଚିତ ଚୁକ୍ତିଭିତ୍ତିକ ପ୍ରଥାରେ ଥିବା ସମସ୍ତ କର୍ମଚାରୀଙ୍କର ଦରମା ୨୫% ବୃଦ୍ଧି କରିଦିଆଗଲା ମାତ୍ର କନିଷ୍ଠ ଶିକ୍ଷକଙ୍କର ଶିକ୍ଷା ସହାୟକ ନାମକୁ ପରିବର୍ଭନ କରି ଆମକୁ ସୀମିତ ରଖୁଦିଆଗଲା ଏବୋ ଦରମା ବୃଦ୍ଧିର ପ୍ରତିଶୃତି ଆଜିପର୍ଯ୍ୟନ୍ତ ବି ପ୍ରତିଫଳିତ ହୋଇ ପାରିଲା ନାହିଁ ।
ଅନ୍ୟ ସମସ୍ତ ବର୍ଗର କର୍ମଚାରୀଙ୍କୁ ବାସ୍ତବିକତା ସହିତ ପରିଚୟ ହେଉଥିଲାବେଳେ କେବଳ ଚୁକ୍ତିଭିଭିକ କନିଷ୍ଠ ଶିକ୍ଷକ ମାନଙ୍କୁ ସରକାର କେବଳ ପ୍ରତିଶୃତି ଭଳି ମରୀଚିକା ସହିତ ପରିଚିତ କରାଉଛନ୍ତି । ସରକାରଙ୍କୁ ଅନୁରୋଧ ଏପରି କରି କନିଷ୍ଠ ଶିକ୍ଷକଙ୍କର ଆପଣଙ୍କ ପ୍ରତି ଅବା ଏ ବିଶ୍ବାସ ରୂପକ ଜୀହକୁ ଭାଙ୍ଗିଦିଅନ୍ତୁ ନାହିଁ । ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, 5T ସଚିବଙ୍କୁ ଅନୁରୋଧ କରୁଛୁ କି ଉପରୋକ୍ତ ଦାବିର ଯୁକ୍ତିଯୁକ୍ତ ଲିତ ପ୍ରତିଶୃତି ପ୍ରଦାନ କିମ୍ବା ଘୋଷଣା କରାଯାଉ । ନଚେତ ଏହି ଅହୋରାତ୍ର ବିଶାଳ ଗଣଧାରଣ ଓ ବିକ୍ଷୋଭ ଜାରି ରହିବ।
Post a Comment