ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ କାର୍ଯ୍ୟାଳୟଠାରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କିଷାନ କଂଗ୍ରେସ ଦାୟିତ୍ବରେ ଥିବା ପିସିସି ଉପସଭାପତି ତଥା ବିଧାୟକ ସନ୍ତୋଷ ସିଂହ ସାଲୁଜା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପିସିସି ଉପସଭାପତି ଶିବାନନ୍ଦ ରାୟ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପିସିସି ରାଜୀବ ଗାନ୍ଧୀ ସଂଗଠନର ଅଧ୍ୟକ୍ଷ ସୁଦର୍ଶଦ ଦାସ ଯୋଗଦେଇ ରାଜ୍ୟରେ ଚାଷୀମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗିନ, ଓଡ଼ିଶାର ଚାଷୀଙ୍କ ଆୟ ତଳଆଡୁ ମାସିକ ୫୧୧୨ ଟଙ୍କା ଫଳରେ ଏହା ହେଲା ରାଜ୍ୟ ବିଜେଡ଼ି ସରକାରର ୨୧ ବର୍ଷ ଶାସନର ସଫଳତା ।
ମଣ୍ଡି ଅବ୍ୟବସ୍ଥା ଠାରୁ ଜଳସେଚନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ବିଫଳ । ଚାଷୀ ଆତ୍ମହତ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଓ ନିରବଦ୍ରଷ୍ଟା । କେନ୍ଦ୍ର ଓ ରାଜ୍ୟ ଯେତେଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି ତାହା କେବଳ ପ୍ରସାର ଓ ପ୍ରଚାର ସର୍ବସ୍ ଏଥୁରେ ଚାଷୀର କୌଣସି ବିକାଶ ହୋଇପାରି ନାହିଁ । ଏହି ଉଭୟ ସରକାର ଚାଷୀଙ୍କ ପ୍ରତି ଚରମ ଉଦାସୀନତା ଋଷୀକୂଳକୁ ବ୍ୟଥିତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେଯେ ଯେପର୍ଯ୍ୟନ୍ତ ସ୍ପଷୀ ଓ ଚାଷର ଉନ୍ନତି ନ ହୋଇଛି ସେପର୍ଯ୍ୟନ୍ତ ରାଜ୍ୟର ପ୍ରଗତି ଅସମ୍ଭବ । ବିଜେଡ଼ି ସରକାର ଅମଳରେ ଋଷୀକୂଳ ତଳିତଳାନ୍ତ ହେଲେଣି । କଂଗ୍ରେସ ଦଳ ପକ୍ଷରୁ ପଂଚାୟତ ସ୍ତରରୁ କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଚାଷୀ କୁଳର ବୃହତର ସ୍ୱାର୍ଥ ରକ୍ଷା ଓ ସେମାନଙ୍କର ହକ ପାଇଁ ଆଗାମୀ ଦିନରେ କିଷାନ କଂଗ୍ରେସ ପକ୍ଷରୁ ଫଚାୟତ ସ୍ତରରୁ ଲଢ଼େଇ ଜାରି ରହିବ ବୋଲି ଆଜିର ବୈଠକରେ ନିଷ୍ପତି ନିଆଯାଇଛି । ଡିସେମ୍ବର ୧୫ ତାରିଖ ଦିନ ବିଧାନ ସଭା ସମ୍ମୁଖରେ କିଷାନ କଂଗ୍ରେସର ଧାରଣା ଓ ପ୍ରତିବାଦ । ଚଳିତ ଖରିଫ ଧାନ ସଂଗ୍ରହରେ ଋଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତି ମଣ୍ଡିକୁ କିଷାନ କଂଗ୍ରେସ ଜଗିବା ସହ ସ୍ଥାନୀୟ କୃଷି କୃଷକ ସମସ୍ୟା ନେଇ ପ୍ରତି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି । ବର୍ତମାନ ଗ୍ରାମାଂଚଳର କୃଷି ଭିତିଭୂମି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ।
ସରକାର ସମବାୟ ନିର୍ବାଚନକୁ ଜାଣିଶୁଣି ନ କରାଇ ସରକାରୀ କରିଡ଼ରରେ ବାନ୍ଧି ରଖୁବା, ଆଳୁ ମିଶନ ଓ ପିଆଜ ମିଶନ ଫେଲ୍, ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଅଭାବ, ମୁଣ୍ଡି ପରିଚାଳନାରେ ବ୍ୟାପକ ଅବବ୍ୟସ୍ତା, ଏମ.ଏସ୍.ପି ବୃଦ୍ଧି କରା ନ ଯିବା, କୃଷକ କମିଶନ୍ ଓ ଭାଗଚାଷୀ ଆଇନ୍ ଶୀତଳ ଭଣ୍ଡାରରେ ପଡ଼ିଥିବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ବଂଚକତା, ମନରେଗା ଜରିଆରେ ବ୍ୟାପକ ହରିଲୁଟ, କାଳିଆ, ବଳିଆ ଓ ପି.ଏମ୍. କିଷାନ ଯୋଜନା ୬୦ ପ୍ରତିଶତ ଚାଷୀ ଅନ୍ତର୍ଭୁକ୍ତ ନ ହେବା ପ୍ରଭୃତି ଏ ସରକାରର ଚାଷୀଙ୍କ ବିକାଶର ପ୍ରକୃତ ଚେହେରାକୁ ପଦାରେ ପକାଇଛି ବୋଲି କିଷାନ କଂଗ୍ରେସ ପ୍ରତିନିଧୁମାନେ ତୀବ୍ର ସମାଲୋଚନା କରିଥିଲେ ।
ଏମ୍.ଏସ୍.ପିରେ ଆଇନଗତ ଗ୍ୟାରେଣ୍ଟି ଅଦିନିଆ ବର୍ଷା ଓ ଚକଡ଼ା ପୋକରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୦ ହଜାର ଟଙ୍କା ସହାୟତା, ମୃତକ ଚାଷୀ ପରିବାରଙ୍କୁ ଅନୁକମ୍ପାମୂଳକ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ରାଜ୍ୟରେ ପନିପରିବା ଉତ୍ପାଦନ ଦିଗରେ ଗୁରୁତ୍ବ, ପ୍ରତି ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ, ଅଚଳ କୃଷି ଭିତିକ ଶିଳ୍ପଗୁଡ଼ିକର ପୁନରୁଦ୍ଧାର ଓ ନୂତନ କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା, ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ , ଧାନ କ୍ଲିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି, ଚାଷ କାର୍ଯ୍ୟପାଇଁ ମାଗଣା ବିଜୁଳି, ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ, ରିଲିଫ୍ କୋର୍ଡ଼ ସଂଶୋଧନ, ପ୍ରଚଳିତ କୃଷିନୀତିର ଆମୂଳଚୂଳ ପରିବର୍ତ୍ତନ, ସମସ୍ତ ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ଭତା ପ୍ରଦାନ, କ୍ଷତି ଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଫସଲବୀମା ସହାୟତା ପ୍ରଦାନ, ରାଜ୍ୟର ସମସ୍ତ ଚାଷୀଙ୍କୁ ପି.ଏମ୍. କିଷାନ, କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଚାଷ କାର୍ଯ୍ୟପାଇଁ ଜଳସେଚନକୁ ସର୍ବାଧୁକ ଗୁରୁତ୍ବ ଦେବାକୁ ଦୃଢ଼ ଦାବୀ କରାଯାଇଛି ।
ଏଥୁ ସହିତ ତୁରନ୍ତ ସମବାୟ ନିର୍ବାଚନ କରିବା ଏବଂ ସମବାୟ ସେବା ସମିତିଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମାନ୍ୟତା ଓ ୭ମ ବେତନ କମିଶନ ହାରରେ ସେମାନଙ୍କୁ ବେତନ ପ୍ରଦାନ କରିବାକୁ ଦାବୀ କରାଯାଇଛି । ପରିଶେଷରେ କିଷାନ କଂଗ୍ରେସର ରାଜ୍ୟ ଉପ ସଭାପତି ସୁବାଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆ, ବୃନ୍ଦାବନ ଖଟେଇ, ନରେନ୍ଦ୍ର ପଣ୍ଡା, ଦାଶରଥ ସାହୁ, ବିପ୍ରବର ସାହୁ, ଦେବ ଲୋଭାନ, ସଂଜିବ ନାୟକ, ନିରଞ୍ଜନ ବେହେରା, ସ୍ଵପ୍ଟେଶ୍ଵର ପୃଷ୍ଟି, ବସନ୍ତ ମହାରଣା, ରାମନାରାୟଣ ବିଶ୍ଵାସ, ଯଶୋଦାନନ୍ଦନ ସିଂ, ପଦ୍ମଚରଣ ସାହୁ, ଅରବିନ୍ଦ ସାମଲ, ବଚରଣ ପରିଡ଼ା, ନାରାୟଣ ପରିଡ଼ା, ସଦାନନ୍ଦ ଓଝା ପ୍ରମୁଖ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଓ ରାଜ୍ୟ କମିଟି କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।
Post a Comment