loading...

ମହିଳା ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ଥିବା ବେଳେ ବଢୁଥିବା ମହିଳା ହିଂସା ସମାଜ ପାଇଁ ସତର୍କଘଣ୍ଟି

ଆଜିର ମହିଳା ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ହୋଇଥିବା ବେଳେ ଅପରପକ୍ଷରେ ବଢୁଥିବା ମହିଳା ହିଂସା ସଭ୍ୟ ସମାଜ ପାଇଁ ସତର୍କଘଣ୍ଟି

ମହିଳା ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ଥିବା ବେଳେ ବଢୁଥିବା ମହିଳା ହିଂସା ସମାଜ ପାଇଁ ସତର୍କଘଣ୍ଟି

ଭୁବନେଶ୍ୱର, ଆଜିର ମହିଳା ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ହୋଇଥିବା ବେଳେ ଅପରପକ୍ଷରେ ବଢୁଥିବା ମହିଳା ହିଂସା ସଭ୍ୟ ସମାଜ ପାଇଁ ସତର୍କଘଣ୍ଟି ବୋଲି ରାଜ୍ୟ ମହିଳା ଆୟୋଗର ସଭ୍ୟ ସ୍ନେହାଞ୍ଜଳି ମହାନ୍ତି ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ଲୁଥେରାନ ବିଶ୍ଵ ସେବା ସଂସ୍ଥା ଭାରତ ପକ୍ଷରୁ ୧୬ଦିନ ବ୍ୟାପି ଗଲିଥିବା ମହିଳା ହିଂସା ବିରୋଧ ଅଭିଯାନର ଉଦ୍‌ଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଥିଲେ । ସମ୍ମାନିତ ଅତିଥି ରୂପେ ଜାତୀୟ ମାନବାଧିକାର କମିଶନ, ନୂଆଦିଲ୍ଲୀର କୋର୍ ସଦସ୍ୟ ମନୋଜ ଜେନା ଯୋଗଦେଇ ମହିଳା ସୁରକ୍ଷା କର୍ମୀମାନଙ୍କ ଭୂମିକା ଓ ଦାୟିତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ । ସେମାନେ ନିଜର ଦକ୍ଷତା ବୃଦ୍ଧି କରିବା ସହ ମହିଳା ଅଧିକାର ସମ୍ପର୍କିତ ବିଭିନ୍ନ ଆଇନକାନୁନ ଓ ନ୍ୟାୟିକ ପ୍ରକ୍ରିୟା ଉପରେ ଜ୍ଞାନ ହାସଲ କରିବା ଉଚିତ୍ ବୋଲି କହିଥିଲେ । 

ଅନ୍ୟତମ ଅତିଥି ଭାବେ ୧୮୧ ମହିଳା ସହାୟତା କେନ୍ଦ୍ରର ରାଜ୍ୟ ସଂଯୋଜିକା ପ୍ରଜ୍ଞା ପାରମିତା ବସ୍ତିଆ, ସଖୁ ସେଣ୍ଟରର ସଂଯୋଜିକା ସୋମା ପାଇକରାୟ, ହ୍ୟୁମାନ ରାଇଟ୍ ଫଣ୍ଟ ଇଣ୍ଡିଆର ରାଜ୍ୟ ସଂଯୋଜକ ରାଜୀବ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଲିଙ୍ଗଗତ ପ୍ରଭେଦ ଓ ନିରାକରଣ ଉପରେ ତାଲିମ ପ୍ରଦାନ କରିବା ସହ ବିଭିନ୍ନ ଆଇନ ଓ ଅଭିଯୋଗ ଲାଘବ କେନ୍ଦ୍ରର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ମହିଳା ସାମାଜିକ କର୍ମୀ ଉଷାରାଣୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୁଥେରାନ ବିଶ୍ଵ ସେବା ସଂସ୍ଥା ଭାରତ, ଭୁବନେଶ୍ୱର ପ୍ରକଳ୍ପ ସଂଯୋଜିକା ପୀୟୁଷ ଦାସ ସ୍ୱାଗତ ଭାଷଣ ଦେବା ସହ ୧୬ଦିନ ବ୍ୟାପୀ ଗଲିଥିବା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ରଖୁଥିଲେ । ସହ ସଂଯୋଜିକା ଗୀତାଞ୍ଜଳି ମହାନ୍ତି ସଭା ପରିଟଳନା କରିଥିଲେ । 

ମହିଳା ହିଂସା ବିରୋଧୀ ମହିଳା ସଂଗଠନର ଅଧ୍ୟକ୍ଷା କୁନିଲତା ମହାରଣା ଓ ସମ୍ପାଦିକା ମଞ୍ଜୁଲତା କର ସଂଗଠନ ସଫଳ ପଦକ୍ଷେପ ନେଇଥିବା ବିଭିନ୍ନ କେସ୍ ଓ ଘଟଣା ବିଷୟରେ କହିଥିଲେ । ମହିଳା ସମ୍ମାନ ଓ ସଶକ୍ତିକରଣ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ବିଭିନ୍ନ ବ୍ୟକ୍ତି ଓ ସଂଗଠନକୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ମହିଳା ଗୃପ ଦ୍ବାରା ସଚେତନତାମୂଳକ ସଙ୍ଗୀତ ଓ ନାଟକ ପରିବେଷଣ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget