loading...

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ “ପାଇକମାନଙ୍କ ରଣହୁଙ୍କାର’ ସମାବେଶ : ପାଇକ ମହାସଂଘ

ଐତିହାସିକ ବରୁଣେଇ ପାଦଦେଶ ଲାଲଗଡ଼ ମାଟି ଗଡ଼ଖୋଦ୍ଧାଠାରେ ପାଇକ ବିଦ୍ରୋହର ପାଞ୍ଚ ମହାରଥୀଙ୍କ ପ୍ରତିମୂର୍ତ୍ତି ନିକଟରେ ନିଖୁଳ ଓଡ଼ିଶା ପାଇକ ମହସଂଘ

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ “ପାଇକମାନଙ୍କ ରଣହୁଙ୍କାର’ ସମାବେଶ : ପାଇକ ମହାସଂଘ

ଭୁବନେଶ୍ୱର, ଐତିହାସିକ ବରୁଣେଇ ପାଦଦେଶ ଲାଲଗଡ଼ ମାଟି ଗଡ଼ଖୋଦ୍ଧାଠାରେ ପାଇକ ବିଦ୍ରୋହର ପାଞ୍ଚ ମହାରଥୀଙ୍କ ପ୍ରତିମୂର୍ତ୍ତି ନିକଟରେ ନିଖୁଳ ଓଡ଼ିଶା ପାଇକ ମହସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପାଇକମାନେ ରଣହୁଙ୍କାର ଡାକରା ଦେଇଛନ୍ତି । ଖୋଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ପାଇକମାନଙ୍କ ପ୍ରତି ଉପହାସର ତୀବ୍ର ସମାଲୋଚନା କରିଥିଲେ । ପାଇକ ବିଦ୍ରୋହକୁ
ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନକଲେ ପଲ୍ଲୀରୁ ଦିଲ୍ଲୀ ସଂସଦ ଭବନ ପର୍ଯ୍ୟନ୍ତ ରଣରଙ୍କା ପାଇକମାନେ ସଂସଦ ଭବନରେ ତାଙ୍କ ଢାଲ, ତରବାରୀ ଗର୍ଜନ କେନ୍ଦ୍ର ସରକାରଙ୍କୁ ଶୁଣାଇବେ ବୋଲି ଚେତାବନୀ ଦେଇଛନ୍ତି । 

ତତ୍ସହିତ ରାଜ୍ୟ ସରକାର ତୁରନ୍ତ ସ୍କୁଲ, କଲେଜରେ ପାଇକ ଆଖଡ଼ାକୁ ସାମିଲ୍ କରି ତାହାକୁ ସ୍କାଉଟ, ଏନ୍.ସି.ସି. ଭଳି ମାନ୍ୟତା ପ୍ରଦାନ କରନ୍ତୁ । ତୁରନ୍ତ ଐତିହାସିକ ତଥ୍ୟ କେନ୍ଦ୍ର ନିକଟରେ ଉପସ୍ଥାପନ କରନ୍ତୁ । କେନ୍ଦ୍ର ସରକାର ଯଦି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ କରନ୍ତି ତେବେ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନକୁ ଅଚଳ କରିଦିଆଯିବ ବୋଲି ରାଜ୍ୟ ସଂଯୋଜକ କେଦାର ଦାସ କହିଛନ୍ତି । ଏଥିସହିତ ଆଗାମୀ ଦିନରେ ସଂସଦ ଭବନ ମଧ୍ୟ ଘେରାଉ କରାଯିବ । ଆଜିର ଏହି ସମାବେଶରେ ଦଳେଇ, ଦଳବେହେରା, ପାଇକ ସର୍ଦାର, ପାଇକଗୁରୁମାନେ ନିଜ ନିଜର ଢାଲ, ତରବାରୀ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରିବା ସହିତ କେନ୍ଦ୍ର ସରକାରଙ୍କୁ କଡ଼ା ଜବାବ ଦେବାକୁ ଆହ୍ବାନ ଦେଇଛନ୍ତି । 

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପାଇକଗୁରୁ ଦୁଃଶାସନ ଦାସ, ମୁଖପାତ୍ର ରାଜୀବ ନୟନ ରଥ, ବର୍ଷିୟାନ ପାଇକଗୁରୁ ଭାସ୍କର ସୁନ୍ଦରାୟ, ଉପଦେଷ୍ଟା କିଶୋର ବିଶୋୟୀ, ଦୁର୍ଗାଚରଣ ବିଶ୍ବାଳ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ପାଇକଗୁରୁ ପ୍ରଫୁଲ୍ଲ ଜେନା, ବାଣପୁର ପାଇକ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା, ଗୁଣନିଧ ବେହେରା, ଅଜୟ ଜେନା, ବ୍ରଜକିଶୋର ସ୍ୱାଇଁ, ମଳୟ ମଙ୍ଗରାଜ, ମିଟୁ ପଲେଇ, ଗୁରୁ ସର୍ବେଶ୍ବର ଛୋଟରାୟ, ପାଇକ ଦଳପତି ମନୋରଞ୍ଜନ ସିଂ ପ୍ରମୁଖ ଯୋଗଦାନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget