loading...

ଜାତୀୟ ସଶସ୍ତ୍ର ବାହିନୀ ପତାକା ଦିବସରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ପତାକା ପ୍ରଦାନ

ଜାତୀୟ ସଶସ୍ତ୍ରବାହିନୀ ପତାକା ଦିବସ ଉପଲକ୍ଷେ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ଜାତୀୟ ସଶସ୍ତ୍ର ବାହିନୀ ପତାକା ଦିବସରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ପତାକା ପ୍ରଦାନ

ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ଜାତୀୟ ସଶସ୍ତ୍ରବାହିନୀ ପତାକା ଦିବସ ଉପଲକ୍ଷେ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ କମୋଡର ଘନଶ୍ୟାମ୍ ଓଝା ସଶସ୍ତବାହିନୀ ପତାକା ପ୍ରଦାନ କରିଥିଲେ । ରାଜ୍ୟ ସୈନିକ ବୋର୍ଡ ଆନୁକୂଲ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ । ଆୟୋଜନ କରାଯାଇ ଦିବଂଗତ ସୈନିକଙ୍କ ପରିବାରବର୍ଗଙ୍କ ଆର୍ଥିକ ସହାୟତା ନିମନ୍ତେ ଦାନ ପାଣ୍ଠି ସଂଗ୍ରହ ଅଭିଯାନ କରାଯାଇଥାଏ । 

ଏହା ବ୍ୟତୀତ ଆଘାତପ୍ରାପ୍ତ ସୈନିକଙ୍କ ଚିକିତ୍ସା, ଯୁଦ୍ଧବିଧବା, ଅନାଥ ଶିଶୁ, ଅକର୍ମଣ୍ୟ ସୈନିକ, ବୁଦ୍ଧ ଓ ଦୁର୍ବଳ ସୈନିକମାନଙ୍କ ସହାୟତାରେ ଏହି ଅର୍ଥ ବିନିଯୋଗ କରାଯାଇଥାଏ । ଏହି ଅବସରରେ ଅନୌପଚାରିକ ଭାବେ ରାଜ୍ୟ ସୈନିକ ବୋର୍ଡ ନିମନ୍ତେ ଭୁବନେଶ୍ୱରଠାରେ ଏକ ଦପ୍ତର ଖୋଲିବା ସକାଶେ ରାଜ୍ୟ ସରକାରଙ୍କଠାରୁ ଖଣ୍ଡେ ଜମି ପାଇଁ ଆବେଦନ କରିବାକୁ ବୋର୍ଡ ତରଫରୁ ପରାମର୍ଶ ମଗାଯାଇଥିଲା । ଆଗାମୀ ଦିନରେ ଅବସରପ୍ରାପ୍ତ ସୈନିକମାନଙ୍କୁ ନେଇ ଏକ ବୈଠକ ଆହୁତ କରିବା ଏବଂ ସୈନିକ ବୋର୍ଡର ପରିସରକୁ ଆହୁରି ବ୍ୟାପକ କରିବାରେ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget