ଭୁବନେଶ୍ବର, ଅନୁସୂଚିତ ଜାତି ଓ ଜନଜାତି ବିଭାଗଦ୍ବାରା ପରିଚାଳିତ ଆଶ୍ରମ ଓ ସେବାଶ୍ରମମାନଙ୍କରେ ନିଯୁକ୍ତ ଲେଡି ମେଟ୍ରୋନ୍ ମାନଙ୍କର ଦେଖାଦେଉଥିବା ସମସ୍ୟାର ସମାଧାନ ପାଇ ଭାରତୀୟ ମଜଦୁର ସଂଘ ଦାରା ପରିଚାଳିତ ଓଡ଼ିଶା ରାଜ୍ୟ ମହିଳା ମେଟ୍ରୋନ୍ ସଂଘ ତରଫରୁ ଆଜ ଏକ ଶୋଭାଯାତ୍ରା ଜରିଆରେ ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ସଂଘର କାର୍ଯ୍ୟକାରୀ ସଭାପତି ମଞ୍ଜୁଲତା ସେଠ, ‘ସାଧାରଣ ସମ୍ପାଦିକା ଅସୀମା ଭାରତୀ ସିଂ, ଉପସଭାପତି ଜ୍ୟୋସ୍ନା ବାଲା, ନାଆ ଓରାମ୍, କୋଷାଧ୍ୟକ୍ଷା ତୁସ ବେହେରା ।
ଉକ୍ତ ସଂଘର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ସାହୁ, ଉପଦେଷ୍ଟା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ କୁମାର ଦାସ, ପରମେଶ୍ନର ବିଶୋଇ, ଅଲ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ରାଜ୍ୟ ସାଧାରଣ ସମ୍ପାଦିକା ଝୁନୁପମା ଶତପଥୀ ସଭାନେତ୍ରୀ ସୁମୀତା ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । ସଂଘର ଏକ ପ୍ରତିନିଧୁମଣ୍ଡଳୀ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଓଡ଼ିଶା ସରକାରଙ୍କୁ ୭ ଦଫା ଦାବୀପତ୍ର ପ୍ରଦାନ କରିଥିଲେ ।
ଦାବୀଗୁଡ଼ିକ ମଧ୍ୟରେ କାର୍ଯ୍ୟରତ ସମସ୍ତ ଲେଡ଼ି ମେଟ୍ରୋନ୍ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା, ଯେଉଁ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇନାହିଁ ମାସିକ ୨୫ ହଜାର ଟଙ୍କା ବେତନ 'ପ୍ରଦାନ କରାଯିବା, ସମସ୍ତ ଲେଡ଼ି ମେଟ୍ରୋନ୍ ମାନଙ୍କ ପାଇଁ ଜି.ପି. ଏଫ୍. ଓ ଇ.ପି.ଏଫ୍. ଲାଗୁ କରାଯିବା, ଲେଡ଼ି ମେଟ୍ରୋନ୍ ମାନଙ୍କ ପାଇଁ ଚାକିରୀର ସର୍ତ୍ତାବଳୀ ଓ ନିୟମ ଲାଗୁ କରାଯିବା, ସମସ୍ତ ଲେଡ଼ି ମେଟ୍ରୋନ୍ ମାନଙ୍କ ପାଇଁ ସି.ଏଲ୍., ଇ.ଏଲ୍., ପର୍ବପର୍ବାଣୀ ଛୁଟି ଲାଗୁ କରାଯିବା, କାର୍ଯ୍ୟରତ ଲେଡ଼ି ମେଟ୍ରୋନ୍ ମାନଙ୍କୁ ଅନ୍ୟାୟ ଭାବରେ କାର୍ଯ୍ୟରୁ ବହିଷ୍କାର କରା ନଯିବା, ଲେଡ଼ି ମେଟ୍ରୋନ୍ ମାନଙ୍କ ପାଇଁ ପେନ୍ସନ୍, ବୀମା ସହିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ ଅଟେ ।
Post a Comment