loading...

ରୋଟାରୀ ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କୁ ୨୦୨୨ ବର୍ଷର ଗୁରୁପ୍ରଣାମ ସମ୍ମାନ

ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଦୀର୍ଘ ୨୨ ବର୍ଷ ଧରି ପ୍ରଦାନ କରାଯାଉଥିବା ଗୁରୁପ୍ରଣାମ ସମ୍ମାନ

ରୋଟାରୀ ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କୁ ୨୦୨୨ ବର୍ଷର ଗୁରୁପ୍ରଣାମ ସମ୍ମାନ

ଭୁବନେଶ୍ବର,ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଦୀର୍ଘ ୨୨ ବର୍ଷ ଧରି ପ୍ରଦାନ କରାଯାଉଥିବା ଗୁରୁପ୍ରଣାମ ସମ୍ମାନ, ୨୦ ୨୨ ବର୍ଷ ପାଇଁ ବିଶିଷ୍ଟ ଶିକ୍ଷା ସଂଗଠକ ତଥା ଶିକ୍ଷାବିତ୍ର ରୋଟାରିଆନ ଶାନ୍ତନୁ କୁମାର ପାଣି, ବିଶିଷ୍ଟ ପାଲାଶ୍ଚର୍ଯ୍ୟ, ଯୁବ ଗାୟକ ନୃସିଂହ ଚରଣ ହୋତା ଓ କବୟତ୍ରୀ ଶ୍ରୀମତୀ ନମିତା କୁମାରୀ ପଣ୍ଡାଙ୍କୁ ଶିକ୍ଷା, ସାହିତ୍ୟ, ଭାଷା ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତରେ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ କୁଳପତି ଡ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨ ୨ ବର୍ଷ ପାଇଁ ଏହି ନାମଗୁଡ଼ିକ ସୁପାରିଶ କରିଥିଲେ । ଏହି କମିଟିରେ ସୁବାର୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥ, ଡଃ ବୁଦ୍ଧଦେବ ମିଶ୍ର, ଡଃ ସୌରେନ୍ଦ୍ର ମହାପାତ୍ର ଓ ସୀତାବଲ୍ଲଭ ମହାପାତ୍ର ସଦସ୍ୟ ଥିଲେ । ଆସନ୍ତା ୨୦ ୨୨ ଜାନୁୟାରୀ ୬ ତାରିଖ ବୁଦ୍ଧ ମନ୍ଦିରଠାରେ ଗୁରୁପ୍ରଣାମ ମହୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଡା ଜ୍ଞାନେନ୍ଦ୍ରଙ୍କ ସୂତ୍ରରୁ ପ୍ରକାଶ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget