loading...

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍ ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍ ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା । ଯାଞ୍ଚ ପ୍ରକ୍ରିୟାରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ୱ

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍ ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରବର୍ତ୍ତିତ ୫-‘ଟି’ ଅନ୍ତର୍ଗତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଏକ ନିର୍ଭୁଲ ଚାଷୀ ନାମଫଜୀକରଣ ତାଲିକା ପ୍ରସ୍ତୁତ କରାଯାଉଛି । ଏଥୁ ନିମନ୍ତେ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ସହଯୋଗରେ ସାଟେଲାଇଟ୍ ଇମେଜକୁ ବ୍ୟବହାର କରାଯାଉଛି । ଏହାକୁ ପାଇଲଟ୍ ପ୍ରକଳ୍ପ ଭାବରେ ରାଜ୍ୟର ୭ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ନାମ ପଂଜୀକରଣ ସମୟରେ ଚାଷୀମାନେ ଦେଇଥିବା ତଥ୍ୟ ଅନୁସାରେ ସଂପୃକ୍ତ ପୁରେ ଧାନଚାଷ କରାଯାଇଛି କି ନାହିଁ, ସେ ସଂପର୍କରେ ଯାଞ୍ଚ କରାଯାଉଛି । 

ଆଜି ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯାଞ୍ଚ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ସଂପୂର୍ଣ୍ଣ ପ୍ରକ୍ରିୟାକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏକ ନିର୍ଭୁଲ ଚାଷୀ ଫଜୀକରଣ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ସର୍ବାଧୂକ ଗୁରୁତ୍ୱ ପ୍ରଦାନ କରାଯାଉଛି ଓ ପ୍ରକୃତ ଚାଷୀମାନେ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ସେମାନଙ୍କ ଖରିଫ ଧାନ ବିକ୍ରି କରିପାରିବେ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଓରସାକ୍ ସହାୟତାରେ ସାଟେଲାଇଟ୍ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ର ବିଶ୍ଳେଷଣ ମାଧ୍ୟମରେ ଧାନଚାଷ ସଂପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛି । ଉତ୍ତୋଳିତ ହାଇ ରିଜୋଲ୍ୟୁସନ୍ ଫଟୋଚିତ୍ରକୁ ରାଜସ୍ବ ବିଭାଗର କାଡାଷ୍ଟ୍ରାଲ୍ ମ୍ୟାପ୍ ଓ ଜମିଜମା ପଟ୍ଟା ସହିତ ଜିଓ ରେଫରେସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଉଛି ।

ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗ ଦ୍ୱାରା ମଣ୍ଡିରେ ଧାନସଂଗ୍ରହ କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ମଣ୍ଡି ଦାୟିତ୍ୱରେ ଥିବା କ୍ଷେତ୍ର ଅଧୁକାରୀମାନେ ଅଧିକ ତତ୍ପର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ମଣ୍ଡିରେ ଜିଲ୍ଲା ଧାନସଂଗ୍ରହ କମିଟି ଦ୍ବାରା ପ୍ରସ୍ତୁତ ଧାର୍ଯ୍ୟ ତାରିଖରେ ଧାନକିଣା କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ମଣ୍ଡିରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ସହିତ ସମସ୍ତ କୋଭିଡ୍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସାଟେଲାଇଟ୍ ଇମେଜରି ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ଏବଂ ଖରିଫ୍ ଧାନସଂଗ୍ରହର ସଦ୍ୟତମ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଓରସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଡ. ପି.କେ. ମଲ୍ଲିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget