loading...

କରୋନା ମହାମାରୀ ସହିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ପଦ୍ଧତି ବଡ଼ ଆହ୍ବାନ

କରୋନା ମହାମାରୀ ସହିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁଣବତ୍ତାସମ୍ପନ୍ନ ଗବେଷଣା ପଦ୍ଧତି ସମୟର ବଡ଼ ଆହ୍ବାନ

କରୋନା ମହାମାରୀ ସହିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ପଦ୍ଧତି ବଡ଼ ଆହ୍ବାନ

ଭୁବନେଶ୍ବର, ସାଧାରଣ ମଣିଷ ରୋଗାକ୍ରାନ୍ତ ଥିବାବେଳେ ସ୍ବାସ୍ଥ୍ୟକୁ ନେଇ ସେ କିପରି ବ୍ୟବହାର କରୁଛି, ଶରୀର ଉପରେ ଏହାର ପ୍ରଭାବକୁ ବୁଝିବା ଔଷଧ ପ୍ରଦାନଠାରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ବିଶେଷକରି କୋଭିଡ୍‌ ଭଳି ମହାମାରୀ ସମୟରେ ବ୍ୟକ୍ତିର ଦୃଷ୍ଟିଭଙ୍ଗୀ, ଭାବନା, ମତାମତ ଏବଂ ଚିକିତ୍ସା ପଦ୍ଧତିକୁ କିପରି ପାଳନ କରୁଛି ତାହା ବୁଝିବା ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍‌ସ ନାଗପୁରର କମ୍ୟୁନିଟି ମେଡିସିନ୍‌ ବିଭାଗ ମୁଖ୍ୟ ତଥା ଡିନ୍‌(ଗବେଷଣା) ପ୍ରଫେସର ଡ. ପ୍ରଦୀପ ଦେଶମୁଖ ମତବ୍ୟକ୍ତ କରିଛନ୍ତି। ଏମ୍‌ସ ଭୁବନେଶ୍ବର କମ୍ୟୁନିଟି ମେଡିସିନ୍‌ ଏବଂ ଫ୍ୟାମିଲି ମେଡିସିନ୍‌ ବିଭାଗ ପକ୍ଷରୁ ଆୟୋଜିତ ‘ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଗୁଣବତ୍ତାସମ୍ପନ୍ନ ପଦ୍ଧତି’ ଶୀଷର୍କ ଦୁଇଦିନିଆ କର୍ମଶାଳାରେ ଯୋଗଦେଇ ଏପରି ମତ ରଖିଛନ୍ତି ଡ. ଦେଶମୁଖ।

ଆଜି ଉଦ୍‌ଯାପିତ ହୋଇଥିବା ଏହି କର୍ମଶାଳାକୁ ଗତକାଲି ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡ. ଗୀତାଞ୍ଜଳୀ ଏପରି ଗବେଷଣା ପଦ୍ଧତିକୁ ସ୍ବାସ୍ଥ୍ୟ ଗବେଷଣା ସହିତ ମେଡିକାଲ୍‌ ପାଠ୍ୟକ୍ରମରେ ମଧ୍ୟ ସାମିଲ କରିବାକୁ ଗୁରୁତ୍ବାରୋପ କରିଥିଲେ। ଚିରାଚରିତ ଢଙ୍ଗରେ ହେଉଥିବା ପରିମାଣଗତ(କ୍ବାଣ୍ଟିଟେଟିଭ୍‌) ଗବେଷଣା ଅପେକ୍ଷା କ୍ବାଲିଟେଟିଭ୍‌ ଗବେଷଣା ଅଧିକ ଫଳପ୍ରଦ ବୋଲି ଡ. ଗୀତାଞ୍ଜଳୀ ପ୍ରକାଶ କରିଥିଲେ। ପ୍ରମୁଖସ୍ବାମୀ ମେଡିକାଲ୍‌ କଲେଜ୍‌, କରମସାଦ, ଗୁଜୁରାଟର ଏକ୍ସେଣ୍ଟନ୍‌ସନ ପ୍ରୋଗ୍ରାମ୍‌ ବିଭାଗ ମୁଖ୍ୟ ଡ. ଅମୋଲ ଡୋଙ୍ଗ୍‌ରେ ଏହି ଗବେଷଣା ପଦ୍ଧତି ବ୍ୟକ୍ତିର ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଥାଏ।

ଏସ୍‌ସିବି ମେଡିକାଲ୍‌ କଲେଜ୍‌ କଟକ, ଭିଏସଏସ ମେଡିକାଲ୍‌ କଲେଜ ବୁର୍ଲା, ଏମକେସିଜି ବ୍ରହ୍ମପୁର, କିମ୍‌ସ ଭୁବନେଶ୍ବରରୁ ଚିକିତ୍ସକ, ଗବେଷକ ଏବଂ ପିଏଚ୍‌ଡି ସ୍କଲାର୍‌ମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ସ ଭୁବନେଶ୍ବର ଡିନ୍‌ ଡ. ଦେବାଶିଷ ହୋତା, କମ୍ୟୁନିଟି ମେଡିସିନ୍‌ ବିଭାଗ ମୁଖ୍ୟ ଡ. ସୋନୁ ଏଚ୍‌ ସୁବା ପ୍ରମୁଖ ଉପସ୍ଥିତ ଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget