loading...

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ। ଜୀବନକୁ ଅର୍ଥପୂର୍ଣ୍ଣ କରୁଥିବା ଶିକ୍ଷା ହିଁ ଶ୍ରେଷ୍ଠ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର, ଶିକ୍ଷା ସମସ୍ତ କୃତ୍ରିମ ବନ୍ଧନରୁ ମୁକ୍ତ କରେ ଏବଂ ଉତ୍ତରଣ ଓ ଉଦ୍ଧଉଡ଼ାଣର ମାର୍ଗ ପ୍ରଶସ୍ତ କରେ । କେବଳ ଜୀବିକା ନୁହେଁ ଜୀବନକୁ ଅର୍ଥପୂର୍ଣ୍ଣ କରୁଥିବା ଶିକ୍ଷା ହିଁ ଶ୍ରେଷ୍ଠ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା କୁଳପତି ପ୍ରଫେସର ଲାଲ କହିଲେ ଯେ ମଣିଷ ମଧ୍ୟରେ ଅପାର ଶକ୍ତି, ସାମର୍ଥ ଓ ସମ୍ଭାବନା ରହିଛି । 

ଏହାର ଆବିଷ୍କାର ଓ ଉପଯୋଗ ଶିକ୍ଷା କରାଏ । ଦିଶା ଦର୍ଶାଏ । କେବଳ ପାଠ୍ୟପୁସ୍ତକ ନୁହେଁ, ପ୍ରକୃତିକୁ ଶିକ୍ଷଣ ସାମଗ୍ରୀ ଭାବରେ ଗ୍ରହଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ନାରୀ ହେଉଛି ଆଦିଶକ୍ତି ଏବଂ ବ୍ରହ୍ମାଣ୍ଡ ସେଥିରୁ ଉତ୍ପନ୍ନ । ଯୁଗର ଆହ୍ବାନ ଓ ଆବଶ୍ୟକତା ଅନୁସାରେ ନାରୀମାନେ ଦାୟିତ୍ଵ ଓ କର୍ତ୍ତବ୍ୟ ପାଳନ କରିଛନ୍ତି । ଏକ ସୁନ୍ଦର ସଂସାର ନିମନ୍ତେ ନାରୀମାନେ ନିଜର ଶକ୍ତିର ଯଥାଯଥ ଉପଯୋଗ କରିବାକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି ।

ପ୍ରତିଷ୍ଠା ଦିବସ ସମାରୋହରେ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ କୁମାର ପ୍ରଶାନ୍ତ ମୁଖ୍ୟବକ୍ତା ରୂପେ ଯୋଗଦେଇ ମା’ରମାଦେବୀଙ୍କ ପଥ, ତକ୍ସ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜ ଜୀବନକୁ ଏକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାକୁ କହିଥିଲେ । ବିଶ୍ଵବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ, କୁଳସଚିବ ଶ୍ୟାମଳି ମହାପାତ୍ର, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ସସ୍ମିତା ମହାନ୍ତି ପ୍ରମୁଖ ବିଶ୍ୱବିଦ୍ୟାଳୟ ଇତିହାସ, ଐତିହ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget