ଭୁବନେଶ୍ଵର, ବିଜେଡି ଶାସନରେ ମହିଳା ବିପଦରେ । ଓଡିଶାରେ ଆଜି ମହିଳା ଅସୁରକ୍ଷିତ । ଆଉ କେତେ ମହିଳାଙ୍କ ଜୀବନ ଯିବ ? ଓଡିଶାରେ କ’ଣ ହେଉଛି, ମୁଖ୍ୟମନ୍ତ୍ରୀ ଜାଣନ୍ତି ତ ? ଏବେବି ଯଦି ମୁଖୁଆଙ୍କ ନିଦ ଭାଙ୍ଗୁ ନାହିଁ, ତେବେ ବିଜେପି ଆଉ ନୀରବଦ୍ରଷ୍ଟା ସାଜିବ ନାହିଁ । ଆଜି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଉଠାଇବା ପାଇଁ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ଶତାଧୁକ କାର୍ଯ୍ୟକର୍ତା ଆଜି ମାଷ୍ଟର କ୍ୟାଟିନ ଛକଠାରେ ଘଟ, ବାଜା ବଜାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ମମିତା ମେହେର ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ନହେବା ଯାଏ । ଆନ୍ଦୋଳନ ଜାରି ରହିବ । ଏହି ସ୍ପରକୁ ତୃଣମୂଳ ସ୍ତରକୁ ପହଁଚାଇବା ପାଇଁ ଆଜି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ମାଷ୍ଟରକ୍ୟାଟିନ ଛକ ନିକଟରେ ଘଟ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଦରୁ ଉଠେଇବା ପାଇଁ ପ୍ରତିବାଦ କରାଯାଇଛି ।
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟର ମୁଖୁଆ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି ଏବଂ ଯିଏ ମୁଖ୍ୟ ଷଡଯନ୍ତ୍ରକାରୀ ତାକୁ ଘଟ ଘୋଡାଇ ପାଖରେ ବସାଉଛନ୍ତି । ଓଡିଶାର ଶାସନ ବ୍ୟବସ୍ଥା ସମ୍ପୁର୍ଣ୍ଣ ହୁଗୁଳି ପଡିଛି । । ମୁଖୁଆଙ୍କ ନିଦ୍ରା ଭାଙ୍ଗିବା ପାଇଁ ଆଜି ଘଟ, ମାର୍କଳ, ଗିନି ବଜାଇ ସଂକୀର୍ତ୍ତନ କରାଯାଇଛି ବୋଲି ଶ୍ରୀ ସିଂ କହିଛନ୍ତି ।ମୁଖ୍ୟମନ୍ତ୍ରୀ କୁମ୍ବକର୍ଣ ନିଦ୍ରାରେ ରହି ଅପରାଧକୁ ପ୍ରୋତ୍ସାହନ ଦେଉଥିବା କାରଣରୁ ଆଜି ରାଜ୍ୟରେ ଚରମ ଆଇନଶୃଙ୍ଖଳା ସୃଷ୍ଟି ହୋଇଛି । ରାଜ୍ୟରେ ଗାଁ ଓ ଭଉଣୀମାନେ ଅସୁରକ୍ଷିତ ହୋଇପଡିଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଧାନସଭା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଟିଆ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଦିଲୀପ ବେହେରା, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମୁଦୁଲି, ମହିଳା ମୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂ,ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ, ବିଜୟ ରାଉତ, ଜିଲ୍ଲା ଉପସଭାପତି ମାନସୀ ରାୟ, ମନୋରଞ୍ଜନ ସ୍ବାଇଁ, ଶିବ ବେହେରା,
ତୃପ୍ତିମୟୀ ମକଦ୍ଦମ, ଜିଲ୍ଲା ସମ୍ପାଦକ ଉଷ୍ପତି ପରିଡା, ତାପସ ଦଳାଇ, ରଜନୀ ବାଳା ଦାସ, ବିଜେପି ନେତା କାର୍ତିକ ସୁନ୍ଦରାୟ, ସୁଭାସିନୀ ପୃଷ୍ଟି, ବନ୍ଦନା କାନୁନ୍ଗୋ, ସବିତା ପଟ୍ଟନାୟକ, ଲିପା ଦାସ, ପ୍ରତୀକ୍ଷା ମହାପାତ୍ର, ସୁମିତ୍ରା ଆଚାର୍ଯ୍ୟ, ଗୀତାଞ୍ଜଳୀ ଦାସ, ଜ୍ୟୋତିରେଖା ନାୟକ, ଗୀତାଞ୍ଜଳି ବେହେରା, ଆରତୀ ପ୍ରଧାନ, ଉମା ଅପା, ବନଜା ତ୍ରିପାଠୀ, ଯୁବମୋର୍ଚ୍ଚା ନେତା ମନୋଜ ପଶ୍ଚିମ କବାଟ, ସୁନୀଲ ସ୍ୱାଇଁ, ସୂର୍ଯ୍ୟକାନ୍ତ ରାଉତରାୟ, ସିବାଶିସ୍ ମହାନ୍ତି, ସ୍ବୟଂ ସେବକ ରାୟ, ଶୁଭକାନ୍ତ ସାହୁ, ବାପି ପରିଡା, ଗିରିଜା ସ୍ବାଇଁ, ଶୁଭକାନ୍ତ ଦାସ, ଜୟନ୍ତ ଗୋସ୍ବାମୀ, ବଳରାମ ବାରିକ, ଜ୍ଞାନରଞ୍ଜନ ବଳିୟାରସିଂ, ସମ୍ବିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
Post a Comment