loading...

ସମ୍ଭାବ୍ୟ ବାତ୍ୟା ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଦିଗରେ ପ୍ରସ୍ତୁତ ରହିବାକୁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସମ୍ଭାବ୍ୟ ବାତ୍ୟା ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର,  ସମ୍ଭାବ୍ୟ ବାତ୍ୟାର ମୁକାବିଲା ଦିଗରେ ପ୍ରସ୍ତୁତ ରହିବାକୁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଆଦି ୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମାଣ୍ଡି ଜନସାଧାରଣଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି କହିଥିଲେ । ଏହା ସହ ଆଜି ସନ୍ଧ୍ୟା ସୁଦ୍ଧା ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଖାଦ୍ୟ, ପାନୀୟ, ପରିମଳ ଓ ସ୍ଵଚ୍ଛତା ରକ୍ଷା କରିବା ସହ ବୟସ୍କ ଲୋକ, ଗର୍ଭବତୀ ମହିଳା, ଛୋଟପିଲାମାନଙ୍କର ନିରାପତ୍ତା କ୍ଷେତ୍ରରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରାଥମିକ ଚିକିତ୍ସା ଓ ଆବଶ୍ୟକୀୟ ଔଷଧର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ମାଣ୍ଡି ପରାମର୍ଶ ଦେଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget