loading...

ନବରଙ୍ଗପୁର ଡିଭିଜନରେ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଅମରେଶ ପତ୍ରୀ

ନବରଙ୍ଗପୁର ଡିଭିଜନରେ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଅମରେଶ ପତ୍ରୀ କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ

ନବରଙ୍ଗପୁର ଡିଭିଜନରେ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଅମରେଶ ପତ୍ରୀ

ଭୁବନେଶ୍ବର, ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଆଜି ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଗସ୍ତ କରି ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଏକ ବୈଠକରେ ଯୋଗଦେଇ ନିଗମ ଜରିଆରେ କରାଯାଉଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଓ. ଏଲ୍.ଆଇ.ସି ଜରିଆରେ କରାଯାଉଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ସମନ୍ବୟ ରଖି କାର୍ଯ୍ୟ ସଂପାଦନ କରିବାକୁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥୁଲେ । 

ଉଠା ଜଳସେଚନ ନିଗମ ଜରିଆରେ ଆବଶ୍ୟକ ସୁବିଧା ଜନକ ସ୍ଥାନରେ ଜଳସେଚନ ବ୍ୟବସ୍ଥା କରି କୃଷିର ବିକାଶ ଓ କୃଷକମାନଙ୍କର କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ଵପ୍ନ ରହିଛି, ୫-ଟି ଆଧାରରେ ସମ୍ମିଳିତ ପ୍ରଚେଷ୍ଟା ଓ ସ୍ଵଚ୍ଛତା ଅବଲମ୍ବନ କରି ସଂପୃକ୍ତ ଯନ୍ତ୍ରୀମାନେ ଆନ୍ତରିକ ଉଦ୍ୟମ କରି କାର୍ଯ୍ୟ ସଂପାଦନ କରିବାକୁ ଓ. ଏ.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପତ୍ରୀ ନବରଙ୍ଗପୁର ଓ. ଏ.ଆଇ.ସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।

ଏହାପରେ ଓ.ଏଲ.ଆଇ, ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଅନ୍ତର୍ଗତ ନବରଙ୍ଗପୁର ବ୍ଲକର ବାଘସିଉନି ଗ୍ରାମ ପଂଚାୟତର ଜାମୁଜୁଡା ଗ୍ରାମରେ ସ୍ଥାପିତ ‘ଜାମୁଜୁଡା-୨’ ଓ ତଣ୍ଡା ଗ୍ରାମସ୍ଥିତ ‘ତଣ୍ଡା-୭' ଆଦି ୨ଟି ରିଭର ଲିଫ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଗ୍ରାମୀଣ ଭିତିଭୂମି ଉନ୍ନୟନ ପାଣ୍ଠି ସହାୟତାରେ ଗତ ଏପ୍ରିଲ ୩୦ ତାରିଖରେ ଏହି ପ୍ରକଳ୍ପ ଦୁଇଟିକୁ ବିଦ୍ୟୁତ୍ ସଂଯୋଗ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ସେହିଭଳି ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ତେନ୍ତୁଳିଖୁଣ୍ଟି ବ୍ଳକ୍‌ର ଜାନୀଗୁଡା ଗ୍ରାମସ୍ଥିତ ଗଭୀର  ସେଚକୂପ ପ୍ରକଳ୍ପ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଏହି ସବୁ ପ୍ରକଳ୍ପଗୁଡିକ ଦ୍ଵାରା କୃଷକମାନେ କିପରି । ଉପକୃତ ହେଉଛନ୍ତି, ସେ ସଂପର୍କରେ ଶ୍ରୀ ପତ୍ରୀ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ।

ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନବରଙ୍ଗପୁର ଉଠାଜଳସେଚନ ଡିଭିଜନର ନିର୍ବାହୀ । ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ(ସିଭିଲ) ସତ୍ୟାନନ୍ଦ ଦାସ, ସହକାରୀ ଯନ୍ତ୍ରୀ(ସିଭିଲ ଆର୍.ସି. । ସୋରେନ୍, କନିଷ୍ଠ ଯନ୍ତ୍ରୀ ହର ବିଭୂତି ମିଶ୍ର, ମନୋଜ କୁମାର ସ୍ବାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ (ବିଦ୍ୟୁତ) ପି,କେ ଦାସ , । କନିଷ୍ଠ ଯନ୍ତ୍ରୀ, ଉତ୍କଳ ଭୂଷଣ ସାମଲ , ଡିଭିଜନାଲ ଆକାଉଣ୍ଟାଣ୍ଡ ଜୟରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget