loading...

ସୋଆ କୃଷି ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ବାଗତ ଉତ୍ସବ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଗତ

ସୋଆ କୃଷି ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ବାଗତ ଉତ୍ସବ

ଭୁବନେଶ୍ୱର, ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଗତ ଓ ଅଭ୍ୟର୍ଥନାର ବିଶେଷ କାର୍ଯ୍ୟକ୍ରମ ଚଳିତ ମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ । ହୋଇଯାଇଛି । କୃଷି ମହାବିଦ୍ୟାଳୟର ନବନିର୍ମିତ ଭବ୍ୟ ସଭାଗୃହରେ ଅନୁଷ୍ଠିତ ଏଇ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ଉପକୁଳପତି । ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ବ କରି ନବାଗତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ ।

ସମଗ୍ର ଭାରତ ବର୍ଷରେ ସୋଆ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଅନନ୍ୟ ବୋଲି ନିଜକୁ ପ୍ରତିପାଦିତ କରିପାରିଥିବାରୁ ବିଶ୍ବବିଦ୍ୟାଳୟର ଏହି ସଫଳତା ନିମନ୍ତେ ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଉତ୍ସବର ବରେଣ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟର ଛାତ୍ର କଲ୍ୟାଣ ଅଧ୍ୟକ୍ଷ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାମନସ୍କ ହେବା ପାଇଁ ଉପଦେଶ ଦେବା ସହ ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ସନ୍ତାନମାନଙ୍କ ସହ ଯୋଡି ହୋଇ ସେମାନଙ୍କ ଜୀବନର ପ୍ରତି ସୋପାନରେ ସଚେତନ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଶିକ୍ଷା ଯେ ଉନ୍ନତିର ମୂଳ ମନ୍ତ୍ର ଓ ଛାତ୍ରଛାତ୍ରୀମାନେ ହିଁ ଏକ ଜାତିର ଉନ୍ନତିର ମୂଳଉତ୍ସ ବୋଲି ଉତ୍ସବର ଅନ୍ୟତମ ଅତିଥି ବିଶ୍ବବିଦ୍ୟାଳୟର ଅତିରିକ୍ତ ଗବେଷଣା ଅଧ୍ୟକ୍ଷ ଡଃ ପ୍ରିୟବ୍ରତ ପଟ୍ଟନାୟକ ମତପୋଷଣ କରିଥିଲେ । 

କୃଷି ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ନିରୋଦ କୁମାର ଧଳ ଏ ଉତ୍ସବରେ ଯୋଗ ଦେଇ ଭାରତୀୟ କୃଷି ବିଜ୍ଞାନର । ଇତିହାସ ଓ ବୈଜ୍ଞାନିକମାନଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଅବଦାନ ବିଷୟରେ ଆଲୋକପାତ କରିବା ସହ କୃଷି ବିଜ୍ଞାନକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ୍ କରାଯିବାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ଏ ଉତ୍ସବରେ । ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମିଶ୍ର ସାଗତ ଭାଷଣ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି । ମହାବିଦ୍ୟାଳୟରେ ଗବେଷଣା ଓ ଶିକ୍ଷାର ଗୁରୁତ୍ଵ ଓ କ୍ରମୋନ୍ନତି ବିଷୟରେ ବକ୍ତବ୍ୟ ରଖିବା ସହ ସମସ୍ତ ନବାଗତ ଛାତ୍ରଛାତ୍ରୀଙ୍କୁ । ସେମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ଯତ୍ନଶୀଳ ହେବା ନିମନ୍ତେ ଉପଦେଶ ଦେଇଥିଲେ ।

ଡଃ ଚକ୍ରଧର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏ ଉତ୍ସବର ପ୍ରଥମ ଅଧିବେଶନରେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ । । ଦେଇଥିଲେ । ପରେ ପରେ ଅଧ୍ୟାପିକା ସୁଚିସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଉତ୍ସବର ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । । ଦ୍ଵିତୀୟ ଅଧିବେଶନରେ ଚାରି ବର୍ଷର କୃଷି ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରଫେସର ସରୋଜ କୁମାର ମହାନ୍ତି ମହାବିଦ୍ୟାଳୟର ନିୟମ ଓ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିବା ବେଳେ ଅଧ୍ୟାପକ ଅଜୟ କୁମାର କର୍ଣ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ନିବାସର ବିଧି ବ୍ୟବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଥିଲେ । 

ଏହା ସହ ମହାବିଦ୍ୟାଳୟର ପ୍ରତି ବିଭାଗର ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ମୁଖ୍ୟ ଯଥା ଡଃ ଦୀନବନ୍ଧୁ ଜେନା, ଡଃ ଜଗମୋହନ ଲାଲ ଗୁଲାଟି, ଡଃ ଆଲୋକ କୁମାର ନନ୍ଦୀ, ଡଃ କାର୍ତିକ ଚନ୍ଦ୍ର ସାହୁ, ଡଃ ଶିଶିର କାନ୍ତ ବେହେରା, ଡଃ ଅସିତ ପ୍ରସାଦ ଦାଶ, ଡଃ ଚୌଧୁରୀ ହର ପ୍ରସାଦ ମିଶ୍ର, ଡଃ ବ୍ରଜ କିଶୋର ସାହୁ, ଡଃ ସୁରେନ୍ଦ୍ର ନାୟକ, ଡଃ ଆର୍. କେ. ରାଜ ଏବଂ ଡଃ ଏନ୍. । ଏନ୍. ଅତିବୁଦ୍ଧି ପ୍ରମୁଖ କୃଷି ବିଜ୍ଞାନର ବିଭିନ୍ନ ବିଭାଗର ଆଭିମୁଖ୍ୟ ଓ ଗୁରୁତ୍ବ ଉପରେ ଆଲୋଚନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget