ଭୁବନେଶ୍ୱର, ଭିନ୍ନକ୍ଷମମାନଙ୍କ କଲ୍ୟାଣ ଓ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ ୱେବିନାରେ ଯୋଗଦେଇ ଭିନ୍ନକ୍ଷମ ଦିବସ ପାଳନର ଗୁରୁତ୍ବ ସହିତ ରାଜ୍ୟ ସରକାରଙ୍କ ବିବିଧ ଯୋଜନା ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଆଲୋକପାତ କରିଛନ୍ତି ।
ମିଳିତ ଜାତିସଂଘ ଦ୍ଵାରା ପ୍ରସ୍ତୁତି ଚଳିତ ବର୍ଷର ପ୍ରସଙ୍ଗ ‘କୋଭିଚ୍ ପରବର୍ତ୍ତୀ ବିଶ୍ୱରେ ସମାବେଶୀ ଓ ନିରନ୍ତର ବିକାଶରେ ଭିନ୍ନକ୍ଷମମାନଙ୍କ ନେତୃତ୍ବ ଓ ଅଂଶଗ୍ରହଣ’ ଉପରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପଣ୍ଡା ସେମାନଙ୍କୁ ସାମାଜିକ ମହାସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ପ୍ରତିଭା ଓ ଦକ୍ଷତାର ବିକାଶ ଉପରେ ବ୍ୟାପକ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗ ପକ୍ଷରୁ ଚଳିତ ବର୍ଷ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରିଥିଲେ । ଶ୍ରେଷ୍ଠ କର୍ମଚାରୀ ଭାବରେ ପ୍ରଶାନ୍ତ କୁମାର ବେହେରା, ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଭାବରେ ଅମରେନ୍ଦ୍ର ବେହେରା ଏବଂ ସୁଶ୍ରୀ ପ୍ରଜ୍ଞାପାରମିତା କୁମାର ଏବଂ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ‘ପୁନର୍ବାସ’ ସଂଗଠନକୁ ରାଜ୍ୟ ପୁରସ୍କାର ମିଳିଛି ।
ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କରିଜ୍ୟୋତି ଶର୍ମା ବିନାରରେ ଅଂଶଗ୍ରହଣକାରୀମାନଙ୍କୁ ସ୍ଵାଗତ ଜଣାଇବା ସହିତ ଭିନ୍ନକ୍ଷମ ଦିବସର ଭିତ୍ତିପ୍ରସଙ୍ଗ ଉପରେ ଆଲୋଚନା କରିଥିଲାବେଳେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ, ସ୍ଵତନ୍ତ୍ର ଶିକ୍ଷାନୁଷ୍ଠାନ ତଥା ସହାୟକ ସଂଗଠନଗୁଡ଼ିକର ପ୍ରତିନିଧୁମାନେ ନିଷ୍ଠାର ସହିତ ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମଧୁମିତା ନାୟକ ସାର୍ବଜନୀନ ଟିକାକରଣ ଉପରେ ମତ ରଖିଥିଲେ ।
ଭିନ୍ନକ୍ଷମମାନଙ୍କ ସହ ସଂପୃକ୍ତ ବିଭିନ୍ନ ଅନୁଷ୍ଠାନରେ କୋଭିଜ୍ ନିୟମାବଳିର ଅନୁପାଳନ ଏବଂ ପିତାମାତା ତଥା ଅଭିଭାବକମାନଙ୍କୁ ଯଥାର୍ଥ ମାର୍ଗଦର୍ଶନ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବିଭାଗର ଉପ ଶାସନ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱେବିନାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୁକାରୀ, ସ୍ଵତନ୍ତ୍ର ଶିକ୍ଷାନୁଷ୍ଠାନ ତଥା ଉପଶମ କେନ୍ଦ୍ରଗୁଡ଼ିକର ପ୍ରତିନିଧ, ଜିଲ୍ଲା ପୁନର୍ବାସ କେନ୍ଦ୍ରର କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଭାରତୀୟ ରେଡ୍କ୍ରସ ସଂଗଠନର ଓଡ଼ିଶା ଶାଖା ତଥା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ମିଳିତ । ଆନୁକୂଲ୍ୟରେ ଅନୁଷ୍ଠିତ ଏକ ୱେବିନାରେ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍ବୋଧନ ଦେଇଥିଲେ ।
Post a Comment