loading...

ଶ୍ରୀ ଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି

ଭୀମପୁର ମୌଜାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଥିବା ୧ ଏକର ୧୧୫ଡିସିମିଲି ଜମିକୁ ବେଆଇନ ଭାବେ ପୃଥିକା ପ୍ରଭାକରନ୍ ମାଡିବସିଛନ୍ତି

ଶ୍ରୀ ଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି

ଭୂବନେଶ୍ୱର,ଶ୍ରୀ ଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି । ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ଭୀମପୁର ମୌଜାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଥିବା ୧ ଏକର ୧୧୫ଡିସିମିଲି ଜମିକୁ ବେଆଇନ ଭାବେ ପୃଥିକା ପ୍ରଭାକରନ୍ ମାଡିବସିଛନ୍ତି । ଜମି ମାଲିକ ବୋଲି ଦାବି କରୁଥବା ପୃଥୁକା କୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ନିର୍ମାଣ ଜାରି ରଖୁବା ପ୍ରସଙ୍ଗ ଦୁର୍ଭାଗ୍ୟ ଜନକ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ତହସିଲଦାର ସେଠାରେ ନାଲି ପତାକା ପୋତି ୧୪୪ ଧାରା ଜାରି କରିଥିଲେ । କିନ୍ତୁ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା କଂଟେନରକୁ ପୃଥିକା କାଢି ନାହାଁନ୍ତି । ଏହାର ପ୍ରତିବାଦରେ ଆଜି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ତାତିଛି । ଠାକୁରଙ୍କ ସମ୍ପତି ସୁରକ୍ଷା ପାଇଁ ଜିଲ୍ଲା ବିଜେପି ଆନ୍ଦୋଳନକୁ ଓହ୍ଲାଇଛି ।

ବେଆଇନ ଜବରଦଖଲ ଜମିରେ ବିକ୍ଷୋଭ ପ୍ରଦର୍ଶନ ସହ ଗାତ ଖୋଳା ସ୍ଥାନରେ ମାଟି ଭରିବା ସହ କଂଟେନରରେ ଛକି ମାରିବା ସହ ବିଜେପି ଲେଖୁଲା ଲିଙ୍ଗରାଜଙ୍କ ସମ୍ପତି ବୋଲି ରଙ୍ଗରେ । ସାଢେ ଚାରି କୋଟି ଓଡ଼ିଆଙ୍କ ଆଗରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମିର ସୁରକ୍ଷା କରିବା ପାଇଁ ବିଜେପି ତାର ଲଢେଇ ଜାରି ରଖୁବ ବୋଲି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି । ଏହି ଅବସରରେ ବିଜେପି ନେତା ବାବୁ ସିଂ, ଶଙ୍କର ପରିଡା, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ରାମଚନ୍ଦ୍ର ରଣସିଂହ, ଅମରଜ୍ଜତି ଜଗଦେବ, ବିଜୟ କୁମାର ରାଉତ, ଜଗନ୍ନାଥ ବେହେରା, ତାପଣ ଦଳାଇ, ଶିବ ବେହେରା, କାର୍ତିକ ସୁନ୍ଦରାୟ, ମନୋଜ ପାତ୍ର, ସୁନୀଲ ପ୍ରଧାନ, ତୃପ୍ତିମୟୀ ମକଦ୍ଦମ, ଲିପା ଦାସ, ପ୍ରତୀକ୍ଷା ମହାପାତ୍ର, ସବିତା ପଟ୍ଟନାୟକ, ରଶ୍ମିରଞ୍ଜନ ମୁଦୁଲି, ରଜନୀ ବାଳା ଦାସ, ବବିତା ଜେନା, ସ୍ୱୟଂ ସେବକ ରାୟ, ଗୀତା ରାଣୀ ବେହେରା, ଜୟଶ୍ରୀ ତ୍ରିପାଠୀ, ଜ୍ବତି ରେଖା ନାୟକ, ସୁଜିତ ସାହୁ, ମନୋରଞ୍ଜନ ସ୍ୱାଇଁ, ଧୀରେନ ପାତ୍ର, ସଞ୍ଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget