ଭୁବନେଶ୍ବର, ଐତିହାସିକ କୃଷକ ଆନ୍ଦୋଳନର ଚାପରେ କୃଷକ ବିରୋଧୀ ତିନି କଳା କୃଷି ଆଇନ ବାତିଲ କରିବା ପାଇଁ ମୋଦି ସରକାର ବାଧ୍ୟ ହୋଇଥିଲେ । ଏହା ସହିତ କୃଷକ ମାନଙ୍କର ଅନ୍ୟାନ୍ୟ ସମସ୍ତ ନ୍ୟାୟପୂର୍ଣ୍ଣ ଦାବି ଗୁଡିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇ ଡିସେମ୍ବର ୨ ତାରିଖ ରେ ସଂଯୁକ୍ତ କିଷାନ ପ୍ରତିଶ୍ରୁତି ଦେଇ ଡିସେମ୍ବର ୯ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୁ ଚିଠି ଦେବା ପରେ ଡିସେମ୍ବର ୧୧ ତାରିଖରେ ଆନୁଷ୍ଠାନିକ ଭାବେ କୃଷକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ଘୋଷିତ ପ୍ରତିଶୃତି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।
ମୋଦି ସରକାରଙ୍କ କୃଷକ ମାନଙ୍କୁ ଦେଇଥିବା ପ୍ରତିଶୃତି ଖୁଲାପ କରି ବିଶ୍ବାସଘାତକତା କରିଛନ୍ତି । ଆଜି ଏହା ପ୍ରତିଶୃତି ଖୁଲାପ ବିରୋଧରେ ସାରା ଦେଶରେ ସଂଯୁକ୍ତ କିଷାନ ମୋର୍ଚା ତରଫରୁ ବିଶ୍ଵାସ ଘାତକତା ଦିବସ ପାଳନ କରାଯାଉଛି । ଓଡିଶାର ରାଜଧାନୀ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଛକଠାରେ ସଂଯୁକ୍ତ କିଷାନ ମୋର୍ଟା ନେତୃତ୍ବରେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇ ଯାଇଛି । ଚାଷୀର ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି.) କୁ ଆଇନଗତ ମାନ୍ୟତା, ସହୀଦ କୃଷକ ପରିବାରମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା, କୃଷକମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଶାସ୍ତି ପ୍ରଦାନ , ଜନ ବିରୋଧୀ, କୃଷକ ବିରୋଧୀ ବିଦ୍ୟୁତ ବିଲ-୨୦୨୦କୁ ପ୍ରତ୍ୟାହାର କରିବା ପାଇଁ ମୋଦି ସରକାର ପ୍ରତିଶୁତି ଦେଇଥିଲେ ।
ଏହି ସମସ୍ତ ପ୍ରତିଶ୍ରୁତି ଗୁଡିକୁ ପୂରଣ କରିବା ଦାବୀରେ ଆନ୍ଦୋଳନକୁ ପୁଣି ତୀବ୍ରତର କରାଯିବ ବୋଲି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ କୁହାଯାଇଛି । ସଂଯୁକ୍ତ କିଷାନ ମୋର୍ଚା ତରଫରୁ ଅନୁଷ୍ଠିତ ଏହି ଆନ୍ଦୋଳନରେ ସର୍ବଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଫୁଲ୍ଲ ସାମନ୍ତରା, ଦେବ ପ୍ରସାଦ ରାୟ, ପୁର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ସୁଦର୍ଶନ ପ୍ରଧାନ, ଚିନ୍ମୟ ଦାସ, ମହମ୍ମଦ ସୁକୁର, ପ୍ରଦୀପ୍ତ ନାୟକ, ପ୍ରମୋଦିନୀ ସାହୁ, ରମେଶ ଜେନା, ପ୍ରଭାତ ପାଣିଗ୍ରାହୀ, ବଂଶୀଧର ପରିଡା, ଜୟରାମ ଜେନା, ଜୟନ୍ତ ଦାସ, ଚାମରୁ ସୋରେନ୍, ଦେବାଶୀଷ ଖମାରୀ, ନସିମ୍ ସରକାର, ପ୍ରମୁଖ ବହୁ କୃଷକ, ଶ୍ରମିକ, ଯୁବ-ଛାତ୍ର ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ ।
Post a Comment