ଭୁବନେଶ୍ୱର, ଭୁବନେଶ୍ୱରସ୍ଥ ନାଲକୋର ମୁଖ୍ୟ କାର୍ଯ୍ୟାଳୟଠାରେ 73ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଷ୍ଟ୍ର ନିର୍ମାଣ ତଥା ଭାରତକୁ ଆତ୍ମନିର୍ଭର କରିବା ଦିଗରେ ନିଜକୁ ସମର୍ପିତ କରିବା ପାଇଁ ଶ୍ରୀ ପାତ୍ର କର୍ମଚାରୀମାନଙ୍କୁ ନିଜର ଅଭିଭାଷଣରେ ସମ୍ୱୋଧିତ କରି କହିଥିଲେ । ସେ ସମ୍ବିଧାନର ପ୍ରାଣ ପ୍ରତିଷ୍ଠାତା, ସ୍ୱାଧୀନତା ସଂଗ୍ରାମୀ ଏବଂ ଦେଶର ସୀମା ସୁରକ୍ଷାରେ ନିୟୋଜିତ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମସ୍ତ କୋଭିଡ୍-19 ନିୟମାବଳୀ ପାଳନ କରି ସର୍ବନିମ୍ନ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଉତ୍ସବ ପାଳନ କରାଯାଇଥିଲା ।
ଭୁବନେଶ୍ୱରସ୍ଥ ନାଲକୋର ମୁଖ୍ୟ କାର୍ଯ୍ୟାଳୟଠାରେ 73ତମ ଗଣତନ୍ତ୍ର ଦିବସ ପାଳିତ

Post a Comment