ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ସାଧାରଣତନ୍ତ୍ର ଦିବସ କଂଗ୍ରେସ ଭବନ, ଭୁବନେଶ୍ବର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତୋଳନ କରି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତାୟ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ୧୯୫୦ ମସିହା ଆଜିର ଦିନରେ ଆମର ଦେଶର ଶାସନ ବ୍ୟବସ୍ଥା । ନିମନ୍ତେ ସମ୍ବିଧାନ ପ୍ରତିଷ୍ଠା ହୋଇଥିଲା । ଏହି ସମ୍ବିଧାନ ପୃଥିବୀରେ ବିରଳ ଓ ବହୁ ଦେଶ ଏହାର ଉଚ୍ଚପ୍ରଶଂସା କରିଛନ୍ତି । କିନ୍ତୁ ଆଜି ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କୁ ଅପଦସ୍ତ କରାଯାଉଛି ।
ଏହାକୁ ଆମେ କେବେ ବରଦାସ୍ତ କରିପାରିବା ନାହିଁ । ଗଣତନ୍ତ୍ରକୁ ସମ୍ମାନ ଦେବା ସହ ଏହାକୁ ବଂଚାଇ ରଖୁବାପାଇଁ ସମସ୍ତେ ଆଗଭର ହେବାକୁ ଶ୍ରୀ ରାଉତରାୟ ଆହ୍ବାନ କରିଥିଲେ । ସେବାଦଳ ପକ୍ଷରୁ ଶ୍ରୀ ଜ୍ୟୋତିଷ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଟିଆ, ଶିବାନନ୍ଦ ରାୟ, ଯଜ୍ଞଶ୍ଵର ବାବୁ, ଯୁଧୁଷ୍ଠୀର ଜେନା, ଚିନ୍ମୟ ସୁନ୍ଦର ।
ଦାସ, ଅମିୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ବିଶ୍ୱଜିତ ଦାଶ, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରଜନୀ ମହାନ୍ତି, ଜିଆଉଲ ହକ, ମୋହନ ଜେନା, ସ୍ଵାଧୀନବାଳା ଦାସ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ସତ୍ୟବ୍ରତ ନାୟକ, ଏମଡି ସାହାଦୁଲ୍ଲା, ସଂଜୟ ମିଶ୍ର, ମନୋଜ ନାୟକ, ପ୍ରକାଶ ମିଶ୍ର, ଗିତାଞ୍ଜଳି ମହାନ୍ତି, ସଂକୁନା କହଁର, ଉଷାରାଣୀ ବେହେରା, ଦେବୀ ପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲିଆ, ଗିତାଞ୍ଜଳି ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, କନକଲତା ମଲ୍ଲିକ, ଗିତାଞ୍ଜଳି ଛୋଟରାୟ, ଖଗେଶ୍ଵର ମଲ୍ଲିକ, ମନୋରଞ୍ଜନ ରାଉତରାୟ, ମିହିର ଆଚାର୍ଯ୍ୟ, ମୁନି ଥାସା, ସଂଜୀବ ମହାନ୍ତି, ତ୍ରିନାଥ ସାହୁ, ସାଗର ପରିଡ଼ା, ସୁଭାଷ ପ୍ରଧାନ, ଆମ୍ବାରାମ ପତି, ମୁନୁ ସରାଫ, ବିନୋଦିନି ଦୀପ, ମନୋରଞ୍ଜନ କୁଣ୍ଡୁ, ବିଶ୍ଵ ରଞ୍ଜନ ମହାପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Post a Comment