ଭୁବନେଶ୍ୱର,ଭୁବନେଶ୍ବର ବୁଦ୍ଧମନ୍ଦିର ସଭାକକ୍ଷରେଠାରେ ବିଭିନ୍ନ ବୌଦ୍ଧ ସଂଗଠନ, ନାଗରିକ ଏକତା ପରିଷଦ, ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମୂହର ପରିସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଲୋଚନାଚକ୍ର ‘ପ୍ରବୃଦ୍ଧ ଭାରତ’ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ପ୍ରଣୀତ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଏବଂ ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସମାଜବାଦୀ, ଜନମଙ୍ଗଳ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରାଯାଇଥିଲା ।
ଭାରତ ପରି ବହୁ ଭୌଗୋଳିକ, ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଓ କୁସଂସ୍କାରପୂର୍ଣ୍ଣ ଦେଶର ସମ୍ବିଧାନ ଲେଖୁବା ଏକ ସହଜ କାମ ନଥିଲା । ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଜ୍ଞାନୀ ଡ ବାବା ସାହେବଙ୍କ ପରି ପ୍ରଜ୍ଞାପୁରୁଷଙ୍କ ଦ୍ଵାରା ଏହା ସମ୍ଭବପର ହୋଇପାରିଥିଲା । ଭାରତର ସମ୍ବିଧାନ ମୁଖ୍ୟତଃ ଭଗବାନ ବୁଦ୍ଧଙ୍କ ନୀତି, ଆଦର୍ଶ ଓ ସତକୁ ଭିତ୍ତି କରି ରଚନା କରାଯାଇଥିଲା ଏବଂ ଏହା ପୃଥିବୀର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ଭାବେ ସ୍ୱୀକୃତିପ୍ରାପ୍ତ ଲାଭ କରିଥିଲା । ଭାରତର ଜାତୀୟପତାକା, ଜାତୀୟ ସଙ୍କେତରେ ଅଶୋକଚକ୍ର, ଅଶୋକସ୍ତମ୍ଭ ଇତ୍ୟାଦି ସ୍ଥାନ ପାଇଅଛି ଏବଂ ଏହାର ରଙ୍ଗ ମଧ୍ୟ ବୌଦ୍ଧଧର୍ମର ରଙ୍ଗ ଦ୍ଵାରା ପ୍ରଭାବିତ ଅଟେ ।
ଆଜିର ଧ୍ୱଂସାଭିମୁଖୀ ପୃଥିବୀକୁ ରକ୍ଷା କରିବା ପାଇଁ ଯୁଦ୍ଧ ମାନବସମାଜ ଗୁହାଁନ୍ତି ନାହିଁ, ସେମାନେ ବୁଦ୍ଧଙ୍କ ନୀତି ଓ ଆଦର୍ଶକୁ ହିଁ ଗୁହାଁନ୍ତି । ଏହି ଅବସରରେ ଓଡ଼ିଶାରେ ବୌଦ୍ଧକୀଗୁଡ଼ିକର ଉନ୍ନତିକରଣ, ରାଜଧାନୀ ଭୁବନେଶ୍ବରରେ ଆମ୍ବେଦକର ଭବନ ନିର୍ମାଣ ଏବଂ ଅନୁସୂଚିତ ଜାତି, ଜନଜାତି, ଅନଗ୍ରସର ବର୍ଗ, ସଂଖ୍ୟାଲଘୁ, ଶିଶୁ, ମହିଳା ଓ ଗରିବ ନିଃସହାୟଙ୍କ ସାମ୍ବିଧାନିକ ଅଧୁକାର ସାବ୍ୟସ୍ତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରଫେସର ଡଃ ବସନ୍ତ କୁମାର ମଲ୍ଲିକ, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ବନମାଳୀ ରାଉଳ, ବିକାଶ ଚନ୍ଦ୍ର ମହାପାତ୍ର, ନିରଞ୍ଜନ ମହାପାତ୍ର, ପ୍ରଫେସର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ସଭାରେ ଯୁବ ସାମାଜିକ କର୍ମୀ ବିଦ୍ୟାଧର ଦେହୁରୀ ସଭାପତିତ୍ବ କରିଥିଲେ ଓ ଭାରତୀୟ ବୌଦ୍ଧ ମହାସଭାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ମଲ୍ଲିକ ସଭା ପରିରଳନା କରିଥିଲେ ।
Post a Comment