loading...

ଚାଇଲ୍‌ଡ ଆଣ୍ଡ ଉଇମେନ୍ ଡେଭଲପ୍‌ମେଣ୍ଟ ସୋସାଇଟିର ଲୋଗୋ ଉନ୍ମୋଚିତ

ଚାଇଲ୍ଡ ଆଣ୍ଡ ଉଇମେନ୍ ଡେଭଲପମେଣ୍ଟ ସୋସାଇଟିର ଲୋଗୋକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଲୋକସେବାକୁ ଈଶ୍ୱରଙ୍କ ଶ୍ରେଷ୍ଠ ଅର୍ଜନା

ଚାଇଲ୍‌ଡ ଆଣ୍ଡ ଉଇମେନ୍ ଡେଭଲପ୍‌ମେଣ୍ଟ ସୋସାଇଟିର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର, ପ୍ରତ୍ୟେକ ମଣିଷ ଈଶ୍ଵରଙ୍କ ଅଂଶବିଶେଷ ଏବଂ ଏହି ଚେତନାର ବ୍ୟାପକ ପ୍ରସାର ହେବା ଦରକାର । ନିଜକୁ ଅନ୍ୟ ଭିତରେ ଅନୁଭବ କରିବା ହିଁ ଆଧାୟିକତା । ଅନ୍ୟର ସେବାରେ ଯେଉଁ ଆନନ୍ଦ ମିଳେ ତା’ର ବିକଳ୍ପ ନାହିଁ । ଜନତାର ସେବା ହିଁ ଜଗନ୍ନାଥଙ୍କ ସେବା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଚାଇଲ୍ଡ ଆଣ୍ଡ ଉଇମେନ୍ ଡେଭଲପମେଣ୍ଟ ସୋସାଇଟିର ଲୋଗୋକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଲୋକସେବାକୁ ଈଶ୍ୱରଙ୍କ ଶ୍ରେଷ୍ଠ ଅର୍ଜନା ଭାବରେ ଅଭିହିତ କରିଥିଲେ । 

ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗଙ୍କ ଉନ୍ନତିକଳ୍ପ ସମର୍ପିତ ପ୍ରୋଜେକ୍ଟ ଦେବଦତ୍ତକୁ ଲୋକାର୍ପଣ କରି ରାଜ୍ୟପାଳ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ମୁଖ୍ୟ ପ୍ରଫେସର କଳ୍ପନା ଦାସ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ରାଜଭବନର ଅକାରୀଙ୍କ ସମେତ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget