loading...

ମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର : ଲେଖାଶ୍ରୀ

ମହିଳା ହିଂସା ଓ ଶିଶୁ ନିର୍ଯ୍ୟାତନାରେ ଓଡିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧୁକାର କରିଛି ବୋଲି ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟରେ ଉଲ୍ଲେଖ

ମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର : ଲେଖାଶ୍ରୀ

ଭୂବନେଶ୍ୱର,ମହିଳା ହିଂସା ଓ ଶିଶୁ ନିର୍ଯ୍ୟାତନାରେ ଓଡିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧୁକାର କରିଛି ବୋଲି ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟରେ ଉଲ୍ଲେଖ ହୋଇଛି । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଦୁଷ୍କର୍ମ ଓ ୬ ଅପହରଣ ଘଟଣା ଘଟିଚାଲିଛି । ଗତ ୫ ବର୍ଷରେ ୨୭ ହଜାରରୁ ଉର୍ଦ୍ଧ ଶିଶୁ ନିଖୋଜ ଅଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲଜାଜନକ । ରାଜ୍ୟ ସରକାର ଏଭଳି ଲଜାଜନକ ସ୍ଥିତିରୁ ମୁକୁଳିବା ପାଇଁ ଦୋଷୀଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଗ୍ରହଣ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜି ରହି ଏଭଳି ହୀନ ଓ ଘୃଣ୍ୟ ଅପରାଧକୁ ପ୍ରୋତ୍ସାହିତ କରୁଛନ୍ତି । ଅପରାଧୀମାନେ ନିର୍ଭୟରେ ବାହାରେ ବୁଲୁଥିବାବେଳେ ପୀଡିତା ଓ ପୀଡିତାର ବରିବାରବର୍ଗ ନ୍ୟାୟ ଅପେକ୍ଷାରେ ମରୁଭୁମିର ମରିଚିକା ପଛରେ ପଡିରହି ନିରାଶ ହେଉଛନ୍ତି । 

ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରି ରାଜ୍ୟ ସରକାର ଏଭଳି ହୀନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ରାଜ୍ୟ ସରକାର । ମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧୀଙ୍କୁ ଘଟ ଘୋଡାଉଛନ୍ତି । ଏହାର ଏକ ସଦ୍ୟ ଉଦାହରଣ ଦୁଷ୍କର୍ମରେ ଶିକାର ହୋଇଥିବା ପୁରୀ ଜିଲ୍ଲାର ୫ ବର୍ଷୀୟା ନାବାଳିକା ଶିଶୁ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଘଟଣା ସଂପର୍କରେ ଅବଗତ ହେବା ପରେ ଡ.ଲେଖାଶ୍ରୀଙ୍କ ନେତୃତ୍ବରେ ଏକ ପ୍ରତିନି ଦଳ ଆଜି ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଥିବା ୫ ବର୍ଷିୟା ନାବାଳିକା ଶିଶୁର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଏବଂ ତା ପରିବାରକୁ ଭେଟିବା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ଯାଇଥିଲେ । ଏହି ଘୃଣ୍ୟ ଘଟଣାରେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି ଏବଂ ପୋଲ ଖୋଲିଯିବା ଭୟରେ ଆଗରୁ ସୁଚନା ପାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଭେଟିବା ପୂର୍ବରୁ ପୀଡିତା ଓ ପୀଡିତାର ପରିବାରକୁ ମେଡିକାଲ କତୃପକ୍ଷ ଗାୟବ କରିଦେଇଥିଲେ । 

ପୁରୀ ଆଇଆଇସିଙ୍କ କହିବା ପରେ ପୀଡିତାକୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ବୋଲି ମେଡିକାଲ ଅକ୍ଷକ ବିଜେପି ପ୍ରତିନି ଦଳକୁ କହିବା ବହୁ ସନ୍ଦେହ ସୃଷ୍ଟି କରିଛି । ଅତୀତରେ କୁନ୍ଦୁଲୀ ପିଡିତା ଘଟଣାରେ ମେଡିକାଲ ଯାହା କହିଥୁଲା, ଆଜି ମଧ୍ୟ ସେହି ଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ପସ୍କୋ ଆକ୍ଟ ଅନୁଯାୟୀ ପୀଡିତାକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରାଯିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ । କରାଯିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି । ଏହି ପ୍ରତିନି ଦଳରେ ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମୀରେଖା ଦାସ, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର, ସାଧାରଣ ସଂପାଦିକା ସଂଯୁକ୍ତା ମିଶ୍ର, ପୁଷିତା ମହାପାତ୍ର, ରଂଜିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget