loading...

ଓଡିଶାରୁ ୭ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ। ଓଡିଆ ବ୍ୟକ୍ତିତ୍ବଙ୍କ ପାଇଁ ଓଡିଶା ଆଜି ଗର୍ବିତ

ଓଡିଶାରୁ ୭ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ। ପ୍ରତିଭା ସମ୍ପନ୍ନ ଓଡିଆ ବ୍ୟକ୍ତିତ୍ବଙ୍କ ପାଇଁ ଓଡିଶା ଆଜି ଗର୍ବିତ

ଓଡିଶାରୁ ୭ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ। ଓଡିଆ ବ୍ୟକ୍ତିତ୍ବଙ୍କ ପାଇଁ ଓଡିଶା ଆଜି ଗର୍ବିତ

ଭୂବନେଶ୍ୱର, ଚଳିତ ବର୍ଷ ଓଡିଶାର ୭ ଜଣ ବିଶିଷ୍ଟ ବ୍ୟକ୍ତି ସମ୍ମାନ ଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଶିକ୍ଷା ଏବଂ ସାହିତ୍ୟ ପାଇଁ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀମତୀ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ । ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସମାଜସେବା ପାଇଁ ଶ୍ରୀମଦ୍ ବାବା ବଳିଆ, କ୍ରୀଡା ପାଇଁ ପ୍ରମୋଦ ଭଗତ, ବିଜ୍ଞାନ ପାଇଁ ଶ୍ରୀ ଆଦିତ୍ୟ ପ୍ରସାଦ ଦାସ, କଳା ପାଇଁ ଶ୍ୟାମାମଣୀ ଦେବୀ, ଶିକ୍ଷା ଓ ସାହିତ୍ୟ ପାଇଁ ଶ୍ରୀ ନରସିଂହ ପ୍ରସାଦ ଗୁରୁ ଏବଂ ପ୍ରଶାସନିକ । ସେବା ପାଇଁ ସ୍ୱର୍ଗତ ଗୁରୁପ୍ରସାଦ ମହାପାତ୍ରଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ବିଜେପି ସଭାପତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଶ୍ରୀମତୀ ପ୍ରତିଭା ରାୟ ଏବଂ ଶ୍ରୀ ଆଦିତ୍ୟ କୁମାର ଦାସଙ୍କ ଭୂବନେଶ୍ବରସ୍ଥିତ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶ୍ରୀ ପ୍ରମୋଦ ଭଗତ, ଶ୍ରୀ ନରସିଂହ ପ୍ରସାଦ ଗୁରୁ, ଶ୍ରୀମତୀ ଶ୍ୟାମାମଣୀ ଦେବୀଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ବ ପାଇଁ ଓଡିଶା ଆଜି ଗର୍ବିତ ଏବଂ ଏଭଳି ପ୍ରତିଭା ସଂପନ୍ନ ବିଶିଷ୍ଟ ବ୍ୟକ୍ତିମାନଙ୍କ ମହାନ୍ ପ୍ରତିଭାକୁ ଲୋକଲୋଚନଙ୍କୁ ଆଣି ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ଯଶସ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟବାସୀଙ୍କ ତରଫରୁ ଶ୍ରୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ଡ. ଯତୀନ କୁମାର ମହାନ୍ତି, ବିରଂଚି ନାରାୟଣ ତ୍ରିପାଠୀ ଓ ଠାକୁର ରଞ୍ଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget