ଭୁବନେଶ୍ୱର,ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି । ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧକ୍ଷ ସଂଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ଯୁବ ଜନସଭା ଜାତୀୟ ସମ୍ପାଦକ ସୁନୀଲ ମିଶ୍ର, ଯୁବନେତା ଦେଶପ୍ରିୟ ଦାସ, ଅଜୟ ସାହୁ ଓ ନାରୀ ନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ରସୁଲଗଡସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପାଟି ପକ୍ଷରୁ ଶ୍ରୀ ବେହେରା ସେଠାରେ ଉଦ୍ବୋଧନ ଦେଇ କହିଥିଲେ ଯେ, ନେତାଜୀ ସୁଭାଷ ବୋଷ ହେଉଛନ୍ତି ମାନବ ସମାଜର ଇତିହାସରେ ମୁକ୍ତି ଓ ସ୍ୱାଧୀନତାର ଏକ ଅନିର୍ବାଣ ଅଗ୍ନିଶିଖା । ଭାରତ ବର୍ଷର ଇତିହାସ ତାଙ୍କୁ ଯେଉଁ ସ୍ଥାନ ଦେବାକଥା ତାହା ଦେଇନାହିଁ ।
ତାଙ୍କର ଏହି ୧ ୨୫ ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ନାମରେ ଏକ ଜାତୀୟ ପୁରସ୍କାର ଘୋଷଣା କରିବାକୁ ଶ୍ରୀ ବେହେରା ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖୁ ଅନୁରୋଧ କରିଛନ୍ତି । ସେହିଭଳି ଦଳ ପକ୍ଷରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ପୂର୍ବରୁ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବରେ ସମ୍ବଲପୁରରୁ ଯେଉଁ ବ୍ରିଟିଶ୍ ବିରୋଧ ସଂଗ୍ରାମର ଅୟମାରମ୍ଭ ହୋଇଥିଲା, ତାହାର ନେତୃତ୍ବ ନେଇଥିଲେ ସୁରେନ୍ଦ୍ର ସାଏ । କିନ୍ତୁ ସୁରେନ୍ଦ୍ର ସାଏଙ୍କୁ ଓଡ଼ିଶା ଇତିହାସରେ ଯେଉଁ ଗୁରୁତ୍ବ ଓ ସ୍ଥାନ ଦିଆଯିବା କଥା, ତାହା ଏପର୍ଯ୍ୟନ୍ତ ଦିଆଯାଇନାହିଁ । ତେଣୁ ଓଡ଼ିଶା ଇତିହାସରେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହର ଗାଥାକୁ ପୁର୍ନଲିଖନ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ଶେଷରେ ପାର୍ଟି ପକ୍ଷରୁ ବୀର ସୁରେନ୍ଦ୍ର ସାଏ ନଗରରେ ଥିବା ପ୍ରତିମୂର୍ତ୍ତିରେ ସଭାପତି ଶ୍ରୀ ବେହେରାଙ୍କ ସମେତ ଅନ୍ୟ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ ।
Post a Comment