loading...

ପିସିସି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ

ପିସିସି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ରସୁଲଗଡ଼ ଛକ ଠାରେ ଅଖୁଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ପ୍ରଦେଶ କଂଗ୍ରେସ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଭିଏସଏସ ନଗର ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିର୍ମୂତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ । ଏହାପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଥିବା ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହାପରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ସ୍ଥିତ ନେତାଜୀ ଭବନ ଯାଇ ଡ. ଚେଲା କୁମାର ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଗ୍ରାହଳୟ ବୁଲିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଟିଆ, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ଶିବାନନ୍ଦ ରାୟ, ଯଜ୍ଞଶ୍ବର ବାବୁ, ମାନସ ଚୌଧୁରୀ, ଗିରିବାଳା ବେହେରା, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ଦୀପକ କୁମାର ମହାପାତ୍ର, ପ୍ରକାଶ ମିଶ୍ର, ରଶ୍ମି ମହାପାତ୍ର, ଲିଙ୍ଗରାଜ ସାହୁ, ୟାସିର ନୱାଜ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ପ୍ରଭାବତୀ ପଟ୍ଟନାୟକ, ଶ୍ରୀଧର ବଳିଆରସିଂ, ଅକ୍ଷୟ କୁମାର ଦାସ, ଆଶିଷ ମଲ୍ଲିକ, ବିପ୍ଳବ ଶିଳାଦିତ୍ୟ, ଆଶୁତୋଷ ରାଉତ, ସଚ୍ଚିଦାନନ୍ଦ ରାଉତ, ଦୀପକ ମହାନ୍ତି, ରାକେଶ ମହାନ୍ତି, ଶୋଭା ସିଂ, ଜୟକୃଷ୍ଣ ମଲ୍ଲିଆ, ସତ୍ୟବ୍ରତ ନାୟକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଦେବୀ ପ୍ରସାଦ ବାହାଲିଆ, ସଂଜୟ ମିଶ୍ର, ମନୋରଞ୍ଜନ ରାଉତରାୟ, ରଣଜିତ ଦାସ, ସୁଭାଷ ପ୍ରଧାନ, ଦେବେନ୍ଦ୍ର ପ୍ରସାଦ ଦାସ, ସାଗର ପଟ୍ଟନାୟକ, ସାଗର ପରିଡ଼ା, ବିଶ୍ୱ ଭୂଷଣ ମହାପାତ୍ର, ବିକ୍ରମ ସାହୁ, ପ୍ରଶନ୍ନ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget