ଭୁବନେଶ୍ୱର, ଚିରବିପ୍ଳବୀ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରଥମ ଭାରତୀୟ ସ୍ଵାଧୀନତା ସଂଗ୍ରାମର ମହାନ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ବିଧାନସଭା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତାଙ୍କର ସ୍ମୃତି ପ୍ରତି ଗଭୀର ଓ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ବୀର ସୁରେନ୍ଦ୍ର ସାଏଙ୍କୁ ଏକ ଅନବଦ୍ୟ ଅନିର୍ବାଣ ଶିଖା ରୂପେ ବର୍ଣ୍ଣନା କରି ସ୍ଵାଧୀନତା ସଂଗ୍ରାମରେ ତାଙ୍କର ମହନୀୟ ଅବଦାନ ଥିବା ସ୍ମରଣ କରିଛନ୍ତି । କୃତଜ୍ଞ ଓଡ଼ିଆ ଜାତି ତାଙ୍କୁ ଚିରଦିନ ପାଇଁ ମନେ ରଖୁଥିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରୁଖୁରୁରେ ପାଳନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ, ବିଧାନସଭା ନିରାପତ୍ତା ଅଧିକାରୀ ଗୋପାଳ କୃଷ୍ଣ ପ୍ରଧାନ, ବାଚସ୍ପତିଙ୍କ ମାର୍ଶାଲ ଦେବାଶିଷ ପ୍ରଧାନ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ସନ୍ତୋଷ କୁମାର ଦାସ, ବାଚସ୍ପତିଙ୍କ ଲୋକସଂପର୍କ ଅଧୁକାରୀ ଭୁଜଙ୍ଗ ରାଓ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଧାନସଭା ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ । ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶାଶ୍ଵତୀ ପକ୍ଷରୁ ଦେଶବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।
Post a Comment