loading...

ତିନି ମିନିଟ୍ ରେ ୨୦ ଥର ନିଷ୍ଟାଇକ୍ କରି ପାକିସ୍ତାନ ରେକର୍ଡ ଭାଙ୍ଗିଲେ ଓଡ଼ିଆପୁଅ ସଚିନ

ଭାରତର ନିଷ୍ଟାଇକ୍ ଭାବରେ ସୁପରିଚିତ ସଚିନ ବେହେରା ଗିନିଜ ବୁକରେ ଆଉ ଏକ ନୂତନ ରେକର୍ଡ ସ୍ଥାପନ କରି ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି

ତିନି ମିନିଟ୍ ରେ ୨୦ ଥର ନିଷ୍ଟାଇକ୍ କରି ପାକିସ୍ତାନ ରେକର୍ଡ ଭାଙ୍ଗିଲେ ଓଡ଼ିଆପୁଅ ସଚିନ

ଭୁବନେଶ୍ୱର,ଭାରତର ନିଷ୍ଟାଇକ୍ ଭାବରେ ସୁପରିଚିତ ସଚିନ ବେହେରା ଗିନିଜ ବୁକରେ ଆଉ ଏକ ନୂତନ ରେକର୍ଡ ସ୍ଥାପନ କରି ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି । ପୂର୍ବରୁ ସଚିନ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଠାଇକରେ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ କ୍ରୀଡ଼ାବିତ ସଚିନ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାଞ୍ଚକେଳି ଏଙ୍କଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଠାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ ନିଷ୍ଠାଇକକୁ ଭାଙ୍ଗି ୨୦୪ ଆଣୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍ ରେକର୍ଡ ସ୍ଥାପନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଜିଲ୍ଲା ଆଥଲେଟିକ୍ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଓଲିଉଡ଼ କଳାକାର ଅଳେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସଚିନଙ୍କୁ ଉତ୍ସାହିତ କରିଥିଲେ ।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ନିଜ ଗ୍ରାମରେ ଥିବା ସ୍କୁଲରେ ଅଧ୍ୟୟନ କରୁଥିଲେ । ସେଠାରେ ଉତ୍ତମ ଶିକ୍ଷାର ସୁବିଧା ନଥିବାରୁ ସଚିନଙ୍କ ପିତା ତାଙ୍କୁ କଳାହାଣ୍ଡିର କେସିଙ୍ଗା। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନାମ ଲେଖାଇଥିଲେ । ସେଠାରେ ସଚିନ ହଷ୍ଟେଲ ରହି ଅଧ୍ୟୟନ କରିଥିଲେ । ସ୍କୁଲ ଶିକ୍ଷା ସମାପ୍ତ କରି ଉଚ୍ଚଶିକ୍ଷା ହାସଲ କରିବା ପାଇଁ ସଚିନ ଭୁବନେଶ୍ବରସ୍ଥିତ ନବଜ୍ୟୋତି ଯୁକ୍ତଦୁଇ କଲେଜରେ ଶିକ୍ଷାଦାନ କରୁଥିଲେ । ଏବେ ସେ ଭୁବନେଶ୍ଵରର ହାଇଟେକ କଲେଜ ଅଫ୍ ଫିଜିଓଥେରାପିରେ ଇଣ୍ଡନସିପ୍ କରୁଛନ୍ତି । ପିଲାଟି ଦିନରୁ କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଥିଲା । ଏଥିପ୍ରତି ସେ କଠିନ ପରିଶ୍ରମ କରୁଥିଲେ । ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିଚିତ ଥିଲେ । ପୂର୍ବରୁ ପ୍ରଶିକ୍ଷକ ସତ୍ୟପୀର ପ୍ରଧାନଙ୍କୁ ତତ୍ଵବଧାନରେ ନିଷ୍ଠାଇକ ଭାବେ ସଚିନ ଗିନିଜ ବୁକରେ ନିଜ ନାମ ଲିପିବଦ୍ଧ କରିଥିଲେ । ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ । 

ସେଥିପାଇଁ ସଚିନ ଦିନକୁ ୧୦ ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଗରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ଭୁବନେଶ୍ୱରଠାରେ ଆୟୋଜିତ ଏକ ସମାବେଶରେ ସଚିନ ପାଞ୍ଚକେଜି ଏଲ ୱେଟ ବାନ୍ଧି ମାତ୍ର ୩ ମିନିଟ୍‌ରେ ୨୦୪ ଥର ଆଣ୍ଠୁ ପ୍ରଘାତ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ରେକର୍ଡ଼କୁ ଭାଙ୍ଗି ନିଜ ନାମରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ହାଇଟେକର ଅକ୍ଷ ତିବ୍ରୁପତି ପାଣିଗ୍ରାହୀ, ନିବଜ୍ୟୋତି ଜୁନିୟର ସାଇନ୍ସ କଲେଜର ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ରଙ୍କୁ ସଚିନ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସଟିନ ସମସ୍ତ ସଫଳତାକୁ ପିତାମାତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ଫିଟନେସ୍ ଭାବରେ ସୌମ୍ୟରଞ୍ଜନ ଦାସ, ସନ୍ଦିପ ମହାନ୍ତି, କିପ୍ୟାଡ କିପର ଅମନ ପାଣ୍ଡ, ଟାଇମ୍ କିପର ଗୁରୁପ୍ରସାଦ ପଟ୍ଟନାୟକ, ସସ୍ମିତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget