loading...

ପିସିସି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ କଂଗ୍ରେସ ଭବନ ଠାରେ ପାଳିତ

ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ମହାପ୍ରୟାଣ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ

ପିସିସି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ କଂଗ୍ରେସ ଭବନ ଠାରେ ପାଳିତ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ମହାପ୍ରୟାଣ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଚନ୍ଦ୍ରଶେଖରପୁର ନାଲକୋ ଛକସ୍ଥିତ ମହାମ୍ବା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ସ୍ମତି ଉଦ୍ଦେଶ୍ୟରେ ସାଲିଆସାହିର ୧୬ ନଂ ଜୋନର ଗରିବ ବସ୍ତିବାସିନ୍ଦାଙ୍କୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସଙ୍କ ନେତୃତ୍ବରେ ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଯଜ୍ଞଶ୍ଵର ବାବୁ, କିଶୋର ଜେନା, ମନୋରଞ୍ଜନ ଦାଶ, ଦେବୀପ୍ରସାଦ ବାହାଲିଆଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । 

ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ନେତାଗଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଉଭୟ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ହଳଧର ସେଠୀ, ରଜନୀ ମହାନ୍ତି, ୟାସିର ନୱାଜ, ବିସ୍ମୟ ମହାପାତ୍ର, ଲୋକନାଥ ମହାରଥ, ପ୍ରକାଶ ମିଶ୍ର, ସଂକୁନା କହଁର, ଉମେଶ ଦାଶ, ନାରିନେତ୍ରୀ ସାଇନା ବିବି, ସଂଜୟ ମିଶ୍ର, ଜ୍ୟୋତିଷ ସାହୁ, ମୁନି ଥାଗା, ଖଗେଶ୍ଵର ମଲ୍ଲିକ, ସୁଶାନ୍ତ ମହାରଣା, ତ୍ରିନାଥ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget