loading...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୪ତମ ମହାପ୍ରୟାଣ ଦିବସରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

‘ମୁଁ କାହିଁକି ଗାନ୍ଧୀଙ୍କୁ ମାରିଲି’ ସିନେମା ନିଷିଦ୍ଧ କରିବା ଦାବିରେ  ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ୱର,ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୪ତମ ମହାପ୍ରୟାଣ ଦିବସରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କଠାରେ ମୁଁ ଗାନ୍ଧୀଙ୍କୁ କାହିଁକି ମାରିଲି’ ସିନେମାକୁ ନିଷିଦ୍ଧ କରିବା ଦାବିରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ଯୋଗଦେଇ ‘ଗାନ୍ଧିଜୀଙ୍କ ଅପମାନ ଭାରତ ପାଇଁ ଏକ ଆହ୍ବାନ’, ‘ରାଷ୍ଟ୍ରପିତାଙ୍କ ଅପମାନ ସହିବ ନାହିଁ ହିନ୍ଦୁସ୍ଥାନ’, ‘ ଗାନ୍ଧିଜୀଙ୍କୁ ଅପମାନିତ କରିବା ବନ୍ଦ କର’, ‘ଡୋଣ୍ଟ ଗ୍ଲୋରିଫାଏ ନାଥୁରାମ ଗଡ୍‌ସେ', “ମୁଁ ଗାନ୍ଧୀଙ୍କୁ କାହିଁକି ମାରିଲି’ ସିନେମାକୁ ନିଷେଧ କରିବା ଆମର ଦାବି ଭାରତରେ ସାମ୍ପ୍ରଦାୟିକ ଉତ୍ତେଜନା ଚଳିବ ନାହିଁ, ଗାନ୍ଧୀଙ୍କୁ ଅପମାନିତ କରିବାରେ ଆର.ଏସ୍.ଏସ୍. ଓ ବିଜେପିର ଷଡ଼ଯନ୍ତ୍ର ଧକ୍ ଧକ୍ ଆଦି ସ୍ଲୋଗାନ ଦେଇ ଦଳୀୟ କର୍ମୀମାନେ ଏହି ସିନେମାକୁ ନିଷେଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ । 

ସମଗ୍ର ବିଶ୍ବ ଗାନ୍ଧିଜୀଙ୍କ ଜନ୍ମଦିବସକୁ “ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରୁଥିଲା ବେଳେ ତାଙ୍କ ଜନ୍ମମାଟି ଭାରତରେ ଗାନ୍ଧିଜୀଙ୍କ ଅପମାନ ହେବା ଏକ ଐତିହାସିକ ବିଡ଼ମ୍ବନା ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ହରିଦ୍ବାରରୁ ଆରମ୍ଭ କରି ରାୟପୁର ପର୍ଯ୍ୟନ୍ତ ଧର୍ମ ସଂସଦ ନାମରେ ଯେଉଁମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଛନ୍ତି, ତାଙ୍କ ବ୍ୟକ୍ତିତ୍ଵକୁ ମଳିନ କରିବାର ଉଦ୍ୟମ କରିଛନ୍ତି, ସାମ୍ପ୍ରଦାୟିକତାବାଦ୍ ଓ ବିଭାଜନର ବିଷ ମଞ୍ଜି ବୁଣିବାର ଉଦ୍ୟମ କରୁଛନ୍ତି, ସେମାନଙ୍କ ପ୍ରତି ଭାରତ ସରକାର ନିରବଦ୍ରଷ୍ଟା ସାଜିବା ଦେଶର ଜାତୀୟ ସଂହତି ଓ ଅଖଣ୍ଡତା ପ୍ରତି ଏକ ଆହ୍ବାନ ସୃଷ୍ଟି କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି । 

ଗୋଟିଏ ଦିଗରେ ପ୍ରଧାନମନ୍ତ୍ରୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ଫୋରରେ ଅବତାରଣା କରୁଥିଲା ବେଳେ ଦେଶ ଭିତରେ ତାଙ୍କ ଦଳର ଏମ୍.ପି. ତଥା ତାଙ୍କ ସରକାରଙ୍କୁ ସମର୍ଥନ ଦେଉଥିବା ବାବାମାତା ମାନେ ଗାନ୍ଧିଜୀଙ୍କୁ ଅପମାନ କରିବା ସମୟରେ ନିଜେ ପ୍ରଧାନମନ୍ତ୍ରୀ ନିରବ ରହିବା ଦେଶର ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧକ୍ଷ ସଂଜୟ ନାୟକ, ଯୁବ ଜନସଭାର ଜାତୀୟ ସମ୍ପାଦକ ସୁନୀଲ ମିଶ୍ର, ଯୁବ ଜନସଭା ରାଜ୍ୟ ସଭାପତି ସୁବ୍ରତ ଲେଙ୍କା, ଯୁବନେତା ଦେଶପ୍ରିୟ ଦାସ, ଦେବାଶିଷ ମହାପାତ୍ର, ନାରୀ ନେତ୍ରୀ ସୋନା ମହାରଣା, ଛାତ୍ରନେତା ସ୍ଵୟଂପ୍ରକାଶ ଦାସ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରି ଗାନ୍ଧିଜୀଙ୍କ ଅପମାନ ଦେଶପାଇଁ ଯେଉଁ ଆହ୍ବାନ ସୃଷ୍ଟି କରିଛି, ତାହା ବିରୁଦ୍ଧରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦ କରାଯିବ ବୋଲି କହିଥିଲେ । କେନ୍ଦ୍ର ସରକାର ତୁରନ୍ତ “ମୁଁ ଗାନ୍ଧିଙ୍କୁ କାହିଁକି ହତ୍ୟା କଲି” ଚଳଚ୍ଚିତ୍ରକୁ ନିଷେଧ କରିବାକୁ ଏହି ନେତୃମଣ୍ଡଳୀ ଦାବି କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget