ଭୁବନେଶ୍ୱର, ଭାରତୀୟ ସମ୍ବିଧାନ ଧାରା ୨୪୩(କ) ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ଆଇନ-୧୯୬୫ ଅନିୟମ ୧୧(୧୧), ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ଆଇନ-୧୯୯୧ ଅଧୁନିୟମ ୩୫ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ଆଇନ-୧୯୯୪ ଅନିୟମ ୧୩ ଓ ୪୨ ଅନୁସାରେ ଯେଉଁ ନିର୍ବାଚନ କ୍ଷେତ୍ରରେ । କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବେ କିମ୍ବା ଯେଉଁ ନିର୍ବାଚନ କ୍ଷେତ୍ରରେ ନାମାଙ୍କନ ପତ୍ର ଯାଞ୍ଚବେଳେ ସବୁ ନାମାଙ୍କନ ପତ୍ର ନାକଚ ହୋଇଯାଇଥିବ, ସେସବୁ କ୍ଷେତ୍ର ଗୁଡ଼ିକରେ ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ଵାରା ପୁନଃବିଜ୍ଞପ୍ତି ପ୍ରକାଶ ପାଇଛି । ୱାର୍ଡମେମ୍ବର ଏବଂ ସରପଞ୍ଚ ପଦବୀ ନିମନ୍ତେ ସଂପୃକ୍ତ ନିର୍ବାଚନ ଅଧୁକାରୀଙ୍କ ଦ୍ଵାରା ତା. ୨୭/୦୧/୨୦୨୨ ରିଖ ଦିନ ୧୦ ଘଟିକା ସମୟରେ ସଂପୃକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ୱାର୍ଡରେ ନୋଟିସ୍ ଜାରିହେବ ।
ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତା. ୨୯/୦୧/୨୦୨୨ ରିଖଠାରୁ ତା. । ୩୧/୦୧/୨୦୨୨ ରିଖ ପର୍ଯ୍ୟନ୍ତ ଦିନ ୧୧ ଘଟିକାଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ତା ୦୧/୦୨/୨୦୨୨ ରିଖ ଦିନ ୧୧ ଘଟିକା ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ତା ୦୨/୦୧/୨୦୨୨ ରିଖ ଅପରାହ୍ନ ୩ ଘଟିକା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କର ତାଲିକା ପ୍ରକାଶ ପାଇବ । ଫେବୃଆରୀ ୪ ତାରିଖ ୩ ଘଟିକା ସୁଦ୍ଧା ବ୍ଲକ୍ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିବସ ଓ ସେହିଦିନ ୩ ଘଟିକା ପରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ପତ୍ର ପ୍ରକାଶ ପାଇବ । ସେହିପରି ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା । ତା.୨୭/୦୧/୨୦୨୨ ରିଖ ଦିନ ୧୦ ଘଟିକା ସମୟରେ ନୋଟିସ୍ ଜାରିହେବ । ବ୍ଲକ୍ କାର୍ଯ୍ୟାଳୟଠାରେ । ତା.୨୯/୦୧/୨୦୨୨ ରିଖଠାରୁ ତା ୩୧/୦୧/୨୦୨୨ ରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ ।
ଫେବୃଆରୀ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ଫେବୃଆରୀ ୨ | ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ, ଫେବୃଆରୀ ୪ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଓ ସେହିଦିନ ୩ ଘଟିକା ପରେ ବ୍ଲକ୍ କାର୍ଯ୍ୟାଳୟରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଜିଲ୍ଲା ପରିଷଦ ପଦବୀ ନିମନ୍ତେ ଉପଜିଲ୍ଲାପାଳ ବ୍ଲକ୍ କାର୍ଯ୍ୟାଳୟରେ ତା.୨୭/୦୧/୨୦୦ରିଖ ଦିନ ୧୦ ଘଟିକା ସମୟରେ ସଂପୃକ୍ତ ନିର୍ବାଚନ ଅଧୁକାରୀଙ୍କ ଦ୍ଵାରା ନିର୍ବାଚନ ପାଇଁ ନୋଟିସ୍ ଜାରିହେବ । ତା, ୨୯/୦୧/୨୦୨୨ ରିଖଠାରୁ ତା, ୩୧/୦୧/୨୦୨୨ ରିଖ ପର୍ଯ୍ୟନ୍ତ ଦିନ ୧୧ ଘଟିକାଠାରୁ ଅପରାହ୍ନ ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ହେବ । ଫେବୃଆରୀ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ଫେବୃଆରୀ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା, ଫେବୃଆରୀ ୪ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୩ ଘଟିକା ପରେ । ନିର୍ବଚାନ ପାଇଁ ଚୂଡ଼ାନ୍ତ ତାଲିକା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ।
ଏହି ବିଜ୍ଞପ୍ତି ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ www. secodisha. gov.in ରେ ଉପଲବ୍ଧ ହେଉଛି । ନିର୍ବାଚନ ଦିବଦ ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବ ନିର୍ଦ୍ଧାରିତ ଅନୁସାରେ ହେବ । ଜାନୁଆରୀ ୩୦ ତାରିଖ ସରକାରୀ ଛୁଟି ଦିବସ ସନ୍ଦେ ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟ ଖୋଲା ରହିବ ଓ ନାମାଙ୍କନ ପତ୍ର ଦାଖଲ ହେବ ।
ପ୍ରକାଶ ଥାଉ କି, ଏହାପରେ ଯଦି କୌଣସି ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ନକରନ୍ତି, ତାହେଲେ ସରପଞ୍ଚ ଓ ୱାର୍ଡମେମ୍ବର ପଦବୀ ନିମନ୍ତେ ସଂପୃକ୍ତ ଉପଜିଲ୍ଲାପାଳ ଖାଲି । ରହିଥିବା ପଦବୀ ନିମନ୍ତେ ପ୍ରାର୍ଥୀଙ୍କୁ ମନୋନୀତ କରିବେ ଏବଂ ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ କ୍ଷେତ୍ରରେ ଖାଲି ରହିଥିବା ପଦବୀ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରାର୍ଥୀ ମନୋନୟନ କରାଯିବ ।
Post a Comment