loading...

ସମାଜବାଦୀ ପାର୍ଟି ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ମହସମାରୋହରେ ପାଳିତ

୭୩ତମ ସାଧାରଣତନ୍ତ୍ର ଦିବସ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି

ସମାଜବାଦୀ ପାର୍ଟି ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ମହସମାରୋହରେ ପାଳିତ

ଭୁବନେଶ୍ୱର, ୭୩ତମ ସାଧାରଣତନ୍ତ୍ର ଦିବସ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟସଭାପତି ରବି ବେହେରା ଏହି ସମାରୋହରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପ୍ରାରମ୍ଭରେ ପାଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ୭୩ତମ ଜନରାଜ୍ୟ ଦିବସର ଦେଶବାସୀଙ୍କ ସମ୍ମୁଖରେ ଥିବା ଆହ୍ବାନ ଉପରେ ମତବ୍ୟକ୍ତ କରିଥିଲେ । ବିଶ୍ୱର ୨୧୩ଦେଶରେ ବ୍ୟାପିଥିବା କରୋନା ମହାମାରୀ ଯୋଗୁଁ ଆଜି ଧନଜୀବନ ବିପନ୍ନ ହେଉଛି । ସମଗ୍ର ମାନବସମାଜ ଏକ ବିରାଟ ସଂକଟର ସମ୍ମୁଖୀନ ହୋଇଛନ୍ତି । ଭାରତ ବର୍ଷରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧିପାଇବା ସହିତ ପାଖାପାଖୁ ୧୨୦ କୋଟି ଲୋକଙ୍କର ଜୀବନ ଜୀବିକା ଆଜି ବିପଦଗ୍ରସ୍ତ ହୋଇପଡ଼ିଛି । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏହି ସଂକଟରୁ ବର୍ତ୍ତିପାରିନାହିଁ । 

ରାଜ୍ୟରେ ପାଖାପାଖୁ ପାଞ୍ଚ ଲକ୍ଷ ଲୋକ ଏହି କରୋନା ସଂକ୍ରମଣ ସମୟରେ ନିଯୁକ୍ତି ହରେଇଛନ୍ତି, ଯାହାଫଳରେ ରାଜ୍ୟରେ ବେକାରୀ ବଢିବଢି ଚାଲିଛି । ଏହି ସଙ୍କଟର ମୁକାବିଲା କରିବା ସହିତ ଦେଶରୁ ଦାରିଦ୍ର୍ୟ, ଶୋଷଣ, ବେକାରୀ ଓ ଦୁର୍ନୀତି ବିଲୋପ କରିବା ଆଜି ଆମ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଦେଶର ପ୍ରଗତିରେ ଏକ ଆହ୍ବାନ ଭାବରେ ଦେଖାଦେଇଛି । ଆଜିର ଦିବସକୁ ପାର୍ଟି ପକ୍ଷରୁ ଓଡ଼ିଶାରେ ୫୨ ଭାଗ ପଛୁଆବର୍ଗଙ୍କ ସ୍ବାର୍ଥ ଦୃଷ୍ଟିରୁ “ ପଛୁଆବର୍ଗ ଅଧୁକାର ଦିବସ” ଭାବରେ ପାଳନ କରାଯାଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର କୋଷାଧକ୍ଷ ସଞ୍ଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ଅଜୟ ସାହୁ, ଯୁବ ଜନସଭା ରାଜ୍ୟ ସଭାପତି ସୁବ୍ରତ ଲେଙ୍କା, ଯୁବ ଜନସଭା ଜାତୀୟ ସମ୍ପାଦକ ସୁନୀଲମିଶ୍ର, ରାଜ୍ୟ ସମ୍ପାଦକ ସୁଶୀଲ ହୋତା, ଯୁବନେତା ଦେଶପ୍ରିୟ ଦାସ, ଦେବାଶିଷ ମହାପାତ୍ର, ଛାତ୍ରନେତା ଓପ୍ରକାଶ ଦାସ ଓ ନାରୀ ନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କର କୋଭିଡ ନିୟମ ପାଳନ କରାଯାଇ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ପତାକା ଉଭୋଳନ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget