loading...

ପାକିସ୍ତାନ ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆପୁଅ ସଚିନ ବେହେରା

ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖୁଛନ୍ତି

ପାକିସ୍ତାନ ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆପୁଅ ସଚିନ ବେହେରା

ଭୁବନେଶ୍ୱର, ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖୁଛନ୍ତି । ପୂର୍ବରୁ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ କ୍ରୀଡ଼ାବିତ ଏବେ ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରିବେ । ପୂର୍ବରୁ ପାକିସ୍ତାନର ମହମ୍ମଦ ରସିଦଙ୍କ ନାମରେ ୧୦୦ ନିଷ୍ଠାଇକ କରି ଗିନିଜ ରେକର୍ଡରେ ସ୍ଥାନ ପାଇଛନ୍ତି । ଜଣେ ଓଡ଼ିଆ ପୁଅ ହିସାବରେ ସଚିନ ପାକିସ୍ତାନର ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ସଚିନ ବେହେରା ପୂର୍ବରୁ ଗିନିଜ ବିଶ୍ବରେକର୍ଡର ଅଧିକାରୀ ହୋଇପାରିଛନ୍ତି । ସଚିନ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲରକା ଗ୍ରାମର ଲକ୍ଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁତ୍ର । ନିଜର ଦ୍ବିତୀୟ ଗିନିଜ ବିଶ୍ୱ କୀର୍ଭମାନ ଲାଗି ଗତ ୧୫ ତାରିଖରେ ଅନୁମତି ପାଇଥିଲେ ସଚିନ ଏବଂ ଚଳିତ ଜାନୁୟାରୀମାସ ୩୦ ତାରିଖରେ ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିରରେ ଏହି ରେକର୍ଡ ଭାଙ୍ଗି ଗିନିଜ ବୁକ ଅଫ ୱାଲର୍ଡ଼ରେ ନିଜ ନାମ ସ୍ଥାପନ କରିବାକୁ ଲକ୍ଷ୍ୟ ରଖୁଛନ୍ତି । ଏହି ପ୍ରତିକ୍ଷିତ କାର୍ଯ୍ୟକ୍ରମ ଏକ୍ସପୋର୍ଟ ଉଇଟିନେସ୍ ଭାବରେ ସୌମ୍ୟରଞ୍ଜନ ଦାଶ, ଟାଇମ କିପରି ଭାବରେ କ୍ରୀଡ଼ାବିତ ଗଜେନ୍ଦ୍ର ବାରିକ ଦାୟିତ୍ବ ତୁଲାଇବେ । ସଚିନ ସାମରିକ କଳାରେ ରୁଚି ରଖୁଥିବା ସହିତ ଭୁବନେଶ୍ବର କଲେଜ ଅଫ୍ ଫିଜିଓଥେରାପିରେ ଇଣ୍ଟନସିପ୍ କରୁଛନ୍ତି । ଏହା ସହ ଆସନ୍ତା ୨୦ ୨୪ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିରେ ୧୦୦ ମିଟର ଦୌଡ଼ରେ ଭାଗ ନେବାକୁ ସଚିନ ଲକ୍ଷ୍ୟ ରଖୁଛନ୍ତି । ଏଥିପାଇଁ ସେ ପ୍ରତିଦିନ ଗୁରୁପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget