loading...

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୯ ତମ ସଂସ୍କୃତି ଚର୍ଚ୍ଚ ସମ୍ମାନ ମହୋତ୍ସବ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୯ ତମ ସଂସ୍କୃତି ଚର୍ଚ୍ଚ ସମ୍ମାନ ମହୋତ୍ସବ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍‌ରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୯ ତମ ସଂସ୍କୃତି ଚର୍ଚ୍ଚ ସମ୍ମାନ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୯ ତମ ସଂସ୍କୃତି ଚର୍ଚ୍ଚ ସମ୍ମାନ ମହୋତ୍ସବ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଇଣ୍ଟରନେଟ୍‌ରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଆଲୋଚକ ଭାବରେ ଡ. ସଂଗ୍ରାମ ଜେନା, ବିଶିଷ୍ଟ କବି, ଅନୁବାଦକ, ସମାଲୋଚକ ଓ ସମ୍ପାଦକ ଯୋଗଦାନ କରିଥିଲେ । ସମ୍ମାନରେ ସ୍ଵାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଭିଲେଖାଗାରର ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା । ସମ୍ପାନର ଆଲୋଚକ ଡ. ସଂଗ୍ରାମ ଜେନା ‘ ଅନ୍ତରଙ୍ଗ ଅନୁଭୂତିରେ ଗାନ୍ଧୀ’ ଙ୍କ ବିଷୟରେ ବର୍ଣ୍ଣନା କରିଥିଲେ ଯେ ନୀତି, ଆଦର୍ଶ ଓ ବିଚାର ଏ ସବୁ ଡେଇଁ ଗାନ୍ଧିଜୀ ବ୍ୟକ୍ତିର ହୃଦୟକୁ ଛୁଇଁ ପାରିଥିଲେ । ସେ ଲେଖିଥିବା ଅସଂଖ୍ୟ ଚିଠି ଏ ସବୁର ପ୍ରମାଣ । ଗାନ୍ଧିଜୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବ୍ୟକ୍ତିମାନେ ଗାନ୍ଧିଜୀଙ୍କ ସମ୍ପର୍କରେ ସେମାନଙ୍କର ଅନ୍ତରଙ୍ଗ ଅନୁଭୂତି ସେମାନଙ୍କ ଆତ୍ମଜୀବନୀରେ ଲେଖୁଛନ୍ତି । 

ଓଡ଼ିଶାକୁ ଆସିଥିବା ଆଠ ଥର ଗସ୍ତ କାଳରେ ଗାନ୍ଧିଜୀ ବହୁଲୋକ, କବି, ଶିକ୍ଷକ ଏବଂ ସବୁବର୍ଗର ଲୋକମାନଙ୍କ ସହ ଅନ୍ତରଙ୍ଗ ସମ୍ପର୍କରେ ଆସିଥିଲେ ଓ ସେମାନଙ୍କୁ ଚିଠି ଲେଖୁଥିଲେ ଏବଂ ସେମାନଙ୍କ ଚିଠିର ଉତ୍ତର ଦେଉଥିଲେ । ଅନେକ ସମୟରେ ଲୋକମାନଙ୍କ ଘରେ ରହୁଥିଲେ । ସେମାନଙ୍କ ବ୍ୟକ୍ତିଗତ ସୁବିଧା ଅସୁବିଧା ବିଷୟରେ ଚିଠିରେ ପରାମର୍ଶ ଦେଉଥିଲେ । ଏଣୁ ଲୋକମାନଙ୍କ ସହ ତାଙ୍କର ଆଦର୍ଶ ବାହାରେ ଏକ ବ୍ୟକ୍ତିଗତ ସମ୍ପର୍କ ଗଢ଼ି ଉଠିଥିଲା । ଏ ସବୁ ଗାନ୍ଧିଜୀଙ୍କର ଲୋକମାନଙ୍କ ନିକଟକୁ ପଠାଇଥିବା ଚିଠିରୁ ଜଣାପଡ଼େ । ମତର ଭିନ୍ନତା, ଆଦର୍ଶ ଓ ପ୍ରଥାର ବିଭିନ୍ନତା ସତ୍ତ୍ୱେ ବ୍ୟକ୍ତିକୁ ଭଲ ପାଇ ହେବ, ଏ କଥା ଗାନ୍ଧିଜୀ ନିଜ ଜୀବନରେ ପରୀକ୍ଷା କରି ଦେଖାଇ ଦେଇଛନ୍ତି । ଆଜିର ଏଇଭଳି ବ୍ୟକ୍ତିଗତ ଅନ୍ତରଙ୍ଗତା ସମାଜର ଆବଶ୍ୟକତା ରହିଛି । ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସ ଜାନୁଆରୀ ୩୦, ଅବସରରେ, ଆମର ମତର ଭିନ୍ନତା, ଆଦର୍ଶ ଓ ପ୍ରଥାର ଭିନ୍ନତା ସତ୍ତେ ଯଦି ଭଲପାଇବା ରହିବ ତାହେଲେ ତାଙ୍କ ମହାପ୍ରୟାଣ ଦିବସରେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

ଆସନ୍ତା ୩୦.୦୧.୨୦୨ ୨ ରିଖ ପୂର୍ବାହ୍ନ ୧୦,୦୦ ଘଟିକା ସମୟରେ @ ୭୫ ଆଜାଦୀକା ଅମୃତ ମହୋତ୍ସବ ତଥା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ । ଗବେଷକ ଡ. ନିବେଦିତା ମହାନ୍ତି ଏବଂ ବରିଷ୍ଠ ସମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଯଥାକ୍ରମେ ଭାରତ ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଶା’ ଏବଂ ‘ବିଶ୍ଵ ଦୃଷ୍ଟିରେ ଜାତିର ପିତା ମହାତ୍ମା ଗାନ୍ଧୀ ବିଷୟ ଉପରେ ବକ୍ତବ୍ୟ ରଖିବେ । ଏହିଦିନ ଡ. ସଂଗ୍ରାମ ଜେନାଙ୍କ ଦ୍ଵାରା ଆଲୋଚ୍ୟ ୫୯ ତମ ସଂସ୍କୃତି ଚର୍ଚ୍ଚାର ବିଷୟ ‘ ଅନ୍ତରଙ୍ଗ ଅନୁଭୂତିରେ ଗାନ୍ଧୀ ' ରାଜ୍ୟ ଅଭିଲେଖାଗାରର ୟୁଟୁବ୍ ଚ୍ୟାନେଲ୍‌ରେ ଲୋକାର୍ପଣ କରାଯିବ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget