ଭୁବନେଶ୍ୱର, ଓଡ଼ିଶା ଡି ଫାର୍ମାସି ଛାତ୍ର ଆସୋସିଏସନ ପକ୍ଷରୁ ଡି ଫାର୍ମା ଛାତ୍ରଙ୍କର ପ୍ରଥମ ବାର୍ଷିକ ପରୀକ୍ଷା ଅନଲାଇନ ମାଧ୍ୟମରେ କରିବାପାଇଁ ଆଜି ଡାଇରେକ୍ଟର ଅଫ ଡ୍ରାଗ୍ସ କଣ୍ଟ୍ରୋଲର ପରିସରରେ ଥିବା ଓଏସବିପି କାର୍ଯ୍ୟାଳୟ, ଭୁବନେଶ୍ବର ଠାରେ ଯେଉଁ ଆନ୍ଦୋଳନ କରିଥିଲେ ତାହାକୁ ସମର୍ଥନ ଜଣାଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ସେଠାରେ ପଂହଚି ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଓଡିଶା ଷ୍ଟେଟ ଫାର୍ମାସି ବୋର୍ଡ (ଓଏସବିପି) ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଓ ପରୀକ୍ଷାକୁ ନେଇ ଖେଳ ଖେଳୁଛନ୍ତି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ଗତ ୨୦୨୧ ବର୍ଷ ନଭେମ୍ବର ଶେଷ ସପ୍ତାହରେ ଓଏସ୍ବିପି ବିଜ୍ଞାପନ ଦେଇଥିଲା ଯେ ଡିସେମ୍ବର ପ୍ରଥମରୁ ଦ୍ବିତୀୟ ସପ୍ତାହ ମଧ୍ୟରେ ପ୍ରଥମବର୍ଷ ପାଇଁ ପରୀକ୍ଷା ହେବ ।
ପୁଣି ଡିସେମ୍ବର ମାସରେ ଓଏସବିପି ପକ୍ଷରୁ ନୋଟିସ୍ ଜାରି କରାଗଲାଯେ ୨୦୨୨ ଜାନୁଆରୀରେ ପ୍ରଥମବର୍ଷ ପାଇଁ ପରୀକ୍ଷା ହେବେ । ଗତ ଜାନୁଆରୀ ୧୧ ତାରିଖରେ ସମସ୍ତ ପ୍ରଥମବାର୍ଷିକ ଛାତ୍ରଛାତ୍ରୀ ଭୁବନେଶ୍ଵର ସ୍ଥିତ ଓଏସବିପି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମ ବାର୍ଷିକ ପରୀକ୍ଷା ପାଇଁ ଦାବି ଜଣାଇ ଆନ୍ଦୋଳନ କରିଥିଲେ । ଓଏସବିପି କର୍ତ୍ତୃପକ୍ଷ ପ୍ରଥମ ବର୍ଷ ପରୀକ୍ଷାର ଚୂଡ଼ାନ୍ତ ନିଷ୍ପତି ଜାନୁଆରୀ ୨୧ ଭିତରେ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜାନୁଆରୀ ୧୮ ତାରିଖରେ ଓଏସବିପି କର୍ତ୍ତୃପକ୍ଷ ନୋଟିସ ଜାରିକଲେ ଯେ କରୋନାର ତୃତୀୟ ଲହର କମିଲେ ପ୍ରଥମ ବାର୍ଷିକ ପରୀକ୍ଷା ହେବ ଏବଂ ଏବେ ଦ୍ବିତୀୟ ବର୍ଷ ପାଇଁ ଅନଲାଇନ ମାଧ୍ୟମରେ ପଢ଼ାପଢ଼ି ଜାରିରଖ । ଫାର୍ମାସି ଛାତ୍ରଛାତ୍ରୀ ମାନଙ୍କର ଦାବି ଏହିକିଯେ ତୁରନ୍ତ ପ୍ରଥମବର୍ଷ ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯାଉ । ଏବେ ଦ୍ବିତୀୟ ବର୍ଷ ପାଠପଢ଼ା ସହ ପ୍ରଥମ ବର୍ଷର ପରୀକ୍ଷା ପାଇଁ ପ୍ରସ୍ତୁତି ଜାରିରଖୁବା କଷ୍ଟ ସାଧ୍ୟ । ଛାତ୍ରଛାତ୍ରୀ ମାନଙ୍କ ଉପରେ ଏହାଦ୍ୱାରା ମାତ୍ରାଧୁକ ବୋଝ ଲଦି ଦିଆଯାଉଛି ।
ନିଜର ହକ ପାଇଁ ଲଢ଼େଇ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୋଲିସ ଲଗାଇ ଦମନ କରାଯାଉଥିବାର ଅଭିଯୋଗ ହୋଇଛି । ଓଏସବିପିର କତୃପକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଯଥାଶୀଘ୍ର ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ବାର୍ଷିକ ପରୀକ୍ଷା ଅନଲାଇନ ମାଧ୍ୟମରେ ସମାପନ କରନ୍ତୁ । ନହେଲେ ପ୍ରଦେଶ ଛାତ୍ର କଂଗ୍ରେସ ଫାର୍ମାସୀ ଛାତ୍ରଙ୍କର ନ୍ୟାର୍ଯ୍ୟ ଦାବିପାଇଁ ସ୍ଵତ୍ସ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିବ ।
Post a Comment