ଭୁବନେଶ୍ୱର,ରାଜଧାନୀ ଉପକଣ୍ଠ ଏକାମ୍ର ଓ ଜଟଣୀ ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତକୁ ନେଇ ଗଠିତ ୨୯ ନମ୍ବର ଜିଲ୍ଲା ପରିଷଦ ଜୋନାସୋମବାର ପୂର୍ବାହ୍ନରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଶିଶୁପାଳଗଡ଼ ପଞ୍ଚାୟତ ରୁ ଆରମ୍ଭ ହୋଇ ଲିଙ୍ଗିପୁର ପଞ୍ଚାୟତ, ଇଟିପୁର ପଞ୍ଚାୟତ, ଟିକରପଡ଼ା ପଞ୍ଚାୟତରେ ସାରିଥିଲା ରାଲି । ବିଭିନ୍ନ ଗ୍ରାମରେ ଭାରତୀୟ ଜନତା ପାର୍ଟିର ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟ ଙ୍କ ପାଇଁ ପ୍ରଚାର କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ।
ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସ୍ଥାନୀୟ ଜନସାଧାରଣ ବହୁତ ଆନନ୍ଦର ସହ ସ୍ବାଗତ କରି ସମର୍ଥନ । ଜଣାଇଥିଲେ। ଘରକୁ ଘର ବୁଲି ସୁଜିତ କୁମାର ବଳବନ୍ତରାୟ ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବା ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବାବୁ ସିଂ ସମସ୍ତ ପଞ୍ଚାୟବାସୀ ଙ୍କୁ ନିବେଦନ କରିଥିଲେ। ଦୀର୍ଘ ଦିନ ଧରି ବିଜୁ ଜନତା ଦଳର । ଅତ୍ୟାଚାର ଓ ଦୁର୍ନୀତି ରେ ଅତିଷ୍ଟ ହୋଇ ପଡ଼ିଥିବା ପଞ୍ଚାୟତ ବାସୀ ଭାରତୀୟ ଜନତା ପାର୍ଟି କୁ ବିପୁଳ ପରିମାଣରେ ସମର୍ଥନ ଜଣାଇଲେ ପ୍ରଚାର ସମୟରେ ଭୁବନେଶ୍ୱର ଉପକଣ୍ଠରେ ରହିଲେ ମଧ୍ୟ ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ଆଜିବି ମୌଳିକ ସୁବିଧା ପାଇବାରୁ ଅନେକ ଅଞ୍ଚଳ ବଞ୍ଚିତ ହୋଇରହିଛି ଏଣୁ ଆଗାମୀ ନିର୍ବାଚନରେ ଏହାର ଜବାବ ବିଜୁ ଜନତା ଦଳ କୁ ଜନ ସାଧାରଣ ଦେବେ ବୋଲି ଶ୍ରୀ ସିଂ କହିଛନ୍ତି ।
ଏହି ପ୍ରଚାର ରେ ବିଜେପି ନେତା ଅରୁଣ ପୁରୋହିତ,ସୁନୀଲ ପ୍ରଧାନ,ତାପସ ଦଳାଇ,ସୁରେନ୍ଦ୍ର ପ୍ରଧାନ,ଶିବ ବେହେରା,ମନୋଜ ପଶ୍ଚିମକବାଟ,ବିଭୁତି ଭୂଷଣ ପ୍ରଧାନ,ସୁଶୀଲ ଛୁଆଳ ସିଂ, ପ୍ରଦ୍ୟୁମ୍ନ ଜେନା, କାହ୍ମ ସାମଲ, ଶିବରମ ମିଶ୍ର, ଶରତ ଚନ୍ଦ୍ର ନାୟକ, କ୍ଷେତ୍ରମୋହନ ରାଉତ,ସନ୍ତୋଷ ମୁଦୁଲି, ଭଗବାନ ଦାଶ,ବୃନ୍ଦାବନ ସ୍ୱାଇଁ, ମାନସ ରଞ୍ଜନ ପରିଡ଼ା, ପଞ୍ଚାନନ ସ୍ୱାଇଁ, ରାଜେନ୍ଦ୍ର ଖଟୁଆ,ବିଜୟ କୁମାର ସାହୁ ଙ୍କ ସହ ସ୍ଥାନୀୟ ନେତୃତ୍ବ,ଯୁବ ମୋର୍ଚ୍ଚା , ମହିଳା ମୋର୍ଚ୍ଚାର କର୍ମୀ ଉପସ୍ଥିତ ରହି ପ୍ରାର୍ଥୀ ଙ୍କ ମନୋବଳ କୁ ସୁଦୃଢ କରିବା ସହ ଭୋଟ ଭିକ୍ଷା କରିଲେ ।
Post a Comment