ଭୁବନେଶ୍ୱର,ସାହିତ୍ୟ ଓ ରାଜନୀତି ଉଭୟ କଳା । ସାହିତ୍ୟ ସୃଜନର ବିଷୟ ହୋଇଥିବାରୁ ଏହା ରାଜନୀତିକୁ ଅଧୁକ ମାର୍ଜିତ କରିଥାଏ । ରାଜନୀତିକୁ ଉଚିତ୍ ମାର୍ଗଦର୍ଶନ ଦେବାରେ ସାହିତ୍ୟ ସହାୟକ ହୋଇଥାଏ । ସାହିତ୍ୟ ଓ ରାଜନୀତିର ଯୁଗଳଯାତ୍ରାର ଜଣେ ଉଦାହରଣୀୟ ବ୍ୟକ୍ତିତ୍ର ଥିଲେ ସ୍ବର୍ଗତ ବୈଷ୍ଣବ ଚରଣ ପରିଡ଼ା । ଉଭୟ କ୍ଷେତ୍ରରେ ସେ ଥିଲେ ଜଣେ ଚମତ୍କାର ବ୍ୟକ୍ତି । ଜଣେ ମୂଲ୍ୟବୋଧଭିତ୍ତିକ ରାଜନେତା ଭାବରେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଉଚ୍ଚକୋଟୀର ସାହିତ୍ୟିକ ଭାବରେ ସେତିକି ସେ ସୁନାମ ଅର୍ଜନ କରିଥିଲେ । ତାଙ୍କର ସାହିତ୍ୟ ଜୀବନ ତାଙ୍କର ରାଜନୈତିକ ଜୀବନକୁ ସମୃଦ୍ଧ । କରିଥିଲା, ଯାହା ତାଙ୍କୁ ଜଣେ ସ୍ବତନ୍ତ୍ର ରାଜନେତାର ସମ୍ମାନ ପ୍ରଦାନ କରିଥିଲା ।
ଉଭୟ ଗାନ୍ଧୀ ଦର୍ଶନ ଓ ସମାଜବାଦ ଚିନ୍ତନର ସେ ଥିଲେ ଜଣେ ପ୍ରଖର ପ୍ରବକ୍ତା । ସର୍ବୋପରି ବୈଷ୍ଣବ ପରିଡ଼ା ଜଣେ ଜନଆନ୍ଦୋଳନର ନେତା ଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଥିଲେ । ଭାଷା ସୁରକ୍ଷା ଆନ୍ଦୋଳନ ତାଙ୍କର ଶେଷ ସର୍ବଶ୍ରେଷ୍ଠ ଆନ୍ଦୋଳନ ଥୁଲା । ଏଥିପାଇଁ ସ୍ୱର୍ଗତ ପରିଡ଼ା ଯେପରି ତ୍ୟାଗପୂତ ଭାବରେ ଅହରହ ଆନ୍ଦୋଳନ ଜାରି ରଖିଥିଲେ, ତାହା ତାଙ୍କୁ ସବୁଦିନ ପାଇଁ । ମନେରଖୁବ ବୋଲି ଆଜି ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ବୈଷ୍ଣବ ପରିଡ଼ାଙ୍କ ୮୧ ତମ ଜୟନ୍ତୀ ସମାରୋହରେ ମତପ୍ରକାଶ ପାଇଛି । ସମାରୋହରେ ଉପସ୍ଥିତ ଅତିଥିବୃନ୍ଦ ସ୍ୱର୍ଗତ ପରିଡ଼ାଙ୍କୁ ସ୍ମରଣକରି ତାଙ୍କୁ ଜଣେ ବିଶିଷ୍ଟ ରାଜନେତା, ସୁସାହିତ୍ୟିକ ଓ ଭାଷା ସୁରକ୍ଷା ଆନ୍ଦୋଳନର କର୍ଣଧାର ଭାବେ ବର୍ଣନା କରିଥିଲେ ।
ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥ ଭାବରେ ବିଶିଷ୍ଟ ଗାନ୍ଧୀବାଦୀ ବିଦ୍ବାନ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ଯୋଗଦେଇଥୁଲା ବେଳେ ବିଶିଷ୍ଟ ଅତିଥ ଭାବରେ ଯୋଗ ଦେଇଥିଲେ ସୁନାମଧନ୍ୟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ‘ମାତୃଭାଷା ଓ ଜାତୀୟ ଅପ୍ସିତା’ ଶୀର୍ଷକ ପ୍ରଥମ ବୈଷ୍ଣବ ପରିଡ଼ା ସ୍ମାରକୀ ବତା ପ୍ରଦାନ କରିଥିଲେ ।
ଅତିଥିମାନେ ସ୍ୱର୍ଗତ ପରିଡ଼ାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, ସ୍ବର୍ଗତ ବୈଷ୍ଣବ ପରିଡ଼ା ଓଡ଼ିଆ ଭାଷା ସୁରକ୍ଷା ପାଇଁ ଯେଉଁ ଦୁର୍ବାର ଆନ୍ଦୋଳନ ଗଢି ତୋଳିଥିଲେ ତାହା ଓଡ଼ିଆମାନଙ୍କର ଜାତୀୟ ଚେତନା ବୃଦ୍ଧି କରିବା ସହ ମାତୃଭାଷାର ସୁରକ୍ଷା ଓ ବ୍ୟବହାର ନେଇ ଜନସାଧାରଣଙ୍କୁ ସଚେତନ କରାଇପାରିଥିଲା । ଏହି ଅବସରରେ ନିକଟରେ ପରଲୋକଗତ ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
Post a Comment