loading...

ଆସାମ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ : ଛାତ୍ର କଂଗ୍ରେସ

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ବରେ ଆଜି ଭୁବନେଶ୍ବର ଏବଂ ବିଭିନ୍ନ ଜିଲ୍ଲାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଉତରାଖଣ୍ଡ

ଆସାମ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ : ଛାତ୍ର କଂଗ୍ରେସ

ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ବରେ ଆଜି ଭୁବନେଶ୍ବର ଏବଂ ବିଭିନ୍ନ ଜିଲ୍ଲାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଉତରାଖଣ୍ଡ ନିର୍ବାଚନର ପ୍ରଚାର ସମୟରେ ଜନନାୟକ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ପ୍ରତି ଯେଉଁ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ତାହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ଏବଂ ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଅଂଶଗ୍ରହଣ କରିଥିଲେ । ମାଷ୍ଟରକ୍ୟାଟିନ ଛକରେ ଆଜି ଭୁବନେଶ୍ଵର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା । ସେଠାରେ ହିମନ୍ତ ବିଶଶର୍ମା ଏବଂ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଭୁବନେଶ୍ଵର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଜଗଦିଶ ଗଜେନ୍ଦ୍ର ଏହି ପରିପ୍ରେକ୍ଷୀରେ ହିମନ୍ତ ବିଶ୍ଵଶର୍ମା ଓ ନରେନ୍ଦ୍ର ମୋଦିଙ୍କୁ ଦୃଢ଼ ସମାଲୋଚନା କରିଥିଲେ । 

ପ୍ରଦେଶ ଛାତ୍ର କଂଗ୍ରେସ ମୁଖ୍ୟ ମୁଖପାତ୍ର ଶ୍ରୀ ବିଶ୍ବଭୂଷଣ ମହାପାତ୍ର କହିଛନ୍ତି ଯେ ହିମନ୍ତ ବିଶ୍ଵଶର୍ମାଙ୍କ ଅଶାଳୀନ ମନ୍ତବ୍ୟରେ ତାଙ୍କର ନଷ୍ଟ ଏବଂ ଅଭଦ୍ର ବ୍ୟକ୍ତିତ୍ବର ପରିପ୍ରକାଶ ହୋଇଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳ ସରକାରଙ୍କ ସମସ୍ତ କାର୍ଯ୍ୟକୁ ସମୀକ୍ଷା ଓ ସମାଲୋଚନା କରିବାର ଅଧୁକାର ରହିଛି । ସରକାରଙ୍କର କୌଣସି ପଦକ୍ଷେପ ଉପରେ ବିରୋଧ ପ୍ରଶ୍ନ କରିପାରିବ । ସରଜିକାଲ ଷ୍ଟ୍ରାଇକ ଓ କରୋନା ଭାସିନ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ବିଭିନ୍ନ ପ୍ରଶ୍ନ ର ପ୍ରତିବାଦ କରିବାକୁ ଯାଇ ଉତରାଖଣ୍ଡ ନିର୍ବାଚନ ପ୍ରଚାରରେ ହିମନ୍ତ ବିଶ୍ଵଶର୍ମା ସମସ୍ତ ସାଧାରଣ ଶାଳୀନତା ଟପି କହିଲେ ଯେ ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଅକି ନାହିଁ ଭାଜପା କେବେ ପ୍ରଶ୍ନ କରିନାହିଁ । ହିମନ୍ତ ବିଶ୍ଵଶର୍ମାଙ୍କ ଏଭଳି ମନ୍ତବ୍ୟ ତାଙ୍କର ହୀନମନ୍ୟତା ଏବଂ ଭାଜପାର ହୀନରାଜନୀତିକୁ ସ୍ପଷ୍ଟ କରୁଛି । ଗାନ୍ଧୀ ପରିବାରର ପୂର୍ବଜମାନଙ୍କୁ ଦେଶର ଗୋଡ଼ିମାଟି ଜାଣେ ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର ନେହେରୁଙ୍କ ପୁଅ ଥିଲେ ପୂର୍ବତନ ଏଆଇସିସି ସଭାପତି ମୋତିଲାଲ ନେହେରୁ ଏବଂ ତାଙ୍କ ପୁଅଥୁଲେ ପଣ୍ଡିତ ଜବାହାରଲାଲ ନେହେରୁ ପଣ୍ଡିତ ନେହେରୁଙ୍କ କନ୍ୟାଥଲେ ଇନ୍ଦିରା ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କର ପୁଅ ଥିଲେ ରାଜୀବ ଗାନ୍ଧୀ । 

ରାଜୀବ ଗାନ୍ଧୀଙ୍କର ପୁଅ ହେଉଛନ୍ତି ଜନନାୟକ ରାହୁଲ ଗାନ୍ଧୀଜୀ । ଏକଥା ଦେଶରେ ଜଣେ ସାଧାରଣ ନାଗରିକ କହିବ । ଏଣୁ ରାହୁଲ ଗାନ୍ଧୀଙ୍କର ବୁନିଆଦି ଉପରେ ପ୍ରଶ୍ନ କରିବା ଆସାମ ମୁଖ୍ୟମନ୍ତ୍ରୀଙ୍କର ଏକ ଅଭଦ୍ରୋଚିତ ଆଚରଣ ଓ ଉଚାରଣ । ଏଣୁ ହିମନ୍ତ ବିଶ୍ଵଶର୍ମାଙ୍କ ମନ୍ତବ୍ୟ ଆସାମ ପ୍ରଦେଶର ଗରିମାକୁ ନଷ୍ଟ କରୁଛି । ଏଭଳି ଜଣେ ଅଭଦ୍ର ଲୋକଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦବୀରେ ବସାଇଥିବାରୁ ଛାତ୍ର କଂଗ୍ରେସ ଉଭୟ ଆସାମ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ପୂଣ୍ୟ, ବିବେକହୀନ ଏବଂ ଅସାମାଜିକ ଆଚରଣର ଦୃଢ଼ ନିନ୍ଦା କରୁଛି । ହିମନ୍ତ ବିଶ୍ଵଶର୍ମା କେବଳ ରାହୁଲ ଗାନ୍ଧୀ ନୁହେଁ ଭାରତ ରନ୍ ରାଜୀବ ଗାନ୍ଧୀଙ୍କୁ ମଧ୍ୟ ତାଙ୍କ ବକ୍ତବ୍ୟରେ ଅପମାନିତ କରିଛନ୍ତି । ଏଣୁ ଛାତ୍ର କଂଗ୍ରେସ ହିମନ୍ତ ବିଶ୍ଵଶର୍ମା ଏବଂ ନରେନ୍ଦ୍ର ମୋଦି ଜନନାୟକ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରୁଛି । 

ଏହି କାର୍ଯ୍ୟକ୍ରମରେ କାର୍ତ୍ତିକେଶ୍ଵର କାଣ୍ଡି, ସାହାରୁଖ ଖାନ, ଉଦିତ୍ ପ୍ରଧାନ, ନିଆକୁଲ ଇସଲାମ, ମହମ୍ମଦ ସମିତ୍ତଲ, ନିତେଶ ବେହେରା, ରଣଜିତ ସେନାପତି, ସଫଳ ସମୟ, ଜିତେନ୍ଦ୍ର ମଲ୍ଲିକ, ସଂଜିବ ରାଉତ, ଅଭିଜିତ ମିଶ୍ର, ତାପସ ରଞ୍ଜନ ସ୍ୱାଇଁ, ସାଇଦ୍ ସୋଏବ ଅଲ୍ଲି, ଶୁଭକାନ୍ତ ବେହେରା, ଆରିୟାନ ସାମଲ, ଶୁଭମ ନନ୍ଦ, ଆଶୁତୋଷ ବେହେରା, ରାଜଦ୍ଵୀପ ବେହେରା, ଜିତେନ୍ଦ୍ର ବାରିକ, ସାଇରାମ ପାଣିଗ୍ରାହୀ, ତନ୍ମୟ ଜେନା, ହଜିଫା ମନଜର, ସନ୍ତୋଷ ସ୍ବାଇଁ, ଅଭିଷେକ ଠାକୁର, ସୈଫ ଅଲ୍ଲି ଖାନ, ଇସ୍ରାଦ ଅନ୍‌ସାରୀ, ସୌରଭ କୁମାର, ମିର ରିଆଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget