ଭୁବନେଶ୍ୱର, ସମ୍ବାଦର ଦୈନିକ ପତ୍ରିକା ତା 05.02.2022 ସଂଖ୍ୟାରପରଦା ବିଭାଗରେ ପ୍ରକାଶିତ ଜହ୍ନ ଗୋଟେ ମିଠା ବିସ୍କୁଟ ଶୀର୍ଷକ ଲେଖାଟି ପଢି ଆମେ ମର୍ମାହତ । ସିରିଡ଼ି ସାଇ ବାବା ମୁଭିଜ୍ ଭଳି ନାମ ଦେଇଥିବା ସଂସ୍ଥା ଦ୍ଵାରା ନିବେଦିତ ଏବଂ ଆମ ଟିଭି ମ୍ୟୁଜିକ୍ ପ୍ରଯୋଜିତ ଉକ୍ତ ନୂଆ ଓଡ଼ିଆ ମ୍ୟୁଜିକ୍ ଭିଡ଼ିଓଟିର ସୁଟିଂ ଗଲିଚି ଯାହା ଚଳିତ ୧୪ ତାରିଖ ଭାଲେଣ୍ଟାଇନ ଡେ ଅବସରରେ ମୁକ୍ତିଲାଭ କରିବ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ଆମ ଓଡ଼ିଆ ମନୋରଞ୍ଜନ ଜଗତକୁ ଦିନକୁ ଦିନ ହୀନ ମାନସିକତା ମାଡ଼ି ଖାଇବାକୁ ଲାଗିଲାଣି ।
ସୃଷ୍ଟିର ଉତ୍ସ ପ୍ରକୃତି ଦେବା ଦେବୀ ବିଶ୍ୱାସର ଭଗବାନ ସୂର୍ଯ୍ୟଚନ୍ଦ୍ର ଗ୍ରହ ନକ୍ଷତ୍ର । କି ଯୁଗ ଆସିଲା ପାଶ୍ଚାତ୍ୟ ଅନ୍ଧାନୁକରଣରେ ଆମ ଧର୍ମ ପରମ୍ପରା ଭଗବତ ପ୍ରେମକୁ ତାତ୍ସଲ୍ୟ ତଥା ବହୁ ପ୍ରକାରର ଆକ୍ରମଣ କରାଯାଉଛି । ଏଥିପାଇଁ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ, ବଜରଙ୍ଗ ଦଳ ସମେତ ଅନେକ ଧର୍ମପ୍ରାଣ ବ୍ୟକ୍ତି ଏବଂ ସଂସ୍ଥାମାନେ ବିଭିନ୍ନ ସମୟରେ ପ୍ରତିବାଦ ପ୍ରତିରୋଧ କରି ଆସୁଛନ୍ତି । ସନାତନ ଧର୍ମ ବିଶ୍ବାସୀ ଲୋକମାନଙ୍କୁ ବହୁପ୍ରକାରର ତାତ୍ସଲ୍ୟ, ଭାଲେଣ୍ଟାଇନ ଡ଼େ, ଫେସନ ଶୋ, କାଣ୍ଡେଲ ଲିଭା ବାର୍ଥଡ଼େ ଓ ପ୍ରତିଦିନ ରାଜରାସ୍ତାରେ ଉଗ୍ର ଏବଂ ଲଙ୍ଗୁଳି ଭ୍ରମଣ କାର୍ଯ୍ୟ ଦିନକୁ ଦିନ ସମାଜକୁ କବଳିତ କଲାଣି ।
ଯୁବଗୋଷ୍ଠୀ କୁପଥଗାମୀ ହେଲେଣି । ଏଣୁ ତୁରନ୍ତ ଏହିଭଳି ଉଦଣ୍ଡ ଉଦ୍ଧତ ପାଶ୍ଚାତ୍ୟ ଅନ୍ଧନୁକରଣରେ ଆୟୋଜିତ ହେଉଥିବା ଓ ସମାଜକିତା ପ୍ରସାର କରୁଥିବା କାର୍ଯ୍ୟକ୍ରମମାନ ବନ୍ଦ କରିବା ପାଇଁ ସମ୍ପୃକ୍ତ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଯଥା ସାଧାରଣ ଅଭିଯୋଗ ଆଇନ ସୁରକ୍ଷା ଏବଂ ସଂସ୍କୃତି ବିଭାଗ ପ୍ରଭୃତି ବିହିତ କାର୍ଯ୍ୟାନୁଷ୍ଠାନ କରନ୍ତୁ । ନଚେତ୍ ଜନ ଅସନ୍ତୋଷ ବିକ୍ଷୋଭ ଏବଂ ସମ୍ପୃକ୍ତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ନ୍ୟୟଳୟର ଦ୍ୱାରସ୍ଥ ହେବୁ ।
Post a Comment