loading...

ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ : ବିଜେପି

ଶାସନ କ୍ଷମତାର ଅପବ୍ୟବହାର ପରେ ଧମକଚମକ, ଭୟଭୀତ କରାଇ ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ

ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ : ବିଜେପି

ଭୁବନେଶ୍ୱର, ଶାସନ କ୍ଷମତାର ଅପବ୍ୟବହାର ପରେ ଧମକଚମକ, ଭୟଭୀତ କରାଇ ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ । କୌଣସି ଆଇନକାନୁନ ବା ପୋଲିସର ଭୟ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଦାୟୀତ୍ବରେ ଥିବା ପୋଲିସ ପ୍ରଶାସନ ଉପସ୍ଥିତିରେ ଶାସକ ବିଜେଡି କର୍ମୀମାନେ ନିର୍ଭୟରେ ଗୁଣ୍ଡାଗର୍ଭ, ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଭୋଟରମାନଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ବାଧ୍ୟ କରୁଥିଲେ । ଭୋଟରମାନେ ତାଙ୍କୁ ବିରୋଧ କରିବାରୁ ଗାଳିଗୁଲଜ, ମାରପିଟ, ଏପରିକି ବୋମା ମାଡ କରି ଆତଙ୍କ ବାତାବରଣ ସୃଷ୍ଟି କରିଥିଲେ । ଶାସାକ ବିଜେଡିର ଏଭଳି ଅଗଣତାନ୍ତ୍ରୀକ ଆଚରଣ ଆଜି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଏବଂ କେନ୍ଦୁଝର ଜିଲ୍ଲା ଘଟଗାଁରେ ଦେଖିବାକୁ ମିଳିଛି । ଏ ସମସ୍ତ ଅଭିଯୋଗ ନେଇ ବିଜେପି ପ୍ରତିନି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦୋଷୀଙ୍କ ବିରୁଦ୍ଧରେ କଠୋରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛି । 

ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ଅଲଣ୍ଡା ଗ୍ରାମ ପଂଚାୟତରେ ମତଦାନ ଚାଲିଥିବାବେଳେ ଶାସକ ବିଜେଡି କର୍ମୀମାନେ ବୋମାମାଡ଼ କରିଛନ୍ତି । ଏହି ବୋମାମାଡ଼ରେ ୫ରୁ ଅଧୁକ ଗାଡି ଜଳି ଯାଇଥିବାବେଳେ ୨୦ରୁ ଅଧୁକ ଲୋକ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ହସ୍ପିଟାଲରେ ଚିକିସ୍ଥିତ ହେଉଛନ୍ତି । କୃଷ୍ଣ ପ୍ରସାଦ ବ୍ଲକର ଅଲାଣ୍ଡ ଗ୍ରାମ ପଂଚାୟତ ୪, ୮ ଓ ୯ନଂ ବୁଥ; ସିଆଣ୍ଡି ଗ୍ରାମପଂଚାୟତ ଗୋପାଳପୁରରେ ୨ ଓ ୩ ନଂ ବୁଥ; ଚାପମାଣିକ ଗ୍ରାମ ପଂଚାୟତ ୯ ନମ୍ବର ବୁଥରେ ଭୋଟିଂ ସମୟରେ ବିଜେଡି କର୍ମୀମାନେ ଗଣ୍ଡଗୋଳ ଓ ହିଂସା ଭିଆଇଥିଲେ । ରେବଣା ନୂଆଗାଁ ଗ୍ରାମ ପଂଚାୟତରେ ହିସାଂକାଣ୍ଡ ଘଟି ୫ ଜଣ ଭୋଟର ଆହତ ହୋଇଛନ୍ତି । ବିଜେପି ଲୋକପ୍ରିୟତାରେ ଅସହିଷ୍ଣୁ ହୋଇ ଶାସକ ବିଜେଡିର ପ୍ରଭାବଶାଳୀ ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏବଂ ସ୍ଥାନୀୟ ଆଇଆଇସି ଦିଲ୍ଲୀପ ସ୍ୱାଇଁ, କୃଷ୍ଣପ୍ରସାଦ ବିଡିଓ ଓ ତହସିଲଦାରଙ୍କ ପ୍ରରୋଚନାରେ ଏହି ହିଂସାକାଣ୍ଡ ଘଟିଛି ବୋଲି ବିଜେପି ନେତ୍ରୀ ଉପାସନା ମହାପାତ୍ର ଅଭିଯୋଗ କରିଛନ୍ତି ।

ସେହିପରି ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ପରିଷଦ ଜୋନ- ୨୫ ସୁଆକାଠି ଫଚାୟତର ତେନ୍ତୁଲୀ ଗ୍ରାମର ୧୨ ଓ ୧୩ ନମ୍ବର ବୁଥ ବାହାରେ କିଛି ଲୋକ ରୁଣ୍ଡ ହୋଇ ବ୍ୟାଲଟ କାଗଜରେ ଭୋଟ ଦେବା ଏବଂ ଏ ସମସ୍ତ କାର୍ଯ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ହେଉଥିବାର ଦୃଶ୍ୟ ଚଳିତ ନିର୍ବାଚନକୁ ଏକ ଫାର୍ଶରେ ପରିଣତ କରିଛି । ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଏହି ଅଗଣତାନ୍ତ୍ରୀକ କାର୍ଯ୍ୟ ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରୀ ରହିଥିଲେ ସୁଦ୍ଧା ତାଙ୍କୁ କେହି ରୋକି ନଥିଲେ । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଦାବୀ କରିଛନ୍ତି । ଏହି ପ୍ରତିନି ଦଳରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget