ଭୁବନେଶ୍ୱର, ଜଳବାୟୁ ପରିବର୍ତନ ଏବଂ ପରିବେଶ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଗୁରୁତ୍ବ ଦେବା ଉଚିତ୍ । କାରଣ ଶ୍ଵାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ରୋଗ ନିମନ୍ତେ ଏହି ସମସ୍ୟା ହିଁ ଦାୟୀ ବୋଲି ବୁଧବାର କହିଛନ୍ତି ବିଶିଷ୍ଟ ଡାକ୍ତର ପ୍ରଫେସର ଦିଲ୍ଲୀପ ମହାପାତ୍ର । ଶ୍ଵାସରୋଗ ତଥା ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଏବଂ ଆୟର୍ଲାଣ୍ଡର ଡ଼ୁଣ୍ଡଲାକ୍ ସ୍ତିତ ଲୁଗ ମେଡିକାଲ୍ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ମହାପାତ୍ର କହିଛନ୍ତି ଯେ ବାୟୁରେ ଘୁରି ବୁଲୁଥିବା ପ୍ରଦୂଷିତ କଣିକା ହିଁ କ୍ରନିକ୍ ଅଷ୍ଟ୍ରକ୍ତିଭ ପଲମୋନାରୀ ଡିଜିଜ୍ (ସିଓପିଡି) ରୋଗର ମୁଖ୍ୟ କାରଣ ଏବଂ ବିଶ୍ୱରେ ଏହି ରୋଗର ମୃତ୍ୟୁ ହାର ମଧ୍ୟ ଅଧିକ ।
ଏଥି ନିମନ୍ତେ ସଚ୍ଚ ବାୟୁର ଆବଶ୍ୟକତା ରହିଛି ଏବଂ ଏହାକୁ ଗୁରୁତର ସମସ୍ୟା ବୋଲି ଚିନ୍ତା କରିବା ଉଚିତ୍ ବୋଲି ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ “ସିଓପିଡି ଆଣ୍ଡ ସିଲିଆରୀ ଡିଫଙ୍କସନ୍ ଶୀର୍ଷକ ପ୍ରସଙ୍ଗରେ ବକୃତା ଦେବା ଅବସରରେ ପ୍ରଫେସର ମହାପାତ୍ର ଏହା କହିଛନ୍ତି । ବାୟୁ ପ୍ରଦୂଷଣ ଯୋଗୁଁ ହିଁ ଅଧିକ ମାତ୍ରାରେ ବ୍ରୋଙ୍କାଇଟିସ୍ ସମସ୍ୟା ବୃଦ୍ଧି ପାଉଛି ଏବଂ ଏହା ଫୁସ୍ଫୁସ୍କୁ ଅଧିକ ମାତ୍ରାରେ ନଷ୍ଟ କରୁଛି ବୋଲି କହିବା ସହ ଯେଉଁ ଶ୍ରମିକମାନେ ଅଧିକ ମାତ୍ରାରେ ଧୂଳି ଏବଂ ଧୂଆଁରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ସିଓପିଡି ସମସ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଧୂମପାନ କରିବା ଏକ ବଡ଼ ସମସ୍ୟା ଏବଂ ଆୟର୍ଲାଣ୍ଡ ସରକାର ସର୍ବସାଧାରଣ ସ୍ଥାନରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି ।
ପ୍ରଫେସର ମହାପାତ୍ର କହିଛନ୍ତି ଯେ ଲୋକମାନେ ଧୂମପାନ ପରିତ୍ୟାଗ କରିବା ସହ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରିବା ଦରକାର । ସଚେତନତା ସୃଷ୍ଟି ଦ୍ଵାରା ହିଁ ଏହି ସମସ୍ୟାର ସମାଧାନ କରାଯାଇପାରିବ । ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋ-ଭାଇସ୍ ଚ୍ୟାନ୍ସଲର ତଥା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ପଲମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ତାଙ୍କୁ ସାଗତ କରିବା ସହ ବକ୍ତବ୍ୟ ରଖିଥିଲେ ।
Post a Comment