loading...

ବିଜେଡି ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ କରାଉଛନ୍ତି : ବିଜେପି

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଶାସକ ଦଳର ଗୁଣ୍ଡାଗର୍ଡି ଜରିଆରେ ଭୋଟ ହାତେଇବାର ହୀନ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି

ବିଜେଡି ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ କରାଉଛନ୍ତି : ବିଜେପି

ଭୁବନେଶ୍ୱର, ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଶାସକ ଦଳର ଗୁଣ୍ଡାଗର୍ଡି ଜରିଆରେ ଭୋଟ ହାତେଇବାର ହୀନ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି । ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି ଏବଂ ଜୋରଜବରଦସ୍ତ ଭୋଟ କରାଉଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ବେଲପଡା ଜୋନ୧୪ର ବାଗଡୋର ଫଚାୟତର ଏକ ବୁଥର ପ୍ରିଜାଇଡିଙ୍ଗ ଅଫିସର ଶ୍ରୀ ଏସ.ମହାଲିଙ୍ଗ ଖୋଲାଖୋଲି ଭାବେ ବିଜେଡି ସପକ୍ଷରେ ଭୋଟ ଦେବା ଭୋଟରମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଦଣ୍ଡନୀୟ । ତେଣୁ ସେହି ପ୍ରିଜାଇଡିଂ ଅଫିସରଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରାଯାଇ ଅନ୍ୟ ଜଣଙ୍କୁ ଦାୟୀତ୍ବ ପ୍ରଦାନ କରାଯିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ କହିଛନ୍ତି । 

ଗଜପତି ଜିଲ୍ଲାରେ ବିଜେଡିର ବାହୁବଳୀ ନେତା ତିରୁପତି ପାଣିଗ୍ରାହୀ ଶାସକ ବିଜେଡି ସପକ୍ଷରେ ବୁଥ ଅକ୍ତିଆର କରିଲେ, ପ୍ରତ୍ୟେକ ବୁଥ ପିଛା ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏହାର ଭିଡିଓ ବର୍ତମାନ ଭାଇରାଲ ହୋଇସାରିଛି । ଏହା ଖୋଲାଖୋଲି ଭାବେ ଗଣତନ୍ତ୍ରର ହତ୍ୟା ଏବଂ ଦଣ୍ଡନୀୟ ଅପରାଧ । ନିର୍ବାଚନ କମିଶନ ତୁରନ୍ତ ବିହୀତ ପଦକ୍ଷେପ ନେଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ରାୟ ଦାବୀ କରିଛନ୍ତି । ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କାର୍ଯ୍ୟ ସରିଛି ଏବଂ ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟ ଗଣତି ଆସନ୍ତା ୨୮ତାରିଖରେ ହେବ । ପର୍ଯ୍ୟାୟ କ୍ରମେ ଭୋଟିଂ ସମାପ୍ତ ହେବା ପରେ ସମତ ଭୋଟ ବାକ୍ସକୁ ସ୍ବତନ୍ତ୍ର ଷ୍ଟ୍ରଙ୍ଗ ରୁମରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଲମ୍ବା ସମୟ ଧରି ଷ୍ଟ୍ରଙ୍ଗ ରୁମରେ ରହିବାକୁ ଥିବା ଭୋଟ ବାକ୍ସର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ନିଶ୍ଚିତ ଆବଶ୍ୟକ । 

କାରଣ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ନେତା ଓ । କର୍ମୀମାନେ ସରକାରୀ କଳକୁ ବ୍ୟବହାର କରି ଅଘଟଣ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମତଦାନ ପରେ ଭୋଟ ବାକ୍ସ ରହୁଥିବା ଷ୍ଟ୍ରଙ୍ଗ ରୁମର ଉଭୟ ଭିତର ଓ ବାହାରେ ( ୨୦୦ ମିଟର ପର୍ଯ୍ୟନ୍ତ) ସିସିଟିଭି ଜରିଆରେ ନଜର ରଖିବାର ବ୍ୟବସ୍ଥା କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଶ୍ରୀ ରାୟ ଦାବୀ କରିଛନ୍ତି । ଏହି ପ୍ରତିନି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରବି ପଟ୍ଟନାୟକ, ଜୟନ୍ତ ଜେନା ଓ ହିତେଶ ମହାପାତ୍ର ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget