loading...

ଏକାମ୍ର ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ୨୯ ନଂ ଜୋନରେ କଂଗ୍ରେସର ମାରାଥନ ପ୍ରଚାର

ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ଚଗତ ୨୯ ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସର ମାରାଥନ ପ୍ରଚାର କରାଯାଇଛି

ଏକାମ୍ର ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ୨୯ ନଂ ଜୋନରେ କଂଗ୍ରେସର ମାରାଥନ ପ୍ରଚାର

ଭୁବନେଶ୍ୱର, ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ଚଗତ ୨୯ ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସର ମାରାଥନ ପ୍ରଚାର କରାଯାଇଛି । ଉକ୍ତ ଜୋନର କଂଗ୍ରେସ ପ୍ରାର୍ଥୀ ପ୍ରଶନ୍ନ ଦାସ। ସପକ୍ଷରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ବରେ କୋରଡ଼କଂଟା ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧୁକ କଂଗ୍ରେସ କର୍ମୀ ଯୋଗଦେଇ ବିଜେପି ଓ ବିଜେଡ଼ିର କଳା ଶାସନ ବିରୋଧରେ ଘରକୁ ଘର ଯାଇ ଜନସାଧାରଣଙ୍କୁ କହିବା ସହ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ସ୍ୱଚ୍ଛ ନିର୍ମଳ ଶାସନ ଆଣିବା ପାଇଁ ଅନୁରୋଧ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟୀକା ପ୍ରାର୍ଥିନୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ରଜନୀ ମହାନ୍ତି, ବ୍ଲକ ସଭାପତି ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବେଣୁଧର ପାତ୍ର, ଉପସଭାନେତ୍ରୀ ଶୁଭଦ୍ରା ମିଶ୍ର, ବରିଷ୍ଠ କଂଗ୍ରେସ ନେତା ମୋହନ ଗାନ୍ଧୀ, କ୍ଷୀରୋଦ ବେହେରା, ସରୋଜ ମହାନ୍ତି, ଦେବୀପ୍ରସାଦ ସ୍ୱାଇଁ, ସେକ ତାକୁୱନ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget