loading...

ପ୍ରଥମ ନିର୍ବାଚନ କମିଶନରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଶୋକସଭା

ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା

ପ୍ରଥମ ନିର୍ବାଚନ କମିଶନରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଶୋକସଭା

ଭୁବନେଶ୍ୱର, ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଆଜି ରାଜ୍ୟ । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ଵାରା ୧୯୯୪ ମସିହାରେ ରାଜ୍ୟ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା ଓ ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରଥମ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା । ସାମ୍ବିଧାନିକ ବିବ୍ୟବସ୍ଥା ସହ ନିର୍ବାଚନ ଆୟୋଗ ପାଇଁ ସ୍ଵର୍ଗତ ମିଶ୍ର ନିର୍ବାଚନ ପରିଚାଳନା ନିମନ୍ତେ ଅନେକ ନିୟମକାନୁନ୍ ତିଆରି କରିବା ସହ ନିର୍ବାଚନ ଆୟୋଗର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବ୍ୟାପକ କାର୍ଯ୍ୟ କରିଥିଲେ ।

ଏହି ଅବସରରେ ନିର୍ବାଚନ ଆୟୋଗ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇ ସ୍ଵର୍ଗତ । ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।ନିର୍ବାଚନ ଆୟୋଗର ସଚିବ ରବିନ୍ଦ୍ରନାଥ ସାହୁ, ସ୍ଵତନ୍ତ୍ର ସଚିବ ରଘୁରାମ ଆର୍. ଆୟାର, ଉପସଚିବ ଆଜାଦ୍ହିନ୍ଦ୍ ପାଣିଗ୍ରାହୀ, ଆଇନ୍ ଅଧୁକାରୀ ମାଧୁରୀ ମିଶ୍ରଙ୍କ ସମେତ ଆୟୋଗର ସମସ୍ତ ବରିଷ୍ଠ ଅଧୁକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget