ଭୁବନେଶ୍ୱର, ଦେଶ ସ୍ଵାଧୀନତା ପରଠାରୁ କଂଗ୍ରେସ ଦଳ ସର୍ବଦା ସମାଜର ତଳସ୍ତରରେ ଥିବା ଦଳିତ ଓ ନିସ୍ପେଷିତ ଜନସାଧାରଣଙ୍କର ଉନ୍ନତି ନିମନ୍ତେ ସର୍ବଦା ତତ୍ପରତା ପ୍ରକାଶ କରିଆସିଛି । ଶାସନରେ ଥିବା ସମୟରେ କଂଗ୍ରେସ ଗୁରୁତ୍ଵପ୍ରଦାନ କରି ସେମାନଙ୍କର ଆର୍ଥିକ, ସାମାଜିକ ଓ ରାଜନୈତିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି ଏହାକୁ କାର୍ଯ୍ୟକାରୀ କରିଛି । ଖୁବ୍ ନିକଟରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଶ୍ରୀ ଚରଣଜିତ ସିଂ ଚନିଙ୍କ ନାମ ଘୋଷଣା କରି ଦଳିତବର୍ଗ ପ୍ରତି ଥିବା କଂଗ୍ରେସର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେଥିନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ଘୋଷଣାକୁ ସ୍ବାଗତ କରାଯାଇ ଶ୍ରୀଯୁକ୍ତ ଗାନ୍ଧୀଙ୍କୁ ଧନ୍ୟବାଦ ଦିଆଯାଇଛି ।
ଅଧୂଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଏହି ବାର୍ତାକୁ ଜନସାଧାରଣଙ୍କ ନିକଟରେ ଫହଚାଇବାପାଇଁ ଆସନ୍ତା ୧୫.୦୨.୨୦୨୨ ରିଖ ମଙ୍ଗଳବାର ଦିବା ୧୧ ଘଟା ସମୟରେ ନବରଙ୍ଗପୁର ଠାରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧୁ ବେହେରା, ଜନଜାତି ବିଭାଗ ଅଧକ୍ଷ ଶ୍ରୀ ଭୁଜବଳ ମାଝା, ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଶ୍ରୀ ଜ୍ଞାନଦେବ ବେଉରା, ଓ ସଂଖ୍ୟାଲଘୁ ବିଭାଗ ଅଧକ୍ଷ ସେକ୍ ଜିଆଉଲ ହକଙ୍କ ତତ୍ତ୍ଵାବଧାନରେ ଏକ ସମାବେଶ ଅନୁଷ୍ଠିତ ହେଉଅଛି । ଏହି ସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି ।
ବିଜେପି ଓ ବିଜେଡ଼ି ଶାସନରେ ଅନୁସୂଚୀତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶ ଓ ସୁରକ୍ଷାକୁ ଉପେକ୍ଷା କରାଯାଉଛି । ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଉପରୋକ୍ତ ବର୍ଗର ଜନସାଧାରଣଙ୍କୁ କେତେ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ ସେ ସଂପର୍କରେ କେନ୍ଦ୍ର ସରକାରଙ୍କ ତରଫରୁ ଦାୟର ହୋଇଥିବା କେସକୁ ଭାରତର ସର୍ବୋଚ୍ଚ ନ୍ୟାୟଳୟ ଏହାର ଅସଂଗତିକୁ ହୃଦୟଙ୍ଗମ କରି ଏ ସଂପର୍କରେ କୌଣସି ବାଛବିଚାର ନକରିବାକୁ ରାୟ ପ୍ରକାଶ କରିଥିଲେ । ସେଥୁପାଇଁ ଏହି ରାୟକୁ ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସ୍ବାଗତ କରିବା ସହିତ ଉଚ୍ଚତମ୍ୟ ନ୍ୟାୟଳୟଙ୍କୁ ଧନ୍ୟବାଦ ଦିଆଯାଇଛି ଏବଂ ଏହି ରାୟକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଙ୍କନିଧୁ ବେହେରା, ଶ୍ରୀ ଜ୍ଞାନଦେବ ବେଉରା, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ମୁଖପାତ୍ର ଅମିୟ ପାଣ୍ଡବ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
Post a Comment