ଭୁବନେଶ୍ୱର, ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଆଗାମୀ ଦିନରେ ହେବାକୁ ଥିବା ପୌର ସଂସ୍ଥା ନିର୍ବାଚନଗୁଡ଼ିକରେ ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିନ୍ (ଇଭିଏମ୍)ର ବ୍ୟବହାର କରାଯିବ । ପୌରସଂସ୍ଥା ନିର୍ବାଚନ ନିମନ୍ତେ ପ୍ରତ୍ୟେକ ବୁଥରେ ଦୁଇଗୋଟି ଇଭିଏମ୍ ରହିବ । ମୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦ କ୍ଷେତ୍ରରେ କାଉନ୍ସିଲର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ଓ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ ।
ସେହିପରି ମହାନଗର ନିଗମ କ୍ଷେତ୍ରରେ କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଏବଂ ମେୟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ତଦନୁସାରେ ଦୁଇ ପ୍ରକାରର ବାଲାଟ୍ ପେପର ଇଭିଏରେ ବ୍ୟବହାର କରାଯିବ । କର୍ପୋରେଟର / କାଉନ୍ସିଲର ନିର୍ବାଚନରେ ପିଙ୍କ ରଙ୍ଗର ବାଲାଟ୍ ପେପର ଏବଂ ମେୟର/ ଅଧ୍ୟକ୍ଷ ନିର୍ବାଚନରେ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।
Post a Comment