loading...

ଅବାଧ ମୁକ୍ତ ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଫେରାଦ ହେଲା କଂଗ୍ରେସ

ରାଜ୍ୟରେ ଅବାଧ ମୁକ୍ତ ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଫେରାଦ ହେଲା କଂଗ୍ରେସ

ଅବାଧ ମୁକ୍ତ ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର, ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ନିର୍ବାଚନରେ ରାଜ୍ୟରେ ନିରପେକ୍ଷ, ଅବାଧ, ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ହୋଇପାରିଲା ନାହିଁ । ଉଭୟ ରାଜ୍ୟ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକ ମିଳିତ ଉଦ୍ୟମ ବାରମ୍ବାର କାମଦେଉ ନଥୁବା ବେଳେ ଆଜି ପିସିସି ପକ୍ଷରୁ ପୁନଶ୍ଚ ଏକ ପ୍ରତିନିଧ୍ବ ମଣ୍ଡଳୀ ଉଭୟଙ୍କୁ ଭେଟି ରାଜ୍ୟରେ କିପରି ଶୃଙ୍ଖଳିତ ଓ ହିଂସାରହିତ ନିର୍ବାଚନ ଅନୁଷ୍ଠିତ ହେବ ସେଥିପାଇଁ ଉଭୟ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକ କଠୋର ଓ ତ୍ଵରିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । 

ଗତକାଲି ତା ୨୦.୦୨.୨୦୨୨ ରିଖ ରବିବାର ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ବ୍ଲକରେ ବାଛୋଳ ଗ୍ରାମ ପଂଚାୟତ ଅଧୁନସୁ ୯ ଓ ୧୦ ନମ୍ବର ବୁଥରେ ଶାସକ ଦଳର ସମର୍ଥିତ ପ୍ରତିଦ୍ବନ୍ଦିତା କରୁଥିବା ସରପଂଚ ପ୍ରାର୍ଥିନୀ କଳ୍ପନା ବେହେରାଙ୍କ ସ୍ବାମୀ ଭଗବାନ ବେହେରା , ଦିଅର ଅମର ବେହେରା, ସାନ ଶ୍ୱଶୁର ଗଗନ ବେହେରା ଓ ଶ୍ବଶୁର ରାଜକିଶୋର ବେହେରାଙ୍କ ନେତୃତ୍ବରେ ତାଙ୍କର ସମର୍ଥକ ମାନେ ବୁଥରେ ବ୍ୟାଟିଂ କରି, ଏଜେଟ ମାନଙ୍କୁ ଭୟଭୀତ କରାଇ ପ୍ରାୟ ୯୫ ପ୍ରତିଶତ ମତଦାନ କରିବା ଫଳରେ ପଂଚାୟତର ଅନ୍ୟାନ୍ୟ ବୁଥରେ ହିଂସା ଓ ଭୋଟ ବାକ୍ସକୁ ଉଠାଇ ନେଇ ଯେଉଁ ପ୍ରତିଫଳନ ପଡ଼ିଲା ସେଥିରେ ନିରୀହ ସାମ୍ବାଦିକ ବନ୍ଧୁମାନେ ସେମାନଙ୍କର କର୍ତ୍ତବ୍ୟକୁ ସଂପାଦନ କରିବାକୁ ଯାଇ ୨ ନମ୍ବର ବୁଥରେ ଅର୍ଗସ ସାମ୍ବାଦିକ, କଳିଙ୍ଗ ଓ କନକ ଟିଭିର ସାମ୍ବାଦିକ ଦିକଙ୍କୁ ଦୁର୍ବତ ଗୋବର ପକାଇ ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣକୁ ଆମ୍ଭେ ଦୃଢ଼ ନିନ୍ଦା କରିବା ସହ ଭିଜୁଆଲରେ ସ୍ପଷ୍ଟ ଦେଖାଯାଉଥିବା ଆକ୍ରମଣକାରୀଙ୍କୁ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ତ୍ବରିତ ନିର୍ଦ୍ଦେଶରେ ଗିରଫ କରାଯିବା ପୋଲିସର ପାରିବାପଣିଆକୁ ପ୍ରତିପାଦିତ କରିଥିବା ବେଳେ ନିରୀହ ଓ ଆକ୍ରମଣରେ ସଂପୃକ୍ତ ନଥିବା ଜନସାଧାରଣଙ୍କୁ ପଚାରଯିବା ଆଳରେ ସେମାନେ ଯେପରି ଦଣ୍ଡିତ ନ ହୁଅନ୍ତି ସେଥିପ୍ରତି ଯାଜପୁର ଜିଲ୍ଲା ପ୍ରଶାସନ ଓ ବିଂଝାରପୁର ବ୍ଲକ ପ୍ରଶାସନ ଯଶୀଳ ହେବାକୁ ଉଭୟ ଆୟୋଗ ଓ ପୋଲିସ ମହା ନିର୍ଦ୍ଦେଶକ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିସିସି ପକ୍ଷରୁ ଅବଗତ କରାଯାଇ ଦାବିପତ୍ର ଦିଆଯାଇଥିଲା । 

ପ୍ରକାଶ ଥାଉକି ଗତ କିଛି ଦିନ ତଳେ ସ୍ଥାନୀୟ ବିଧାୟିକା ନିର୍ବାଚନ ଆଚରଣ ବି ଉଲ୍ଲଙ୍ଘନ କରିଥିବାରୁ ନିର୍ବାଚନ ଆୟୋଗ ୪୮ ଇଂଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ଆକଟ କରିଥିଲେ । ଏହା ବ୍ୟାପକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ହେବାପରେ ଏହାର ୭ ଦିନ ମଧ୍ୟରେ ଗଣମାଧ୍ୟମର ପ୍ରତିନିଧଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ମରଣାନ୍ତକ ଆକ୍ରମଣ ଘଟଣା ଶାସକ ଦଳର ସାମ୍ବାଦିକ ବନ୍ଧୁମାନଙ୍କ ପ୍ରତି ଏକ ହୀନ ଆକ୍ରୋଶର ପରିଚୟ ଛଡ଼ା ଆଉ କିଛି ନ ହୋଇଥାଇପାରେ । ବିଂଝାରପୁର କୁ ବାରମ୍ବାର ବଦନାମ କରିବାରୁ କ୍ଷାନ୍ତ ରୁହନ୍ତୁ ବିଧାୟିକା ଶ୍ରୀମତୀ ମଲ୍ଲିକ ନଚେତ ଜନସାଧାରଣ ଶ୍ରୀମତୀ ମଲ୍ଲିକଙ୍କୁ ଆଦୌ କ୍ଷମା ଦେବେ ନାହିଁ । । ଏ ସମସ୍ତ ଘଟଣାକୁ ଯାଜପୁର ଜିଲ୍ଲାପାଳ, ଯାଜପୁର ଜିଲ୍ଲା ଆରକ୍ଷୀ ଅଧୁକ୍ଷକ, ବିଂଝାରପୁର ବିଡିଓ, ତହସିଲଦାର ଓ ଆଇଆଇସିଙ୍କୁ ଯଥେଷ୍ଟ ପୂର୍ବରୁ ଅବଗତ କରାଯାଇଥିଲେ ବି ପୋଲିସ ନିଷ୍କ୍ରିୟତା ସାଜି ବିଧାୟୀକାଙ୍କ ଚାପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରିବର୍ତ୍ତେ କିଛି ନିରୀହ ଲୋକଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ । ଏପରିକି ପଡୋଶୀ ଫତେପୁର ଗ୍ରାମପଂଚାୟତର କିଛି ନିରୀହ ଜନସାଧାରଣ ଓ ବାଛୋଳ ଗ୍ରାମପଂଚାୟତର ୩ ନମ୍ବର ବୁଥର ଶତାଧୁକ ଲୋକଙ୍କୁ ପୋଲିସ ବାଡ଼େଇବା ଫଳରେ ୨ ଓ ୩ ନମ୍ବର ୱାର୍ଡ଼ ଜନଶୂନ୍ୟ ହୋଇପଡ଼ିଛି ।

ଏଣୁ ଦୃଷ୍ଟାନ୍ତମୂଳକ ଭାବେ ବାଛୋଳ ଗ୍ରାମପଂଚାୟତର ସମସ୍ତ ବୁଥରେ ସିସିଟିଭି କ୍ୟାମେରା ଲଗାଇବା ସହ ପୋଲିସ ଉପସ୍ଥିତିରେ ପୁନଃ ନିର୍ବାଚନ କରାଇଲେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଥିଲେ ଓ ଘଟଣା ପ୍ରତି ଗୁରୁତ୍ୱଆରୋପ କରି ବିହୀତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପିସିସି ପ୍ରତିନିଧ ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ପ୍ରତିନିଧୁ ଦଳରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ଭାକର ଗୁରୁଙ୍କ ସମେତ ଏଆଇସିସି ସଦସ୍ୟ ହଳଧର ସେଠୀ, ରାଜ୍ୟ କଂଗ୍ରେସ ଆଇନ ବିଭାଗ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର, ପିସିସି ସଂପାଦକ ସନ୍ତୋଷ ନନ୍ଦ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ରାଜ୍ୟ ପ୍ରଫେସନାଲ କଂଗ୍ରେସ ସଂପାଦକ ଆକାଶ ଭୂୟାଁ, ବାଛୋଳ ଗ୍ରାମ ପଂଚାୟତର ସରପଂଚ ପ୍ରାର୍ଥନୀ ମମତା ଦାସ, ନମିତା ଜେନା, ସମିତି ସଭ୍ୟ ପ୍ରାର୍ଥିନୀ ସୁଜାତା ବେହେରା, ପ୍ରାକ୍ତନ ସଂରଫଚ ଅକ୍ଷୟ କୁମାର ବେହେରା, ଭରତ ଚନ୍ଦ୍ର ଜେନା, ଯାଜପୁର ଜିଲ୍ଲା ଓବିସି ସେଲ ସଭାପତି ପ୍ରଶାନ୍ତ ସାହୁ, ଅନୁସୂଚିତ ଜାତି ସଭାପତି ଦୁର୍ଯ୍ୟୋଧନ ବେହେରା, ଜିଲ୍ଲା କଂଗ୍ରେସ କମିଟି ସଂପାଦକ ଅନିଲ ମହାନ୍ତି, ଯୁବନେତା ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget