ଭୁବନେଶ୍ୱର, ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଳକର କାଦୁୟାନ ଓ କରୁଆ ପଞ୍ଚାୟତ ୧୯ଟି ବୁଥରେ ଗତ ୧୮ ତାରିଖରେ ଅନୁଷ୍ଠିତ ନିର୍ବାଚନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦଖଲ, ବିଭିନ୍ନ ପ୍ରକାର ଅନିୟମିତତା ହୋଇଥିଲା ଏବଂ ସେଥିରେ ସିଂଲା ଥାନାର ଭାରପ୍ରାପ୍ତ ଅଧୁକାରୀ ଓ ବସ୍ତା ବିଡିଓଙ୍କ ସମ୍ପୃକ୍ତି ରହିଛି । ଏହାକୁ ନେଇ ଜିଲ୍ଲା ପରିଷଦ ପ୍ରାର୍ଥନୀ ଶ୍ରୀମତୀ ଅଞ୍ଜଳି ପ୍ରଧାନ ଏବଂ ପିସିସି ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଆଜି ନିର୍ବାଚନ କମିଶନଙ୍କ ପାଖରେ ଲିଖୁତ ଅଭିଯୋଗ କରିଛନ୍ତି । ଏଥିରେ ଏହି ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ପୁନଃ ମତଦାନ ପାଇଁ ଦାବି କରାଯାଇଛି ।
ପ୍ରକାଶ ଥାଉକି, ସେଠାରେ ଶାସକ ଦଳର ନେତା ତଥା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ବାମୀ ଓ ପୋଲିସ୍ ଅଫିସରଙ୍କ ଭିତରେ ସମ୍ପର୍କ ଖୁବ୍ ମଧୁର । ସେଥିପାଇଁ ଶାସକ ଦଳ ବୁଥ ରିଟିଂ କରିବାକୁ ସଫଳ ହେଲେ ବୋଲି ଶ୍ରୀମତୀ ପ୍ରଧାନ ନିମ୍ନଲିଖୁତ ପ୍ରମାଣଗୁଡ଼ିକୁ କମିଶନଙ୍କ ସାମ୍ନାରେ ଉତ୍ଥାପନ କରିଥିଲେ । ପ୍ରମାଣ ନଂ ୧ – ଶାସକ ଦଳ ସହିତ ପୋଲିସ୍ ଅଫିସରଙ୍କ ଅତି ଘନିଷ୍ଠ ସମ୍ପର୍କ ପାଇଁ କାଦ୍ରାୟନ ପଞ୍ଚାୟତର ବୁଥ ଗୁଡ଼ିକ ଅତି ସମ୍ବେଦନଶୀଳ ହେବାକୁ ଥିବା ସତ୍ତ୍ବ, ଜାଣିଶୁଣି ତାହା କରାଗଲା ନାହିଁ ।। ପ୍ରମାଣ ନଂ ୨ – ପୋଲିସ୍ ସହିତ ଶାସକ ଦଳର ଏହି ମଧୁର ସମ୍ପର୍କ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ସତ୍ତ୍ବ ନିର୍ବାଚନ ଦିନ ସେଠାରେ ପୋଲିସ୍ ଫୋର୍ସ ମୁତୟନ କରାଗଲା ନାହିଁ । ଅବାଧରେ ଭୋଟରେ ଜାଲିଆତି କରିବାର ସୁଯୋଗ ଦିଆଗଲା । ଜଣେ ଦୁଇଜଣ ଅନ୍ୟ ସମସ୍ତଙ୍କ ପାଇଁ ଭୋଟ ଦେଲେ । ପ୍ରମାଣ ନଂ. ୩ – ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଗଲା ଯେ ଦିନ ୯ଟା ସୁଦ୍ଧା ପ୍ରାୟ ଭୋଟଦାନ ସରି ଯାଇଥିଲା । ମାତ୍ର ୨ ଘଣ୍ଟା ଭିତରେ ଏତେ ସଂଖ୍ୟକ ଭୋଟର କେମିତି ଭୋଟ ଦେଲେ ? ବାସ୍ତବରେ ଅନ୍ୟ ସମସ୍ତଙ୍କ ପାଇଁ କିଛିଲୋକ ଭୋଟ ଦେଇଛନ୍ତି, ଯାହା ତାଙ୍କ କହିବାରୁ ସ୍ପଷ୍ଟହୁଏ ।
ପ୍ରମାଣ ନଂ. ୪- କାଦୁୟାନରେ ମୋଟ ଭୋଟର ସଂଖ୍ୟା ୪୬୦୪ ଥିବା ବେଳେ ଏଥର ଭୋଟ ଦେଇଛନ୍ତି ୪୩୩୫ ଜଣ ଭୋଟର । ଅର୍ଥାତ୍ ପାଖାପାଖୁ ୯୫ ଶତାଂଶ ଲୋକ ଭୋଟ ଦେଇଛନ୍ତି । ଏହା ବୋଧେ ଓଡ଼ିଶାରେ ରେକର୍ଡ଼ । ମାତ୍ର ପୂର୍ବରୁ ଏଠାରେ ୩୨୦୦ରୁ ୩୩୦୦ ଲୋକ ଭୋଟ ଦେଇଥାନ୍ତି । ମାତ୍ର ଏଥର ଏତେ ସଂଖ୍ୟକ ଲୋକଙ୍କ ଭୋଟ ପଡ଼ିବା ପ୍ରମାଣିତ କରେ ଯେ ମୃତ ଏବଂ ଅନୁପସ୍ଥିତ ଥିବା ଲୋକଙ୍କ ଭୋଟ ଦିଆଯାଇଛି, ଯାହା ପୋଲିସ୍ ବାବୁଙ୍କ ସହାୟତାରେ ହୋଇଛି । ପ୍ରମାଣ ନଂ. ୫ – ପୋଲିସ୍ ଜାଣିଶୁଣି ନିର୍ବାଚନ ପୂର୍ବରୁ ଏଠାରେ ଆଂଗ୍ରମାର୍ଚ୍ଚ କରିନାହିଁ । ପାଖ ରଘୁନାଥପୁର ପଞ୍ଚାୟତରେ । ପୋଲିସ୍ ଫାମାର୍ଚ୍ଚ କରିଥିଲା । ମାତ୍ର ଏଠାରେ ଜାଣିଶୁଣି କରାଗଲା ନାହିଁ । ପ୍ରମାଣ ନଂ. ୬- ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଏହି ପଞ୍ଚାୟତରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କ ସ୍ବାମୀ ବାଲି ବ୍ୟବସାୟ ସହିତ ଅନ୍ୟାନ୍ୟ ଅନୈତିକ ବ୍ୟବସାୟ ମଧ୍ୟ କରନ୍ତି ।
ସେହି ପୋଲିସ୍ ଅଫିସର ସେଥିରେ ଭାଗିଦାରୀ ଅଟନ୍ତି । ତେଣୁ ସେହି ପଞ୍ଚାୟତରେ ଯେମିତି ସବୁ ଭୋଟ ତାଙ୍କ ସପକ୍ଷରେ ଯିବ, ତାର ସୁଚିନ୍ତିତ ଯୋଜନା ପୋଲିସ୍ ଅଫିସର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ବାମୀ ଓ ବିଜେଡି ଦଳ କରିଛି । ଏହି ବୁଥଗୁଡ଼ିକରେ ପୁନଃ ନିର୍ବାଚନ କରିବା, ଥାନା ଅଧିକାରୀ ଓ ଶ୍ରୀ ଜେନାଙ୍କୁ ତୁରନ୍ତ ନିଲମ୍ବନ କରିବା ଏବଂ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅବହେଳା କରିଥିବା ବସ୍ତା ବିଡିଓଙ୍କ ସମେତ ଅନ୍ୟ ଅଧୁକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି । ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆସନ୍ତା କାଲି ନିର୍ବାଚନ କମିଶନଙ୍କ ଦପ୍ତର ସାମ୍ନାରେ ସତ୍ୟାଗ୍ରହ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
Post a Comment