loading...

ଆଇଗିଣିଆ ଠାରେ ଜାତୀୟ ରାଜପଥ ଉପରେ ଗୋଲେଇ ଛକ କରିବାପାଇଁ ଜିଲ୍ଲା କଂଗ୍ରେସର ଦାବୀ

ଆଇଗିଣିଆ ଠାରେ ଜାତୀୟ ରାଜପଥ ଉପରେ ଗୋଲେଇ ଛକ କରିବାପାଇଁ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ଜାତୀୟ ରାଜପଥ ଅଥରିଟି ଅଧୁକାରୀଙ୍କୁ ଭେଟିଲେ

ଆଇଗିଣିଆ ଠାରେ ଜାତୀୟ ରାଜପଥ ଉପରେ ଗୋଲେଇ ଛକ କରିବାପାଇଁ ଜିଲ୍ଲା କଂଗ୍ରେସର ଦାବୀ

ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ବରେ ସ୍ଥାନୀୟ ଜନସାଧାରଣଙ୍କ ଏକ ପ୍ରତିନିଧ ପାଲହାଇଟ୍ ସ୍ଥିତ ଜାତୀୟ ରାଜପଥ ଅଥରିଟି ଅଧୁକାରୀଙ୍କୁ ସାକ୍ଷାତ କରି ସେଠିକାର ରାସ୍ତା ସମସ୍ୟା ସଂପର୍କରେ ଜଣାଇବା ସହ ଏକ ଦାବିପତ୍ର ପ୍ରଦାନ କଲେ । ଦାବି ପତ୍ରରେ କୁହାଯାଇଛି ଯେ ଆଇଗଣିଆ, ଯଦୁପୁର, ଡୁମଡୁମା, ଡୁମଡୁମା କଲୋନୀ, ସରକନ୍ତରା ଓ ବାହାଦଲପୁରର ଅଧୁବାସୀ ଜାତୀୟ ରାଜପଥ ଦେଇ ପ୍ରତିଦିନ ଯାତାୟତ କରୁଛନ୍ତି । ଜଣେ ବ୍ୟକ୍ତିଙ୍କୁ ଡୁମୁଡୁମାରୁ ଆସି ଖଣ୍ଡଗିରି ଦିଗରେ ଯିବାକୁ ହେଲେ ପ୍ରାୟ ୨ କି.ମି. ରାସ୍ତା ବୁଲି ପାତ୍ରପଡ଼ା ବ୍ରିଜ୍ ତଳ ଦେଇ ଯିବାକୁ ପଡୁଛି । ଉପରୋକ୍ତ ଗ୍ରାମର ପ୍ରାୟ ୪୦/୪୫ ହଜାର ଲୋକ ଏହି ଅସୁବିଧାର ସମ୍ମୁଖନ ହେଉଛନ୍ତି । 

କିଛି ଲୋକ ନିୟମ ନମାନି ଭୁଲ ରାସ୍ତାରେ ଯିବା ଫଳରେ କସମୋପଲି ଛକଠାରୁ ଖଣ୍ଡଗିରି ଛକ ମଧ୍ୟରେ ପ୍ରତିଦିନ ଦୁର୍ଘଟଣା ହେଉଛି । । ଏଣୁ ସାଧାରଣ ଲୋକ ଏବଂ ସ୍ଥାନୀୟ ଅଧୁବାସୀଙ୍କ ଦାବୀକୁ ଦୃଷ୍ଟିରେ ରଖ୍ ଆଇଗିଣିଆ ଛକଦେଇ ଏକ ଗୋଲେଇ କରି ଏ ସମସ୍ୟାର ସମାଧାନ କରିବାକୁ ଅନୁରୋଧ । ଯଦି ଅନ୍ୟ କୌଣସି ଉପାୟରେ ଏ ସମସ୍ୟାର ସମଧାନ ହୋଇପାରିବ ସେ ବିଷୟ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରାଯାଉ । । ଆର.କେ.ଡି. କନଷ୍ଟ୍ରକସନ କମ୍ପାନୀ ଭୁବନେଶ୍ଵର କସମପଲି ଛକରୁ ବରମୁଣ୍ଡା ଛକ ପର୍ଯ୍ୟନ୍ତ ଓଭରବ୍ରିଜ ନିର୍ମାଣ କରୁଛି । ଏହି କମ୍ପାନୀ ସେଠାରେ ନିମ୍ନମାନର କାମ କରିବା ଯୋଗୁ ବର୍ଷ ନପୁରୁଣ ଓଭରବ୍ରିଜରେ ଫାଟ ସୃଷ୍ଟି ହେଉଛି । ରାସ୍ତାରେ ମଧ୍ୟ ଗାତ ସୃଷ୍ଟି ହେଉଛି । ଏହାର ମରାମତି ଦାୟୀତ୍ବ ମଧ୍ୟ ଏହି କମ୍ପାନୀ ନେଇଛି । 

ମରାମତି ସମୟରେ ଦୁର୍ଘଟଣାକୁ ରୋକିବାପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରିବା କଥା ସେ ଦିଗରେ ପଦକ୍ଷେପ ଏହି କମ୍ପାନୀ ନ ନେବାଫଳରେ ଖଣ୍ଡଗିରୀ ଥାନା ସମ୍ମୁଖ ଓଭରବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣା ହେଉଛି । ଯେଉଁଥିରେ ଦୁଇଜଣ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି କମ୍ପାନୀର ବେପରୁଆ ଏବଂ ଦାୟୀତ୍ବ ହୀନ କାର୍ଯ୍ୟପାଇଁ ସେଠାରେ ଧନ, ଜୀବନ ଓ ଯାନର ବ୍ୟାପକ କ୍ଷୟକ୍ଷତି ହେଉଛି । ଗାଡ଼ି ଚାଳକ କିପରି ସାବଧାନତାର ସହ ରାସ୍ତାରେ ଯିବେ ତାହା ଏହି କମ୍ପାନୀର ଦାୟୀତ୍ବ ଥିବାବେଳେ ଏହି କମ୍ପାନୀ ତାହାକୁ ନିର୍ବାହ କରି ନାହାନ୍ତି । ରାସ୍ତାରେ ପଥର ରଖ୍ କାମ କରାଯାଉଛି । ଗାଡ଼ି ଚାଳକ ଜାଣି ନପାରିବା ଫଳରେ ଦୁର୍ଘଟଣା ହେଉଛି । ରାସ୍ତା କାମ ସଂପର୍କରେ ବ୍ୟାନର କିମ୍ବା ବୋର୍ଡ଼ ମରାଯାଇ ସତର୍କତା ସୂଚନା ଦିଆଯାଉନି । ଏହା ପ୍ରତିବାଦରେ ସେଠିକାର ସାଧାରଣ ଜନତା ଧାରଣା ଓ ପ୍ରତିବାଦ କରିଛନ୍ତି । 

ତଥାପି ଏହି କମ୍ପାନୀ କୌଣସି ପଦକ୍ଷେପ ନେଉ ନାହାନ୍ତି । । ନିମ୍ନ ମାନର ରାସ୍ତା କାମ, ବ୍ରିରେ ଫାଟ ପାଇଁ ମରାମତି ସମୟରେ ସତର୍କତା ସୂଚନା ନଦେବା ଯୋଗୁଁ ସେଠାରେ ହେଉଥିବା ଦୁର୍ଘଟଣା ପାଇଁ ଆର.କେ.ଡି ଦାୟୀ । ଏଣୁ ସେଠାରେ କିପରି ଦୁର୍ଘଟଣା ଅଟକାଯାଇ ପାରିବ ତା’ର ବିବଦ୍ଧ ପଦକ୍ଷେପ ନେବାକୁ ଏବଂ ଆର.କେ.ଡି ର ଖାମଖିଆଲି ମନୋଭାବ ବିରୋଧରେ ଜାତୀୟ ରାଜପଥ ଅଥରଟି ଅଧୁକାରୀଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ଜାତୀୟ ରାଜପଥ ଅଥରଟି ଅଧୁକାରୀ ତୁରନ୍ତ ଏ ସଂପର୍କରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ରଣଜିତ ପାତ୍ର, ସ୍ଵାଗତ କର, ମହମ୍ମଦ ଗୁଲଫାମ, ମିହିର ଆଚାର୍ଯ୍ୟ, ଅଜୟ ସାହୁ, ମହମ୍ମଦ ତାଙ୍କିନ, ସାଗର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget